Sachin Tendulkar: ସଚିନ୍ ତେନ୍ଦୁଲକର ରୁଜୁ କଲେ ଏଫ୍ଆଇଆର, ଏ ମାମଲା ପାଇଁ ପୋଲିସ ପାଖରେ ପହଞ୍ଚିଥିଲେ 'କ୍ରିକେଟର ଭଗବାନ'
Advertisement
Article Detail0/zeeodisha/odisha1694303

Sachin Tendulkar: ସଚିନ୍ ତେନ୍ଦୁଲକର ରୁଜୁ କଲେ ଏଫ୍ଆଇଆର, ଏ ମାମଲା ପାଇଁ ପୋଲିସ ପାଖରେ ପହଞ୍ଚିଥିଲେ 'କ୍ରିକେଟର ଭଗବାନ'

Sachin Tendulkar News In Odia: କ୍ରିକେଟର ସଚିନ ତେନ୍ଦୁଲକର (Sachin Tendulkar) । ମୁମ୍ବାଇ କ୍ରାଇମବ୍ରାଞ୍ଚର (mumbai crime branch) ସାଇବର ସେଲରେ(cyber cell) ଏକ ଏତଲା ଦାୟର(criminal case) କରିଛନ୍ତି । ମୁମ୍ବାଇ କ୍ରାଇମବ୍ରାଞ୍ଚର ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଜାଣନ୍ତୁ କଣ ରହିଛି ପୁରା ମାମଲା । କାହିଁକି ସାଇବର ସେଲରେ ଏତଲା ଦେଲେ 'କ୍ରିକେଟର ଭଗବାନ'।

ସୌଜନ୍ୟ- ସୋସିଆଲ ମିଡ଼ିଆ

Sachin Tendulkar News In Odia: ଭେଟେରାନ କ୍ରିକେଟର ସଚିନ ତେନ୍ଦୁଲକର (cricketer sachin tendulkar) ମୁମ୍ବାଇ କ୍ରାଇମବ୍ରାଞ୍ଚର (mumbai crime branch) ସାଇବର ସେଲରେ(cyber cell) ଏକ ଏତଲା ଦାୟର(criminal case)  କରିଛନ୍ତି ।  ମୁମ୍ବାଇ କ୍ରାଇମବ୍ରାଞ୍ଚର ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଏବଂ ଖୁବଶିଘ୍ର ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । ସଚିନଙ୍କ ନାଁ,ଫଟୋ ଓ ସ୍ୱର ବ୍ୟବହାର କରି କିଛି ଅଜଣା ବ୍ୟକ୍ତି ନକଲି ବିଜ୍ଞାପନ କରିଥିବା ମାଷ୍ଟରବ୍ଲାଷ୍ଟର ଅଭିଯୋଗ ଆଣିଛନ୍ତି।  

ସୂଚନା ଅନୁସାରେ, ସଚିନଙ୍କ ନାମ,ଫଟୋ ଏବଂ ସ୍ୱର ବ୍ୟବହାର କରି ଏକ କମ୍ପାନୀ ତାର ପ୍ରଡକ୍ଟର ବିଜ୍ଞାପନ କରୁଛି ବୋଲି ସଚିନ ଅଭିଯୋଗ ଆଣିଛନ୍ତି । ଇଣ୍ଟରନେଟରେ ଚାଲୁଥିବା କିଛି ନକଲି ବିଜ୍ଞାପନରେ ସଚିନଙ୍କର ବ୍ୟକ୍ତିଗତ ତଥ୍ୟକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି । କେବଳ ଏତିକି ନୁହେଁ ସଚିନ ଉକ୍ତ ପ୍ରଡକ୍ଟ କିଣିଲେ ସଚିନଙ୍କ ହସ୍ତାକ୍ଷର ଥିବା ଟି-ଶାର୍ଟ ମିଳିବ ବୋଲି ମଧ୍ୟ ଉକ୍ତ ବିଜ୍ଞାପନରେ ଦାବି କରାଯାଇଥିଲା। । ତେବେ ସଚିନଙ୍କର ଅଭିଯୋଗ ପରେ ମୁମ୍ବାଇ ପୋଲିସର ସାଇବର ସେଲ ଏକ ମାମଲା ଦାୟର କରିବା ସହ ତଦନ୍ତ ଆରମ୍ଭ କରିଦେଇଛି । ତେନ୍ଦୁଲକରଙ୍କ ବ୍ୟକ୍ତିଗତ ସହାୟକ ଏହି ମାମଲା ଦାୟର କରିଥିବା ଜଣାପଡ଼ିଛି । ଫେସବୁକରେ ଏକ ଅଏଲ କମ୍ପାନୀର ବିଜ୍ଞାପନ ସଚିନ ଦେଖିଥିଲେ ।

 

Also Read: Surya Gochar 2023: ଏହି ୫ଟି ରାଶିରେ ସୁନା କଳସ ଢାଳିବେ ମାଆ ଲକ୍ଷ୍ମୀ, ପଦୋନ୍ନତି ସାଙ୍ଗକୁ ହେବ ଟଙ୍କାର ବର୍ଷା!

Also Read: PM Kisan Yojana: ଏହି ଦିନ ଆସିବ ୧୪ତମ କିସ୍ତି, ଦେଖି ନିଅନ୍ତୁ ତାଲିକା

ଉକ୍ତ ବିଜ୍ଞାପନରେ ତେନ୍ଦୁଲକରଙ୍କର ଫଟୋକୁ ବ୍ୟବହାର କରାଯିବା ସହ ସଚିନ ନିଜେ ଏହି ପ୍ରଡକ୍ଟ କିଣିବାକୁ ସୁପାରିଶ କରିଥିବା ବିଜ୍ଞାପନ ତଳେ ଲେଖାଯାଇଥିଲା । ଏପରି ବିଜ୍ଞାପନ ଇନଷ୍ଟାଗ୍ରାମରେ ମଧ୍ୟ ଦେଖିବାକୁ ମିଳିଥିଲା । ଅଭିଯୋଗ ଗ୍ରହଣ କରିବା ପରେ କ୍ରାଇମ ବ୍ରାଞ୍ଚ ଆଇପିସିର ବିଭିନ୍ନ ବିଭାଗ ୪୨୦, ୪୬୫ ଏବଂ ୫୦୦ ଅନୁଯାୟୀ ଆଇଟି ଆକ୍ଟର ପ୍ରତାରଣା ଏବଂ ଜାଲିଆତି ଏବଂ ମାମଲା ଅନୁଯାୟୀ ଏକ ମାମଲା ରୁଜୁ କରିଛି।

Also Read: Parineeti and Raghav Engagement: ଆଜି ହେବ ପରିଣୀତି ଓ ରାଘବ ଚଢାଙ୍କ ନିର୍ବନ୍ଧ, ଜାଣନ୍ତୁ କେଉଁଠାରେ ହେବ କାର୍ଯ୍ୟକ୍ରମ

Also Read: Raghav Chaddha Net Worth: ଜାଣନ୍ତୁ କେତେ କୋଟିର ମାଲିକ ହେଉଛନ୍ତି ପରିଣିତିଙ୍କ ଭାବି ସ୍ବାମୀ ରାଘବ!

ଭାରତୀୟ କ୍ରିକେଟ୍ ଟିମର ମହାନ କ୍ରିକେଟର ସଚିନ ତେନ୍ଦୁଲକର (Sachin Tendulkar) ଅପ୍ରିଲ୍ ୨୪ରେ ସେ ତାଙ୍କର ୫୦ତମ ଜନ୍ମଦିନ ପାଳନ କରିଛନ୍ତି। ମାତ୍ର ୧୬ ବର୍ଷ ବୟସରେ ଆନ୍ତର୍ଜାତୀୟ କ୍ରିକେଟରେ ପାଦ ଦେଇଥିବା ସଚିନ୍ ତିନି ଦଶନ୍ଧିରୁ ଅଧିକ ସମୟ ଧରି କ୍ରିକେଟରେ ରାଜ କରିଥିଲେ। ଏହି କାରଣରୁ ଲୋକେ ସଚିନଙ୍କୁ “କ୍ରିକେଟର ଭଗବାନ” (GOD of cricket )ବୋଲି ଆଖ୍ୟା ମିଳିଛି । କ୍ରିକେଟ୍ ମଇଦାରେ ସଚିନ କେତେ ଯେ ରେକର୍ଡ କରିଛନ୍ତି ତାହାର ହିସାବ କାହା ପାଖରେ ମଧ୍ଯ ନାହିଁ । ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ତାଙ୍କ କ୍ରିକେଟ୍ କ୍ୟାରିୟର ମଧ୍ଯରେ ଅନେକ ବିଶ୍ୱ ରେକର୍ଡ (world record) କରିଥିଲେ, ଯାହା ଆଜି ବି ଅବିସ୍ମରଣୀୟ । ତେବେ ସଚିନଙ୍କ (Sachin Tendulkar) ନାଁରେ ଏଭଳି କିଛି ରେର୍କଡ଼ ରହିଛି, ଯାହା ଭାଙ୍ଗିବା କଷ୍ଟସାଧ୍ୟ ନୁହେଁ ଅସମ୍ଭବ ମଧ୍ଯ ।