Submarine Hai Qun: ଝାଡୁ ଧରି ସମଦ୍ରରେ ଜୁଆର ରୋକିବାକୁ ଚେଷ୍ଟା କରୁଛି ତାଇୱାନ: ଚୀନ୍
Advertisement

Submarine Hai Qun: ଝାଡୁ ଧରି ସମଦ୍ରରେ ଜୁଆର ରୋକିବାକୁ ଚେଷ୍ଟା କରୁଛି ତାଇୱାନ: ଚୀନ୍

China Mocks Taiwan submarine Programme: ତାଇୱାନ ପକ୍ଷରୁ କରାଯାଉଥିବା ବୁଡ଼ାଜାହାଜ କାର୍ଯ୍ୟକ୍ରମ ପ୍ରସଙ୍ଗରେ ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର କ'ଣ କହିଛନ୍ତି ତାହା ଜାଣନ୍ତୁ।

Submarine Hai Qun: ଝାଡୁ ଧରି ସମଦ୍ରରେ ଜୁଆର ରୋକିବାକୁ ଚେଷ୍ଟା କରୁଛି ତାଇୱାନ: ଚୀନ୍

China Mocks Taiwan Submarine Programme: ତାଇୱାନ-ଚୀନ୍ ମଧ୍ୟରେ  ଚାଲିଥିବା ବିବାଦ କାହା ଠାରୁ ଲୁଚି ରହିନାହିଁ। ଗୋଟିଏ ପଟେ ବିବାଦ ଜାରି ରହିଥିବା ବେଳେ ଯେତେବେଳେ ତାଇୱାନ ନିଜର ପ୍ରଥମ ସ୍ୱଦେଶୀ ପ୍ରତିରକ୍ଷା ବୁଡ଼ାଜାହାଜ ବିଶ୍ୱ ସାମ୍ନାରେ ଉପସ୍ଥାପନ କରିଥିଲା, ସେତେବେଳେ ଚୀନ୍ କେବଳ କ୍ରୋଧିତ ହୋଇନଥିଲା ବରଂ ପରିହାସ କରିବାକୁ ପଛେଇ ନଥିଲା। ତାଇୱାନ ମୋଟ ୮ ବୁଡ଼ାଜାହାଜ ଉପରେ କାମ କରୁଛି। କୁହାଯାଉଛି ଯେ ଚୀନ୍ ଉଦ୍ଦେଶ୍ୟରେ ଯାହା କହିଲେ ମଧ୍ୟ ଏହା ସତ୍ୟ ଯେ  ଯୁଦ୍ଧ ହେଲେ ଚୀନ ସେନା ତାଇୱାନ ସୈନ୍ୟବାହିନୀ ସହ କଠୋର ମୁକାବିଲା କରିବାକୁ ହେବେ ଏଥିରେ କୌଣସି ସନ୍ଦେହ ନାହିଁ।

ତାଇୱାନ କିଛି କରିବାକୁ ସମର୍ଥ ହେବ ନାହିଁ: ଚୀନ
ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର (Chinese Defense Ministry Spokesperson) ୱୁ କିଆନ୍ କହିଛନ୍ତି ଯେ ତାଇୱାନ ପକ୍ଷରୁ କରାଯାଉଥିବା ବୁଡ଼ାଜାହାଜ କାର୍ଯ୍ୟକ୍ରମ (Taiwan Submarine Programme) ଝାଡୁ ଧରି ସମଦ୍ରରେ ଜୁଆର ରୋକିବା ଭଳି କାମ କରିବା ସହ ସମାନ। କେବଳ ଏତିକି ନୁହେଁ ତାଇୱାନ (Taiwan) ଦ୍ୱାରା ନିଆଯାଇଥିବା ଏପରି ପଦକ୍ଷେପ ଏକ ମୂର୍ଖାମୀ। ତାଇୱାନ ଯେତେ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁ କିମ୍ବା ସଂଗ୍ରହ କରୁ, ହେଲେ ଚୀନ୍‌ ଏକତ୍ରୀକରଣ ଅଭିଯାନ କାର୍ଯ୍ୟକାରୀ ହୋଇ ରହିବ। କେବଳ ଏତିକି ନୁହେଁ ତାଇୱାନ ସେନା (Taiwan Army) ଚୀନ୍ ସୈନ୍ୟବାହିନୀର (Peoples Liberation Army China) ଉଦ୍ଦେଶ୍ୟ, ଇଚ୍ଛାଶକ୍ତି କିମ୍ବା ସାମର୍ଥ୍ୟ ସହିତ ସମାନ ହୋଇପାରିବ ନାହିଁ। ପିପୁଲ୍ସ ଲିବରେସନ୍ ଆର୍ମୀ ସମସ୍ତ ପ୍ରକାର ଅସୁବିଧାକୁ ଦୂର କରିବାର ସାମର୍ଥ୍ୟ ରଖିଛି। 

ତାଇୱାନ ବୁଡ଼ାଜାହାଜ "ହେ କାନ୍" ପାଖରେ ରହିଥିବା ବିଶେଷତ୍ୱ
"ହେ କାନ୍" ହେଉଛି ତାଇୱାନ ଦ୍ୱାରା ବିକଶିତ ହୋଇଥିବା ପ୍ରଥମ ସ୍ୱଦେଶୀ ପ୍ରତିରକ୍ଷା ବୁଡ଼ାଜାହାଜ (First Indigenous Defense Submarine of Taiwan)। ଯଦିଓ ଏହାର ଡିଜାଇନ୍ ପାରମ୍ପାରିକ କିନ୍ତୁ ହେଲେ ଏହାର ବିକାଶକୁ ଏକ ବଡ ପଦକ୍ଷେପ ଭାବରେ ଦେଖାଯାଉଛି। ଗତ ୨୦୨୦ ନଭେମ୍ବର ୨୪ ତାରିଖରୁ ଏହି ଡିଜେଲ ଇଲେକ୍ଟ୍ରିକ୍ ବୁଡ଼ାଜାହାଜ (Diesel Electric Submarine of Taiwan) ଉପରେ କାମ ଆରମ୍ଭ ହୋଇଥିଲା। ଏହି ବୁଡ଼ାଜାହାଜର ଲମ୍ବ ହେଉଛି ୭୦ ମିଟର ଏବଂ ଏହା ୨୭୦୦ ଟନ୍ ଜଳ ସ୍ଥାନାନ୍ତର କରିବାର କ୍ଷମତା ରଖିଛି। ଏହାର ଏକ X ଆକୃତିର ରଡର୍ ରହିଛି। ଯାହା ଏହାର କାର୍ଯ୍ୟକୁ ସମୁଦ୍ର ପୃଷ୍ଠର ତଳ ଭାଗରେ ଭଲ ଭାବରେ କରିପାରିବ। ଚଳିତ ବର୍ଷ ଅକ୍ଟୋବର ୧ ତାରିଖରେ "ହେ କାନ୍" ବୁଡାଜାହାଜର ହାର୍ବର ଆକ୍ସେପେଣ୍ଟସ୍ ଟେଷ୍ଟ (Taiwan Submarine Hai Qun Harbor Acceptance Test) କରାଯାଇଥିଲା। ଆସନ୍ତା ବର୍ଷ ଅପ୍ରେଲ ମାସରେ ଏହାର ସାମୁଦ୍ରିକ ପରୀକ୍ଷଣ (Taiwan Submarine Hai Qun Sea Trial) କରାଯିବ।

ଏହା ପୂର୍ବରୁ ଗତ ସେପ୍ଟେମ୍ବର ୨୫ ତାରିଖରେ ପିପୁଲ୍ସ ଲିବରେସନ୍ ଆର୍ମୀ ସିନିୟର କର୍ଣ୍ଣେଲ ୱୁ ଦେଶର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ସହ କଥାବାର୍ତ୍ତା କରିବା ବେଳେ କହିଥିଲେ ଯେ ପ୍ରଶାନ୍ତ ମହାସାଗରରେ ଚୀନ ସୈନ୍ୟବାହିନୀକୁ ରୋକିବା ପାଇଁ ତାଇୱାନ ପକ୍ଷରୁ ବୃଥା ପ୍ରୟାସ କରାଯାଉଛି। ଯଦି ଯୁଦ୍ଧ ଭଳି ପରିସ୍ଥିତି ଉପୁଜେ  ଚୀନ ସେନା ତାଇୱାନର ବୁଡ଼ାଜାହାଜକୁ ସମୁଦ୍ରରେ ସହଜରେ ଖୋଜି ନଷ୍ଟ କରିଦେବ। ବୁଡ଼ାଜାହାଜ ବିଷୟରେ କୁହାଯାଏ ଯେ ଏପରି ଜାହାଜକୁ ସମୁଦ୍ରରେ ଖୋଜିବା ସହଜ ନୁହେଁ। ବୁଡ଼ାଜାହାଜ ଯେକୌଣସି ସମୟରେ ଆକ୍ରମଣ କରିବାର ସାମର୍ଥ୍ୟ ରଖିଛି।