Diwali Gifts: ସରପ୍ରାଇଜ୍ ଗିଫ୍ଟ ଦେଖି ଚମକି ପଡ଼ିଲେ କର୍ମଚାରୀ, ଘରକୁ ଆସିଲା କାର ଓ ବାଇକ୍
Advertisement

Diwali Gifts: ସରପ୍ରାଇଜ୍ ଗିଫ୍ଟ ଦେଖି ଚମକି ପଡ଼ିଲେ କର୍ମଚାରୀ, ଘରକୁ ଆସିଲା କାର ଓ ବାଇକ୍

Diwali gifts: ଆଲୋକର ପର୍ବ ଦୀପାବଳିକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଅଛି । ଚେନ୍ନାଇର ଜଣେ ବ୍ୟବସାୟୀ ତାଙ୍କ କର୍ମଚାରୀ ଏବଂ ସହକର୍ମୀଙ୍କୁ ଉପହାର ସ୍ୱରୂପ ୧.୨ କୋଟି ମୂଲ୍ୟର କାର ଏବଂ ବାଇକ୍ ସରପ୍ରାଇଜ୍ ଉପହାର ଦେଇଛନ୍ତି । ସୁରଟର ବିଶିଷ୍ଟ ହୀରା ବ୍ୟବସାୟୀ ଶିବାଜୀ ଢୋଲକିଆ କିଛିବର୍ଷ ପୂର୍ବରୁ ତାଙ୍କ କର୍ମଚାରୀଙ୍କୁ ଦିୱାଲୀ ଭେଟି ଦେଇ ଚର୍ଚ୍ଚାକୁ ଆସିଥିଲେ । ଢୋଲକିଆ ୨୦୧୮ରେ ଭଲ ପ୍ରଦର୍ଶନ କରିଥିବା କର୍ମଚାରୀଙ୍କ ମଧ୍ୟରୁ ୬୦୦ ଜଣଙ୍କୁ କାର ଉପହାର ଦେଇଥିଲେ ।

Diwali Gifts: ସରପ୍ରାଇଜ୍ ଗିଫ୍ଟ ଦେଖି ଚମକି ପଡ଼ିଲେ କର୍ମଚାରୀ, ଘରକୁ ଆସିଲା କାର ଓ ବାଇକ୍

Diwali Gifts, ଚେନ୍ନାଇ: ଆଗକୁ ଆଲୋକର ପର୍ବ ଦୀପାବଳି । ଦୀପାବଳି ଆସିଲେ ଲୋକେ ବଜାରରୁ ଲଙ୍କା ବାଣ, ରକେଟ, ଚକ୍ରି, କୁମ୍ପି, ଏମିତି ଅନେକ ଭଳିକି ଭଳି ବାଣ କିଣିଥାନ୍ତି । ଏହାସହିତ ଉପହାରର ମଧ୍ୟ ଆଦାନ ପ୍ରଦାନ ହେଉଥିବା ଦେଖିବାକୁ ମିଳିଥାଏ । ଆଲୋକର ପର୍ବ ଦୀପାବଳିକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଅଛି । ପର୍ବକୁ ସ୍ୱତନ୍ତ୍ର କରିବା ପାଇଁ କମ୍ପାନୀମାନେ ତାଙ୍କ କର୍ମଚାରୀଙ୍କୁ ବୋନସ୍ ସହିତ ଭଳିକି ଭଳି ଗିଫ୍ଟ ଦେଇଥାନ୍ତି । କିଛି କମ୍ପାନୀ ଏବଂ ବ୍ୟବସାୟୀ ତାଙ୍କର କର୍ମଚାରୀଙ୍କୁ ମିଠା ସହିତ ଦାମିକା ଉପହାର ମଧ୍ୟ ଦେଇଥାନ୍ତି । ଆଉ କର୍ମଚାରୀ ମଧ୍ୟ ଅନେଇ ରହିଥାନ୍ତି ଏହି ସମୟକୁ, କେବେ ଦୀପାବଳି ଆସିବ ଆଉ ସେମାନଙ୍କୁ ଉପହାର ମିଳିବ ।

ଦେଶର କୋଣ ଅନୁକୋଣରେ ଦୀପାବଳିର ମାହୋଲ ଆରମ୍ଭ ହୋଇଯାଇଥିବାବେଳେ ଗୋଟିଏ ଆଶ୍ଚର୍ଯ୍ୟଚକିତ କରିଦେଲାଭଳି ଘଟଣା ସାମ୍ନାକୁ ଆସିଛି । ଚେନ୍ନାଇର ଜଣେ ବ୍ୟବସାୟୀ ତାଙ୍କ କର୍ମଚାରୀ ଏବଂ ସହକର୍ମୀଙ୍କୁ ଉପହାର ସ୍ୱରୂପ ୧.୨ କୋଟି ମୂଲ୍ୟର କାର ଏବଂ ବାଇକ୍ ସରପ୍ରାଇଜ୍ ଉପହାର ଦେଇଛନ୍ତି । ଚଲାନି ଜୁଏଲେରି (Challani Jewellery) ର ମାଲିକ ଜୟନ୍ତୀ ଲାଲ ଚୟନ୍ଥୀ (Jayanthi Lal Chayanthi) ତାଙ୍କ କର୍ମଚାରୀ ଏବଂ ସହକର୍ମୀଙ୍କୁ ଆଠଟି କାର ଏବଂ ୧୮ଟି ବାଇକ୍ ଉପହାର ଦେଇଛନ୍ତି । ତେବେ ହଠାତ ଉପହାର ପାଇଲାପରେ କେତେକ କର୍ମଚାରୀ ଏବଂ ସହକର୍ମୀ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ଅନ୍ୟମାନେ ଖୁସିରେ ଆତ୍ମହରା ହୋଇଯାଇଥିଲେ ।

Also Read: SBI ନିଜର କୋଟି କୋଟି ଗ୍ରାହକଙ୍କୁ ଦେଲା ଦିୱାଲୀ ଗିଫ୍ଟ! ଜାଣନ୍ତୁ ଡିଟେଲ୍ସ

ଗଣମାଧ୍ୟମକୁ ସାକ୍ଷାତକାର ଦେଇ ବ୍ୟବସାୟୀ ଜୟନ୍ତୀ ଲାଲ କହିଛନ୍ତି ଯେ, ତାଙ୍କ କର୍ମଚାରୀମାନେ ତାଙ୍କର ପରିବାର ଭଳି ଏବଂ ତାଙ୍କ ସହ ସବୁ ଦୁଃଖ ଏବଂ ସୁଖରେ ଛିଡ଼ା ହୋଇଛନ୍ତି । "ଉପହାର ସେମାନଙ୍କୁ କାର୍ଯ୍ୟ କରିବାକୁ ଉତ୍ସାହିତ କରିବ ଏବଂ ସେମାନଙ୍କ ଜୀବନରେ କିଛି ବିଶେଷ ଯୋଡ଼ିବା ପାଇଁ ଏହା ମୋର ଛୋଟ ପ୍ରୟାସ । ସେମାନେ ମୋ ବ୍ୟବସାୟରେ ସମସ୍ତ ଉନ୍ନତିମୂଳକ କାର୍ଯ୍ୟରେ ମୋ ସହ କାମ କରିଛନ୍ତି ଏବଂ ମୋତେ ଲାଭ କରିବାରେ ସାହାଯ୍ୟ କରିଛନ୍ତି" ବୋଲି ଜୟନ୍ତୀ ଲାଲ କହିଛନ୍ତି । ବ୍ୟବସାୟୀ କହିଛନ୍ତି ଯେ "ସେମାନେ କେବଳ କର୍ମଚାରୀ ନୁହଁନ୍ତି, ମୋର ପରିବାର। ତେଣୁ, ମୁଁ ସେମାନଙ୍କୁ ମୋର ପରିବାର ସଦସ୍ୟଙ୍କ ପରି ବ୍ୟବହାର କରିବାକୁ ଚାହୁଁଥିଲି, ସେମାନଙ୍କୁ ଏପରି ଉପହାର ଦେଇ ଆଶ୍ଚର୍ଯ୍ୟ କରେଇବା ପାଇଁ ଚାହୁଁଥିଲି । ଉପହେର ଦେବାପରେ ମୁଁ ବହୁତ ଖୁସି ଅଛି । ଯେହେତୁ କର୍ମଚାରୀମାନେ ବ୍ୟବସାୟର ଏକ ଅଂଶବିଶେଷ, ତେଣୁ ପ୍ରତ୍ୟେକ ମାଲିକ ତାଙ୍କଭଳି ସେମାନଙ୍କ କର୍ମଚାରୀ ଏବଂ ସହକର୍ମୀଙ୍କୁ ଉପହାର ଦେଇ ସମ୍ମାନ ଦେବା ଉଚିତ୍।" 

ପୂର୍ବରୁ ମଧ୍ୟ ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି । ସୁରଟର ବିଶିଷ୍ଟ ହୀରା ବ୍ୟବସାୟୀ ଶିବାଜୀ ଢୋଲକିଆ କିଛିବର୍ଷ ପୂର୍ବରୁ ତାଙ୍କ କର୍ମଚାରୀଙ୍କୁ ଦିୱାଲୀ ଭେଟି ଦେଇ ଚର୍ଚ୍ଚାକୁ ଆସିଥିଲେ । ଢୋଲକିଆ ୨୦୧୮ରେ ଭଲ ପ୍ରଦର୍ଶନ କରିଥିବା କର୍ମଚାରୀଙ୍କ ମଧ୍ୟରୁ ୬୦୦ ଜଣଙ୍କୁ କାର ଉପହାର ଦେଇଥିଲେ । କେବଳ ଏତିକି ନୁହେଁ, ଆଉ କେତେକ କର୍ମଚାରୀଙ୍କୁ ଦାମୀ ଗହଣା ଓ ଫ୍ଲାଟ ମଧ୍ୟ ପ୍ରଦାନ କରିଥିଲେ । ୨୦୧୮ ଅଗଷ୍ଟରେ ଢୋଲକିଆ ତାଙ୍କ କମ୍ପାନୀରେ ୨୫ ବର୍ଷ ପୂରଣ କରିଥିବା ୩ କର୍ମଚାରୀଙ୍କୁ ମର୍ସିଡେଜ୍‌-ବେଞ୍ଜ୍‌ କାର ମଧ୍ୟ ପ୍ରଦାନ କରିଥିଲେ। ଢୋଲକିଆଙ୍କ ହରେକ୍ରିଷ୍ଣା ଏକ୍ସପୋର୍ଟ ଦେଶର ଏକ ବଡ଼ ହୀରା ରପ୍ତାନୀକାରୀ ଭାବେ ଆଗରୁ ପରିଚୟ ସୃଷ୍ଟି କରିଛି। ମାତ୍ର ଏହି ଏକ୍ସପୋର୍ଟର ଯେପରି ଭାବେ କର୍ମଚାରୀଙ୍କ ସ୍ବାର୍ଥରକ୍ଷା ପାଇଁ ଆଗେଇ ଆସୁଛି, ତାହା ପ୍ରାୟତଃ ବିରଳ ବୋଲି କୁହାଯାଇପାରେ।