Road Accident: ରାସ୍ତାରେ ଭିଡ଼ ଜମାଇବା ହେଲା କାଳ, ମାଡିଗଲା ଟ୍ରକ, ଘଟଣାସ୍ଥଳରେ ୬ ମୃତ
Advertisement

Road Accident: ରାସ୍ତାରେ ଭିଡ଼ ଜମାଇବା ହେଲା କାଳ, ମାଡିଗଲା ଟ୍ରକ, ଘଟଣାସ୍ଥଳରେ ୬ ମୃତ

Road Accident: ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ୟୁପିର ଲକ୍ଷ୍ମୀପୁର ଖେରୀ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତୀ କରାଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ,ପାଙ୍ଗି ଗାଁରେ ଖୋରି ଭରାଇଚ ରାଜପଥରେ ଏକ ସ୍କୁର୍ଟି ଓ କାର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଥିଲା ।

ସୌଜନ୍ୟ- ସୋସିଆଲ ମିଡିଆ

ଏହି ସମୟରେ ଦୃତଗାମୀ ଟ୍ରକଟି ଭାରସାମ୍ୟ ହରାଇ ଲୋକଙ୍କ ଉପରେ ମାଡି ଆସିଥିଲା। ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ମୃତକ ଲକ୍ଷ୍ମୀପୁର ଖେରି ପାଙ୍ଗୀ ଖୁରଦା ଗାଁର ବୋଲି ଜଣାପଡିଛି ।  କିନ୍ତୁ ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳି ପାରି ନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିବା ସହ ସମସ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।  

ଏନେଇ ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ଯେ, ଦୁର୍ଘଟଣା ସମ୍ପର୍କରେ ପୋଲିସ ଖବର ପାଇବା ପରେ ପୋଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରି ତଦନ୍ତ ଆରମ୍ଭ କରିଛି ।  ଗତକାଲି ସଂନ୍ଧ୍ୟା ୭ଟା ୩୦ ମିନିଟ ସମୟରେ ଦୁର୍ଘଟଣା ଘଟିଥିଲା ।  ଏକ ସ୍କୁର୍ଟି ଓ  କାର ମଧ୍ୟରେ ଧକ୍କା ହେବାରୁ ସେଠାରେ ସ୍ଥାନୀୟ ଲୋକଙ୍କ ଭିଡ ଜମାଇଥିଲେ । ଏହି ସମୟରେ ଦୃତଗାମୀ ଟ୍ରକ ସେମାନଙ୍କ ଉପରେ ଚଢି ଯିବାରୁ ଘଟଣାସ୍ଥଳରେ ୬ଜଣଙ୍କର ମୃତ୍ୟୁ ଘଟିଥିଲା।  ତେବେ, ଏହି ଦୁର୍ଘଟଣା ନେଇ ଶୋକବ୍ୟକ୍ତ କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆତିତ୍ୟନାଥ । 

Also Read : Rape Case: ସମ୍ପର୍କରେ ଲାଗିଲା କଳଙ୍କର ଛିଟା, ଭାଣିଜୀ ସହ କୁକର୍ମ କଲା ସମ୍ପର୍କୀୟ ମାମୁ

ସେହିପରି ଚଳିତ ବର୍ଷ ଜାନୁଆରୀ ୧୯ରେ ମହାରାଷ୍ଟ୍ରର  ସିନ୍ଧୁଦର୍ଗ ଜିଲ୍ଲାର କାନକାଭାଲିରେ ମଧ୍ୟ ଏକ ଭୟଙ୍କର ବସ ଦୁର୍ଘଟଣା ହୋଇଥିଲା ।ବସ୍ ଓଲଟି ଯିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ଆହତ ହୋଇଥିଲେ। ସେହିପରି ନିକଟରେ,ଗୁଜୁରାଟ ନବସାରୀ ଜିଲ୍ଲାରେ ମଧ୍ୟ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିପରୀତ ଦିଗରୁ ଆସୁଥିବା ଏକ ବସ୍ ସହ ଫର୍ଚୁନର ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୮ଜଣ ଆହତ ହୋଇଥିଲେ । ଏହି ଘଟଣା ନବସାରୀ ୪୮ ନଂ ଜାତୀୟ ରାଜପଥରେ ଘଟିଥିଲା ଫର୍ଚୁନରରେ ୮ଜଣ ଯାତ୍ରୀ ଥିବାବେଳେ ସମସ୍ତଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ମୃତକମାନେ ଅଙ୍କଲେଶ୍ୱର ପ୍ରୋ ଲାଇଫପ୍ ଫାର୍ମାର କର୍ମଚାରୀ ବୋଲି ଜଣାପଡିଛି । ବସରେ ଥିବା ଜଣେ ଯାତ୍ରୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଆଉ ଏକ ଦୁଃଖଦ ଘଟଣା ହେଉଛି ଦୁର୍ଘଟଣା ପରେ ବସ୍ ଡ୍ରାଇଭରଙ୍କର ହୃଦଘାତ ହୋଇଥିଲା । ଘଟଣାର ସୂଚନା ପାଇବା ମାତ୍ରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଫର୍ଚୁନର ଏଭଳି କ୍ଷତିଗ୍ରସ୍ତ ହୋଇଥିଲା ଯେ ଏହାକୁ ଗ୍ୟାସ କଟରରେ କଟାଯାଇ ମୃତକଙ୍କୁ ବାହାର କରାଯାଇଥିଲା । ଧକ୍କାରେ ବସ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ଫଳରେ ବସର ଅର୍ଦ୍ଧେକ ଅଂଶକୁ ମଧ୍ୟ କାଟିବାକୁ ପଡିଥିଲା ।