Turkey Syria Earthquake: ଚାରି ହଜାର ଟପିଲା ମୃତ୍ୟୁ ସଂଖ୍ୟା, ଧ୍ୱଂସସ୍ତୁପ ତଳେ ଏବେବି ଫସି ରହିଛନ୍ତି ଅନେକ
Advertisement

Turkey Syria Earthquake: ଚାରି ହଜାର ଟପିଲା ମୃତ୍ୟୁ ସଂଖ୍ୟା, ଧ୍ୱଂସସ୍ତୁପ ତଳେ ଏବେବି ଫସି ରହିଛନ୍ତି ଅନେକ

Turkey-Syria Earthquake: ତୁର୍କୀ ଏବଂ ପଡୋଶୀ ଦେଶ ସିରିଆରେ ଗତକାଲି (ସୋମବାର) ଦିନ ୩ଟି ଶକ୍ତିଶାଳୀ ଭୂମିକମ୍ପ ହୋଇଛି । ଏଥିରେ ୪ ହଜାରରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏହା ବ୍ୟତୀତ ୧୫ ହଜାରରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଆହତ ଲୋକଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଭୂମିକମ୍ପ ହେବା ଦ୍ୱାରା ଅନେକ ଧନ ଜୀବନ ନଷ୍ଟ ହୋଇଛି । ଅଖି ସାମ୍ନାରେ ଅନେକ ବଡ଼ ବଡ଼ ବିଲ୍ଡିଂ ଭୁଷୁଡ଼ି ପଡ଼ିବାର ଦୃଶ୍ୟ ସାମ୍ନାକୁ ଅସିଛି ।

ସୌଜନ୍ୟ- ସୋସିଆଲ ମିଡିଆ

Turkey-Syria Earthquake: ତୁର୍କୀ ଏବଂ ପଡୋଶୀ ଦେଶ ସିରିଆରେ ଗତକାଲି (ସୋମବାର) ଦିନ ୩ଟି ଶକ୍ତିଶାଳୀ ଭୂମିକମ୍ପ ହୋଇଛି । ଏଥିରେ ୪ ହଜାରରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।  ଏହା ବ୍ୟତୀତ ୧୫ ହଜାରରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଆହତ ଲୋକଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଭୂମିକମ୍ପ ହେବା ଦ୍ୱାରା ଅନେକ ଧନ ଜୀବନ ନଷ୍ଟ ହୋଇଛି । ଅଖି ସାମ୍ନାରେ ଅନେକ ବଡ଼ ବଡ଼ ବିଲ୍ଡିଂ ଭୁଷୁଡ଼ି ପଡ଼ିବାର ଦୃଶ୍ୟ ସାମ୍ନାକୁ ଅସିଛି । ଧ୍ୱଂସସ୍ତୁପ ତଳେ ଏବେବି  ଶତାଧିକ  ଲୋକେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଏନେଇ ତୁର୍କି ଓ ସିରିୟାରେ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି । ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଧିକାରୀ କହିଛନ୍ତି ଯେ ଭୂମିକମ୍ପରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା  ଆଗକୁ ବଢିପାରେ । 

ଏଥି ସହିତ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଥିବା ତୁର୍କୀକୁ ଭାରତ ସହାୟତା ପଠାଇବା ଆରମ୍ଭ କରିଛି। ଏନଡିଆରଏଫ ଦଳ ୟୁପିର ଗାଜିଆବାଦରୁ ତୁର୍କୀ ଅଭିମୁଖେ ଯାତ୍ରା କରିଛନ୍ତି। ସୂଚନା ଦେଇ ଡିଜି ଅପରେସନ୍ ଏବଂ ଟ୍ରେନିଂ,ଏନଡିଆରଏଫ୍, ଗାଜିଆବାଦ ମୋହସେନ୍ ଶାହିଡି କହିଛନ୍ତି ଯେ ,ତୁର୍କୀ ଏବଂ ସିରିଆରେ ଭୟଙ୍କର ଭୂକମ୍ପ ଯୋଗୁଁ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ସେଠାକୁ ଏନଡିଆରଏଫର  ଦୁଇଟି ଦଳ ପଠାଇଛନ୍ତି । 

Also Read :  Turkey Earth Quake: ୭ ଦଶମିକରୁ ଉର୍ଦ୍ଧ୍ୱ କେତେ ଥର ହୋଇଛି ଭୂକମ୍ପ ଓ କେତେ ଯାଇଛି ଜୀବନ ?

ଆସୋସିଏଟେଡ୍ ପ୍ରେସ(Associated Press) ରିପୋର୍ଟ ଅନୁଯାୟୀ ତୁର୍କୀ ଏବଂ ସିରିଆରେ ହୋଇଥିବା ଏହି ଭୂମିକମ୍ପରେ ଏପର୍ଯ୍ୟନ୍ତ ୪୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ତୁର୍କୀର ଆନାଡୋଲୁ ନ୍ୟୁଜ୍ ଏଜେନ୍ସି ରାଷ୍ଟ୍ରପତି ରେସିପ ତାଇପ ଏରଦୋଗାନଙ୍କ ଉଦ୍ଧେଶ୍ୟରେ କହିଛନ୍ତି ଯେ, ତୁର୍କୀ ଏବଂ ବିଦେଶୀ ପ୍ରତିନିଧିତ୍ୱରେ ଫେବୃଆରୀ ୧୨ ର ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଆମର ପତାକା ଅର୍ଦ୍ଧେକ ହୋଇ ରହିବ। ତୁର୍କୀରେ ତିନୋଟି ଶକ୍ତିଶାଳୀ ଭୂମିକମ୍ପ ମଧ୍ୟ ହୋଇଛି, ମ୍ୟାଗନିଚ୍ୟଡରେ ଯାହାର ତିବ୍ରତା ଥିଲା  ୭.୮, ୭.୬ ଏବଂ ୬.୦ ।

ସ୍ଥାନୀୟ ସମୟ ଅନୁସାରେ ଭୋର ୪ ଟା ୧୭ମିନିଟ୍‌ରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର ୧୫ ମିନିଟ୍ ପରେ ସେଠାରେ ଆଉ ଏକ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୬.୭ ରହିଥିଲା। ୟୁଏସ୍‌ଜିଏସ୍‌’ ତଥ୍ୟାବଳି ଅନୁସାରେ, ଗାଜିଆନଟେପ ପ୍ରଦେଶର ନୁର୍ଦାଗି ନଗରୀର ପୂର୍ବକୁ ୨୬ କିଲୋମିଟର୍‌ ଦୂରରେ ଭୂଗର୍ଭର ୧୭.୯ କି.ମି. ଅଭ୍ୟନ୍ତରରେ ପ୍ରଥମ ଭୂମିକମ୍ପଟି ସଂଘଠିତ ହୋଇଥିଲା। ଏହାର କେଇ ମୁହୂର୍ତ୍ତ ପରେ କେନ୍ଦ୍ରୀୟ ତୁର୍କୀରେ ଭୂଗର୍ଭର ୯.୯ କିଲୋମିଟର୍‌ ଅଭ୍ୟନ୍ତରରେ ଦ୍ବିତୀୟ ଭୂମିକମ୍ପ ସଂଘଠିତ ହୋଇଥିଲା।

ଗାଜିଆନଟେପ ହେଉଛି ତୁର୍କୀର ଅନ୍ୟତମ ପ୍ରମୁଖ ଶିଳ୍ପନଗରୀ। ଏହା ସିରିୟା ସୀମାକୁ ଲାଗି ରହିଛି। ଗତକାଲି ଏଠାରେ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ଲେବାନନ, ସିରିୟା ଓ ସାଇପ୍ରସରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ଅନେକ କୋଠାବାଡ଼ି ଧ୍ବଂସ ହୋଇଯିବା ସହିତ ବହୁ ଲୋକ ମୃତାହତ ହୋଇଥିବା ଆଶଙ୍କା କରାଯାଉଥିଲେ ସୁଦ୍ଧା ସରକାରୀ ଭାବେ କ‌ୌଣସି ସୂଚନା ମିଳିନାହିଁ। ସାମାଜିକ ଗଣମାଧ୍ୟମରେ ପ୍ରସାରଣ ହେଉଥିବା କେତେକ ଭିଡିଓରେ ଦେଖାଯାଉଛି ଯେ, କୋଠାବାଡ଼ି ଭାଙ୍ଗି ଚୂରମାର୍‌ ହୋଇଯାଉଥିବା ବେଳେ ଜୀବନ ବିକଳରେ ଲୋକମାନେ ଧାଁଦୌଡ଼ କରୁଛନ୍ତି। ‘ବିଏନ୍‌ଓ ନିଉଜ୍‌’ ରିପୋର୍ଟ କରିଛି ଯେ, ଭୂମିକମ୍ପ ଯୋଗୁଁ ଏକାଧିକ ଅଟ୍ଟାଳିକା ଭାଙ୍ଗିଯାଇଛି ଏବଂ ତା’ର ଭଗ୍ନସ୍ତୂପ ତଳେ ଅନେକ ଲୋକ ପୋତି ହୋଇ ପଡ଼ିଥିବା ଆଶଙ୍କା କରାଯାଉଛି।