ଚିକେନ୍ ଲେଗପିସ୍ ସହ କନ୍ୟାକୁ ପୁଷ୍ପଗୁଚ୍ଛ ଦେଲେ ବର, ଆଶ୍ଚର୍ଯ୍ୟ ହେଲେ ଅତିଥି
Advertisement

ଚିକେନ୍ ଲେଗପିସ୍ ସହ କନ୍ୟାକୁ ପୁଷ୍ପଗୁଚ୍ଛ ଦେଲେ ବର, ଆଶ୍ଚର୍ଯ୍ୟ ହେଲେ ଅତିଥି

KFC themed wedding: ସମସ୍ତେ ଚାହାନ୍ତି ଅନ୍ୟମାନଙ୍କଠାରୁ କିଛି ଭିନ୍ନ କରିବା ସହିତ ନିଜ ବିବାହକୁ ଏକ ସ୍ମୃତି ଭାବରେ ମନେ ରଖିବା ପାଇଁ । କିନ୍ତୁ ଆଜି ଆପଣଙ୍କୁ ଯେଉଁ ବିବାହ କାର୍ଯ୍ୟକ୍ରମ କଥା କହିବାକୁ ଯାଉଛୁ ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରାଇବ । 

ଚିକେନ୍ ଲେଗପିସ୍ ସହ କନ୍ୟାକୁ ପୁଷ୍ପଗୁଚ୍ଛ ଦେଲେ ବର, ଆଶ୍ଚର୍ଯ୍ୟ ହେଲେ ଅତିଥି

KFC themed wedding: ବିବାହ ହେଉଛି ସମସ୍ତଙ୍କ ପାଇଁ ଏକ ସ୍ୱତନ୍ତ୍ର ଉତ୍ସବ । ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ସମସ୍ତେ ବିଭିନ୍ନ ପ୍ରକାରର ଯୋଜନା ପ୍ରସ୍ତୁତ କରିଥାନ୍ତି । କିଛି ବ୍ୟକ୍ତି ନିଜ ବିବାହର ଡେକରେସନ ଭଲ କରିବାକୁ ଚାହୁଁଥିବାବେଳେ କିଛି ବ୍ୟକ୍ତି ନିଆରା ଭୋଜୀ କାର୍ଯ୍ୟକ୍ରମ କରି ନିଜ ବିବାହକୁ ସ୍ୱତନ୍ତ୍ର କରିଥାନ୍ତି । ବିବାହ କାର୍ଯ୍ୟକ୍ରମ ପାଇଁ ନିଜ ସକ୍ଷମ ଅନୁଯାୟୀ ଖୁବ୍ ଅଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି ଲୋକମାନେ । ବେଳେବେଳେ ସୋସିଆଲ ମିଡିଆରେ ଏପରି କିଛି ବିବାହ ଜନିତ ଫଟୋ ଆସିଥାଏ ଯାହା ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟର କାରଣ ପାଲଟିଥାଏ । ବର୍ତ୍ତମାନ ମଧ୍ୟ ସେପରି ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

KFC ଥିମରେ ବିବାହ ସେଲିବ୍ରେଶନ

ସିଙ୍ଗାପୁରର ୩୨ ବର୍ଷିୟ ଯୁବକ ଲାଙ୍ଗଲେ ୱଙ୍ଗ ନିଜ ବିବାହକୁ KFC ଥିମରେ କରିବାର ଇଚ୍ଛା ରଖିଥିଲେ । ଏଥିପାଇଁ ସେ ପ୍ରଥମେ KFCକୁ ଏକ ମେଲ୍ କରି ଅନୁମତି ଆଣିବା ସହ ନିଜ ବିବାହକୁ ସେପରି ଢଙ୍ଗରେ କରିବାକୁ ନିଶ୍ଚିତ କରିଥିଲେ । ତା’ପରେ ତାଙ୍କ ବିବାହ ବେଦୀ ସହିତ ବାହାର ସାଜସଜ୍ଜା କେଏଫସି ଶୈଳୀରେ ଆରମ୍ଭ ହୋଇଥିଲା ଯାହା ନିମନ୍ତ୍ରିତ ଅତିଥିମାନଙ୍କୁ ଖୁବ ଆଶ୍ଚର୍ଯ୍ୟ କରିଥିଲା । ଯେତେବେଳେ ସ୍ଥାନୀୟ ଆଉଟଲେଟର ମ୍ୟାନେଜର ଏହି ବିବାହର ଥିମ୍ ଓ ବରଙ୍କ ଇଚ୍ଛା ବିଷୟରେ ଖବର ପାଇଲେ ସେତେବେଳେ ସେ ଖାଦ୍ୟ ଠାରୁ ଆରମ୍ଭ କରି ସାଜସଜ୍ଜା ପର୍ଯ୍ୟନ୍ତ ବିଲ୍ ଉପରେ ୫୦ ପ୍ରତିଶତ ରିହାତି ପ୍ରଦାନ କରିଥିଲେ ।

ଫୁଲତୋଡାରେ ଚିକେନ୍ ଲେଗ୍ ପିସ୍

ଏହି ନିଆରା ବିବାହରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ବରର ହାତରେ ଧରିଥିବା ଫୁଲ ତୋଡା । କାରଣ ସେ ଫୁଲ ତୋଡାରେ KFC ଚିକେନ୍ ଲେଗ୍ ପିସ୍ ଖୁବ୍ ସୁନ୍ଦର ଭାବରେ ସଜା ହୋଇଥିଲା । ଏହି KFC ଥିମ୍ ବିବାହରେ ଅନେକ ସାଜସଜ୍ଜା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସୂଚନା ମିଳିଛି ଯେ, ନବ ଦମ୍ପତ୍ତି KFC ଶୈଳୀରେ ବିବାହ କରିବାର କାରଣ ହେଉଛି ଉଭୟେ ଉଭୟଙ୍କୁ ପ୍ରଥମେ KFCରେ ହିଁ ଭେଟିଥିଲେ । ତେଣୁ କେଏଫସି ସହିତ ତାଙ୍କ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଚାହିଁଥିଲେ ।

Also Read- ହୃଦୟ ଜିତିଲେ ସୂର୍ଯ୍ୟକୁମାର ଯାଦବ, ସିରିଜ ଜିତିବା ପରେ ରିଙ୍କୁ ସିଂଙ୍କୁ ଦେଲେ ଟ୍ରଫି, ଏହା ଥିଲା କ୍ରିକେଟରଙ୍କ ପ୍ରତିକ୍ରିୟା

Also Read- Love affair: ନିଜ ବୟସରୁ ୪୦ ବର୍ଷ ବଡ଼ ପ୍ରେମିକ ବାଛିଲେ ଯୁବତୀ, ଲୋକେ କହିଲେ ଜେଜେବାପା-ନାତୁଣୀ