Crime News: ସ୍ୱାମୀକୁ ମଦ ପିଆଇ ସ୍ତ୍ରୀକୁ ଗଣଦୁଷ୍କର୍ମ, ଆତ୍ମହତ୍ୟା ପୂର୍ବରୁ ଭିଡିଓ ରେକର୍ଡ କରିଲେ ଦମ୍ପତ୍ତି
Advertisement

Crime News: ସ୍ୱାମୀକୁ ମଦ ପିଆଇ ସ୍ତ୍ରୀକୁ ଗଣଦୁଷ୍କର୍ମ, ଆତ୍ମହତ୍ୟା ପୂର୍ବରୁ ଭିଡିଓ ରେକର୍ଡ କରିଲେ ଦମ୍ପତ୍ତି

Crime News: ବସ୍ତିରେ ଗଣଦୁଷ୍କର୍ମ ପରେ ଦମ୍ପତି ଲୋକଲଜ୍ୟା କାରଣରୁ ବିଷ ପିଇଦେଇଥିଲେ । ପତ୍ନୀଙ୍କ ମୋବାଇଲରେ ରେକର୍ଡ ହୋଇଥିବା ଭିଡିଓରେ ଏପରି ତଥ୍ୟ ସାମ୍ନାକୁ ଆସିଛି । ପୋଲିସ ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

Crime News: ସ୍ୱାମୀକୁ ମଦ ପିଆଇ ସ୍ତ୍ରୀକୁ ଗଣଦୁଷ୍କର୍ମ, ଆତ୍ମହତ୍ୟା ପୂର୍ବରୁ ଭିଡିଓ ରେକର୍ଡ କରିଲେ ଦମ୍ପତ୍ତି

Crime News: ଉତ୍ତରପ୍ରଦେଶର ବସ୍ତି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଯେଉଁ କାରଣରୁ ଉତ୍ତରପ୍ରଦେଶ (Uttar Pradesh) ସମେତ ସମଗ୍ର ଦେଶରେ ଚର୍ଚ୍ଚା ଆଲୋଚନା ବଢିବାରେ ଲାଗିଛି ।  ରୁଦାଲି ଅଂଚଳରେ ଦମ୍ପତିଙ୍କ ମୃତ୍ୟୁକୁ ନେଇ ନୂଆ ସମ୍ବେଦନଶୀଳ ତଥ୍ୟ ମିଳିଛି । ପୂର୍ବରୁ ମୃତ୍ୟୁ ଘଟଣାରେ ଦୁଷ୍କର୍ମ ପରେ ଦମ୍ପତିଙ୍କୁ ବିଷ ଦିଆଯାଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିଲା । କିନ୍ତୁ ବର୍ତ୍ତମାନ ଏକ ମୃତ୍ୟୁ ପୂର୍ବରୁ ଭିଡିଓ ସବୁ ସତ ସାମ୍ନାକୁ ଆଣିଛି । ସୋସିଆଲ ମିଡିଆରେ ଭିଡିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ୍ ହୋଇଥିବା ଭିଡିଓଟିରେ ମୃତ ବ୍ୟକ୍ତି ମୃତ୍ୟୁ ପୂର୍ବରୁ ତାଙ୍କ ସହ ଘଟିଥିବା ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ପ୍ରକାଶ (Disclosure of the entire incident) କରିଛନ୍ତି । ସାମାଜିକ କଳଙ୍କ କାରଣରୁ ବିଷ ପାନ କରିଥିବା ସେ ଭିଡିଓରେ ପ୍ରକାଶ କରିଛନ୍ତି । ପରିବାର ଲୋକେ (family member) ସକାଳ ସମୟରେ ଘଟଣା ବିଷୟରେ ଖବର ପାଇଥିଲେ । ଜାଣିବା ପରେ ତୁରନ୍ତ ଉଭୟଙ୍କୁ ଡାକ୍ତରଖାନାକୁ ନେଇଥିଲେ । ସ୍ୱାମୀ ରାସ୍ତାରେ ମୃତ୍ୟୁ ବରଣ କରିଥିବାବେଳେ ଜିଲ୍ଲା ଡାକ୍ତରଖାନା ଡାକ୍ତର ପତ୍ନୀଙ୍କୁ ଗୋରଖପୁର ମେଡିକାଲ କଲେଜ (gorakhpur medical college)କୁ ରେଫର୍ କରିଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ପତ୍ନୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ମିଳିଥିବା ସୂଚନା ମୁତାବକ ବସ୍ତି ଜିଲ୍ଲାର ରୁଧାଉଲି ଥାନା ନିକଟ ୧୪ ନମ୍ୱର ୱାର୍ଡ (14 number word)ରେ ରହୁଥିଲେ ୩୦ ବର୍ଷୀୟ ନାଭାଲ କିଶୋର ଏବଂ ତାଙ୍କର ୨୭ ବର୍ଷୀୟ ପତ୍ନୀ ଆରତୀ । ମୃତ୍ୟୁ ପରେ ପରିବାର ସଦସ୍ୟ ଥାନା (police station)ରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ । ପରେ ପୋଲିସ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିବା ପରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିଥିଲା । ପରିବାର ସଦସ୍ୟମାନେ ଦମ୍ପତିଙ୍କ ଘର ପଛ ପଟରେ ବିଷ ବୋତଲ ପାଇଥିଲେ । ମୃତ ଦମ୍ପତିଙ୍କ ପିଲାମାନେ କହିଛନ୍ତି ଯେ, ରାତି ପ୍ରାୟ ୧୨ ଟା ସମୟରେ ଦୁଇଜଣ ଲୋକ ସେମାନଙ୍କ ଘରକୁ ଆସିଥିଲେ । ପରେ ସେମାନଙ୍କ ପିତାମାତାଙ୍କ ଭିଡିଓ ପ୍ରସ୍ତୁତ କରିଥିଲେ। ଯେତେବେଳେ ଆମେ ସକାଳେ ସ୍କୁଲ ଯିବା ପାଇଁ ପ୍ରସ୍ତୁତ ହେଉଥିଲୁ, ସେତେବେଳେ ଆମକୁ ଡାକି କହିଥିଲେ ଯେ, ଆମେ ଜୀବନ ହାରିଦେବୁ । ନିଜ ଗାଁର ଦୁଇ ଜଣଙ୍କ ନାମ ନେଇ ଭିଡିଓରେ ଉଲ୍ଲେଖ କରିଥିଲେ ଦମ୍ପତ୍ତି ।

ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ (Police investigation) କରିଥିଲା । ଭିଡିଓକୁ ପ୍ରମାଣ ସ୍ୱରୁପ ବ୍ୟବହାର କରି ଉଭୟ ଅଭିଯୁକ୍ତଙ୍କ ବିରୋଧରେ ଗଣଦୁଷ୍କର୍ମ ମାମଲା ରୁଜୁ କରିଛି ପୋଲିସ । ଏଥିସହ ଉଭୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସ୍ଥାନୀୟ ଏସପି ଗୋପାଳ ଚୌଧୁରୀ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଯାଞ୍ଚ କରିଥିଲେ। ଘଟଣାସ୍ଥଳରେ ଫୋରେନସିକ୍ ଟିମ୍ ପହଞ୍ଚି ପ୍ରମାଣ ସଂଗ୍ରହ କରିଥିଲେ। ପୋଲିସ ମଧ୍ୟ ସ୍ୱିକାର କରିଛି ଯେ, ବିଷ ପାନ କାରଣରୁ ଦମ୍ପତିଙ୍କ ଜୀବନ ଯାଇଛି । ଅଧିକ ତଥ୍ୟ ହାସଲ ପାଇଁ ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି ।

Also Read- Love Story: ୩୫ ବର୍ଷର ଯୁବକଙ୍କୁ ପ୍ରେମ ବିବାହ କଲେ ୭୦ ବର୍ଷିୟା ମହିଳା