Vistara-Air India Merger: ମିଳିଲା CCI ଅନୁମୋଦନ, ଏୟାର ଇଣ୍ଡିଆ ସହ ମିଶିବ ଭିସ୍ତାରା
Advertisement

Vistara-Air India Merger: ମିଳିଲା CCI ଅନୁମୋଦନ, ଏୟାର ଇଣ୍ଡିଆ ସହ ମିଶିବ ଭିସ୍ତାରା

Vistara-Air India Merger: ଭିସ୍ତାରା ସହ ମିଶିବା ପରେ ଏୟାର ଇଣ୍ଡିଆ ବର୍ତ୍ତମାନ ଦ୍ୱିତୀୟ ବୃହତ୍ତମ ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏବଂ ଦେଶର ବୃହତ୍ତମ ଅନ୍ତର୍ଜାତୀୟ ବିମାନ ସେବା ଯୋଗାଇବା ବିମାନରେ ପରିଣତ ହୋଇଛି।

Vistara-Air India Merger: ମିଳିଲା CCI ଅନୁମୋଦନ, ଏୟାର ଇଣ୍ଡିଆ ସହ ମିଶିବ ଭିସ୍ତାରା

Vistara-Air India Merger: ଟାଟା ଗ୍ରୁପ୍‌ ଦ୍ୱାରା ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଏବଂ ଭିସ୍ତାରା ମିଶ୍ରଣ ହେବା ନେଇ ପ୍ରତିଯୋଗିତା ଆୟୋଗ (CCI) ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । କିନ୍ତୁ ମିଳିଥିବା ଏହି ଅନୁମତିରେ ଅନେକ ସର୍ତ୍ତ ରହିଥିବା ଜଣାପଡିଛି । ଭିସ୍ତାରା ସହ ମିଶିବା ପରେ ଏୟାର ଇଣ୍ଡିଆ ବର୍ତ୍ତମାନ ଦ୍ୱିତୀୟ ବୃହତ୍ତମ ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା (Private airline) ଏବଂ ଦେଶର ବୃହତ୍ତମ ଅନ୍ତର୍ଜାତୀୟ ବିମାନ ସେବା ଯୋଗାଇବା ବିମାନରେ ପରିଣତ ହୋଇଛି।

ନିଜର ବିମାନ ବ୍ୟବସାୟକୁ ସମଗ୍ର ବିଶ୍ୱରେ ବଡ଼ କରିବା ଦିଗରେ ଟାଟା ଗ୍ରୁପ୍ (Tata Group) ପାଇଁ ଏହା ଏକ ବଡ ପଦକ୍ଷେପ ଓ ନୂଆ ଚ୍ୟାଲେଞ୍ଜ୍ ଭାବରେ ବିବେଚନା କରାଯାଉଛି । ଆପଣଙ୍କୁ ଏହା ଜଣାଇବାକୁ ଚାହିଁବୁ ଯେ, ଭିସ୍ତାରା ଏୟାରଲାଇନ୍ସକୁ ଲୋକେ ଟାଟା SIA ଏୟାରଲାଇନ୍ସ ଭାବରେ ମଧ୍ୟ ଜାଣିଛନ୍ତି । ଏହାର କାରଣ ହେଉଛି ଏହା ଟାଟା ସନ୍ସ ଏବଂ ସିଙ୍ଗାପୁର ଏୟାରଲାଇନ୍ସର ମିଳିତ ଉଦ୍ୟମରେ ଗଠିତ । ଶୁକ୍ରବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (Social media platform X) ମାଧ୍ୟମରେ ସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏହା ମିଶ୍ରଣକୁ ସିସିଆଇ ପକ୍ଷରୁ ଅନୁମୋଦନ କରାଯାଇଛି । ଏଥିରେ କୁହାଯାଇଛି ଯେ, ଟାଟା SIA ଏୟାରଲାଇନ୍ସର ଏୟାର ଇଣ୍ଡିଆ ସହିତ ମିଶ୍ରଣ ଏବଂ ସିଙ୍ଗାପୁର ଏୟାରଲାଇନ୍ସ ଦ୍ୱାରା ଏୟାର ଇଣ୍ଡିଆରେ କିଛି ଅଂଶଧନ ଅଧିଗ୍ରହଣକୁ CCI ପକ୍ଷରୁ ଅନୁମୋଦନ କରାଯାଇଛି ।

ଭିସ୍ତାରା ଏବଂ ଏୟାର ଇଣ୍ଡିଆ ଟାଟା ଗ୍ରୁପ୍ ର ପୂର୍ଣ୍ଣ-ସେବା ବିମାନ । ଭିସ୍ତାରାରେ ସିଙ୍ଗାପୁର ଏୟାରଲାଇନ୍ସ (Singapore Airlines)ର ୪୯ ପ୍ରତିଶତ ଅଂଶଧନ ଅଛି । ଗତ ବର୍ଷ ଅର୍ଥାତ ୨୦୨୨ ନଭେମ୍ବର ମାସରେ ଟାଟା ଗ୍ରୁପ୍ ଏୟାର ଇଣ୍ଡିଆ ସହିତ ଏହାର ସମ୍ପ୍ରସାରଣ ମିଶ୍ରଣ ଘୋଷଣା କରିଥିଲା । ​​ଯେଉଁଥିରେ ସିଙ୍ଗାପୁର ଏୟାରଲାଇନ୍ସ ମଧ୍ୟ ଏୟାର ଇଣ୍ଡିଆର ୨୫.୧ ପ୍ରତିଶତ ଅଂଶଧନ ହାସଲ କରିବ ।

ଭିସ୍ତାରା ଏବଂ ଏୟାର ଇଣ୍ଡିଆ ପ୍ରସ୍ତାବିତ ମିଶ୍ରଣ ପାଇଁ ଚଳିତ ବର୍ଷ ଏପ୍ରିଲରେ CCI ରୁ ଅନୁମୋଦନ ନିଆଯାଇଥିଲା । ଏଥିରେ ଟାଟା ସନ୍ସ ପ୍ରାଇଭେଟ ଲିମିଟେଡ (ଟିଏସପିଏଲ), ଏୟାର ଇଣ୍ଡିଆ ଲିମିଟେଡ, ଟାଟା ଏସଆଇ ଏୟାରଲାଇନ୍ସ ଲିମିଟେଡ (TSAL) ଏବଂ ସିଙ୍ଗାପୁର ଏୟାରଲାଇନ୍ସ ଲିମିଟେଡ ଅଂଶଗ୍ରହଣ କରୁଥିବାର ଖବର ରହିଛି। ତେବେ ଏହି ମିଶ୍ରଣ ପର୍ବକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି । ସେୟାର ବଜାରରେ ଆଗକୁ ବଡ଼ ପରିବର୍ତ୍ତନ ହୋଇପାରେ ବୋଲି ନିବେଶକ ଆଶା ରଖିଛନ୍ତି ।

Also Read- ନୂଆଦିଲ୍ଲୀରେ ‘ଜଳବାୟୁ ପରିବର୍ତ୍ତନ ପାଇଁ କଳା ପ୍ରଦର୍ଶନୀ’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

Also Read- I Phone 15 Launching News: ସେପ୍ଟେମ୍ବର ୧୨ରେ ଲଞ୍ଚ ହେବ ଆପଲ୍ ଆଇଫୋନ୍ ୧୫ ସିରିଜ୍: ଜାଣନ୍ତୁ ଏହାର ଫିଚର ସହ ଅନ୍ୟାନ୍ୟ ତଥ୍ଯ