ସୁବିଧା ହେଲା ହରିଦ୍ୱାର ଓ ମାତା ବୈଷ୍ଣୋ ଦେବୀ ଦର୍ଶନ: IRCTC ପକ୍ଷରୁ ସ୍ୱତନ୍ତ୍ର ପ୍ୟାକେଜ୍
Advertisement
Article Detail0/zeeodisha/odisha1733478

ସୁବିଧା ହେଲା ହରିଦ୍ୱାର ଓ ମାତା ବୈଷ୍ଣୋ ଦେବୀ ଦର୍ଶନ: IRCTC ପକ୍ଷରୁ ସ୍ୱତନ୍ତ୍ର ପ୍ୟାକେଜ୍

ରେଳ ଯାତ୍ରୀମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଅନେକ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି । ବିଶେଷ କରି ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳକୁ ଯିବା ପାଇଁ ଆଇଆରସିଟିସି (IRCTC) ପକ୍ଷରୁ ଅନେକ ବ୍ୟବସ୍ଥା କରାଯାଇଛି । ଏପରି ସ୍ଥିତିରେ ଯଦି ଆପଣ ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିର (Vaishno Devi temple) ଓ ହରିଦ୍ୱାର (Haridwar)

ସୁବିଧା ହେଲା ହରିଦ୍ୱାର ଓ ମାତା ବୈଷ୍ଣୋ ଦେବୀ ଦର୍ଶନ: IRCTC ପକ୍ଷରୁ ସ୍ୱତନ୍ତ୍ର ପ୍ୟାକେଜ୍

Vaishno Devi Haridwar Special Tour: ରେଳ ଯାତ୍ରୀମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଅନେକ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି । ବିଶେଷ କରି ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳକୁ ଯିବା ପାଇଁ ଆଇଆରସିଟିସି (IRCTC) ପକ୍ଷରୁ ଅନେକ ବ୍ୟବସ୍ଥା କରାଯାଇଛି । ଏପରି ସ୍ଥିତିରେ ଯଦି ଆପଣ ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିର (Vaishno Devi temple) ଓ ହରିଦ୍ୱାର (Haridwar) ଯାତ୍ରା କରିବାକୁ ଯୋଜନା କରିଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଛି । ତେବେ ଆସନ୍ତୁ ଜାଣିବା ଆପଣଙ୍କ ପାଇଁ ଏହି ଯାତ୍ରା କିପରି ସହଜ ।

ଆଇଆରସିଟିସି ପକ୍ଷରୁ ଧାର୍ମିକ ସ୍ଥାନକୁ ଯାତ୍ରା କରିବା ପାଇଁ ବିଭିନ୍ନ ଟୁର୍ ପ୍ୟାକେଜ୍ (Tour package) ରହିଛି । ଭାରତୀୟ ରେଳ କ୍ୟାଟରିଂ ଓ ଟୁରିଜିମ କର୍ପୋରେସନ (tourism corporation) ଆଇଆରସିଟିସି ମାଧ୍ୟମରେ ଲୋକଙ୍କ ହିତ ପାଇଁ ବ୍ୟବସ୍ଥା କରାଯାଇଛି । ଏହି ପର୍ଯ୍ୟାୟରେ ଆଇଆରସିଟିସି ବୈଷ୍ମୋ ଦେବୀ ହରିଦ୍ୱାର ଭାରତ ଗୌରବ (Bharat Gaurav) ସ୍ପେଶାଲ ଟୁର୍ ନାମକ ଏକ ପ୍ୟାକେଜ୍ ଚଳାଇବାକୁ ଯୋଜନା କରିଛି । ଏହି ଟୁର୍ ପ୍ୟାକେଜ୍ ଦ୍ୱାରା ସୁବିଧାରେ ରେଳ ଯାତ୍ରୀମାନେ ଭାରତ ଗୌରବ ଟ୍ରେନ୍ ମାଧ୍ୟମରେ ହରିଦ୍ୱାର ସମେତ ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିରକୁ ଯାତ୍ରା କରିପାରିବେ ।

ଯାତ୍ରୀ ମାନଙ୍କ ଜାଣିବା ପାଇଁ IRCTC ଟୁଇଟ୍ କରି ଏହି ପ୍ୟାକେଜ୍ ସମ୍ପର୍କରେ ସୂଚନା ଦେଇଛି । ପଶ୍ଚିମବଙ୍ଗ ତଥା କୋଲକାତା (kolkata)ରୁ ଏହି ପ୍ୟାକେଜର ଶୁଭାରମ୍ଭ ହେବ ବୋଲି ଜଣାପଡିଛି ।  ଭାରତ ଗୌରବ ସ୍ୱତନ୍ତ୍ର ପର୍ଯ୍ୟଟନ ଟ୍ରେନ୍ ମାଧ୍ୟମରେ ଆପଣ ସମସ୍ତ ସୁବିଧା ପାଇପାରିବେ । ଆସନ୍ତା ୨୫ ଜୁନ୍- ୨୦୨୩ରୁ ଏହି ଯାତ୍ରା ଆପମ୍ଭ ହେବାକୁ ଯାଉଛି । ଏହି ଟ୍ରେନରେ ଆପଣ ଯାତ୍ରା କରିବା ସମୟରେ ଆପଣଙ୍କର କୌଣସି ଅସୁବିଧା ହେବନାହିଁ । ଖାଦ୍ୟ ପାନୀୟ ବ୍ୟବସ୍ଥା ସମେତ ଏହି ଯାତ୍ରା ଆପଣଙ୍କ ପାଇଁ ସୁବିଧାଜନକ ହେବ ।  ଯାତ୍ରୀମାନଙ୍କ ଜଳଖିଆ (breakfast), ମଧ୍ୟାହ୍ନ ଭୋଜନ, ରାତ୍ରୀ ଭୋଜନର ବ୍ୟବସ୍ଥା IRCTC ପକ୍ଷରୁ କରାଯିବ । ସମୁଦାୟ ୮ ଦିନ ଓ ୭ ରାତ୍ରୀରେ ଆପଣ ଏହି ଯାତ୍ରାର ଆନନ୍ଦ ଉଠାଇ ପାରିବେ ।
 
ଏହିପରି ଏକ ସୁବିଧାଜନକ ଯାତ୍ରା ପାଇଁ ଆପଣଙ୍କୁ କେତେ ଟଙ୍କା (money) ଭଡା ଦେବାକୁ ପଡିବ ସେ ବିଷୟରେ ମଧ୍ୟ ଆପଣ ଜାଣିବା ନିହାତି ଆବଶ୍ୟକ । ତେବେ ଏହି ଟୁର୍ ପାଇଁ ଭିନ୍ନ ଭିନ୍ନ ଚାର୍ଜ ରହିଛି । ତେବେ ଜଣକ ପାଇଁ ସର୍ବନିମ୍ନ ବଜେଟ୍ ହେଉଛି ୧୩,୬୮୦ । ଯଦି ଆପଣ ଇକୋନୋମି କ୍ଲାସ (economy class)ରେ ଯାତ୍ରା କରନ୍ତି ତେବେ ଆପଣଙ୍କୁ ୨୧,୮୯୦ ଟଙ୍କା ଦେୟ ଦେବାକୁ ପଡିବ । ଏଥିସହ ଯଦି ଆପଣ ଏସି ତଥା ଆରମ ବର୍ଗରେ ଯାତ୍ରା ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଜଣକ ପିଛି ୨୩,୯୯୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ଆମେ ଆପଣଙ୍କୁ କହିରଖୁଛୁ ଯେ, ଅନେକ ସମୟରେ ଅନଲାଇନ ମାଧ୍ୟମରେ ଠକେଇ ହେଉଥିବା କଥା ସାମ୍ନାକୁ ଆସୁଛି । ବିଶେଷ କରି ତୀର୍ଥ ଯାତ୍ରା ନାମରେ ଫେକ୍ ୱେବସାଇଟ ଖୋଲି ଲୁଟେରାମାନେ ଲୋକଙ୍କ ଟଙ୍କା ଲୁଟି ନେଉଛନ୍ତି । ଅତୀତରେ ଅନେକ ଘଟଣା ସାମ୍ନାକୁ ମଧ୍ୟ ଆସିଛି । ତେଣୁ ଆପଣ ଟିକଟ କାଟିବା, ଯାତ୍ରା ତଥା ଅନ୍ୟ କୌଣସି କାମରେ ଟଙ୍କା କାରବାର କରିବା ପୂର୍ବରୁ ସଠିକ୍ ସ୍ଥାନରେ ପୈଠ କରୁଛନ୍ତି କି ନାହିଁ ତାହା ପ୍ରଥମେ ଯାଞ୍ଚ କରନ୍ତୁ । ଏଥିସହ ଆପଣଙ୍କ ଆକାଉଣ୍ଟ ସମ୍ପର୍କିତ ତଥ୍ୟ ତଥା ଓଟିପି (OTP) ଅନ୍ୟ କାହାକୁ ସେୟାର କରନ୍ତୁ ନାହିଁ ।

Also read- ୨ହଜାର ଟଙ୍କା ପାଇଁ ରାଜରାସ୍ତାରେ ହଙ୍ଗାମା: ଟୋଲ୍ କର୍ମଚାରୀ ପୂର୍ବତନ ସାଂସଦ ମୁହାମୁହିଁ