Ceo Suchana Seth: ପୁଅକୁ ହତ୍ୟା କରି ରକ୍ତଦାଗକୁ ମା' କହିଲା ପିରିୟଡ ବ୍ଲଡଷ୍ଟେନ, କାବା ହେଲା ପୋଲିସ
Advertisement
Article Detail0/zeeodisha/odisha2052903

Ceo Suchana Seth: ପୁଅକୁ ହତ୍ୟା କରି ରକ୍ତଦାଗକୁ ମା' କହିଲା ପିରିୟଡ ବ୍ଲଡଷ୍ଟେନ, କାବା ହେଲା ପୋଲିସ

Ceo Suchana Seth:  ବୁଲାଇନେବା ବାହାନାରେ ପୁଅକୁ ଧରି ଗୋଆ ଯାଇଥିଲେ। ୬ ଜାନୁଆରୀରେ ବେଙ୍ଗାଲୁରୁରୁ ଫ୍ଲାଇଟ ଧରି ବାହାରିଥିଲେ ସୂଚନା। ଗୋଆରେ ପହଞ୍ଚିବା ପରେ କେଣ୍ଡାଲିମ୍ ଇଲାକାରେ ଥିବା ବନୟାନ ଗ୍ରାଣ୍ଡ ହୋଟେଲରେ ରହୁଥିଲେ ସୂଚନା ସେଠ୍ ଓ ତାଙ୍କର କୁନି ପୁଅ। ଆଉ ଏହି ହୋଟେଲ ବୁକିଂ ସେ ପୂର୍ବରୁ କରିଥିଲେ।

 

 

Ceo Suchana Seth: ପୁଅକୁ ହତ୍ୟା କରି ରକ୍ତଦାଗକୁ ମା' କହିଲା ପିରିୟଡ ବ୍ଲଡଷ୍ଟେନ, କାବା ହେଲା ପୋଲିସ

Ceo Suchana Seth: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏଥିକ୍ସ ଏକ୍ସପର୍ଟ, ଡାଟା ସାଇଣ୍ଟିଷ୍ଟ ଓ ଷ୍ଟାର୍ଟଅପ କମ୍ପାନୀ ମାଇଣ୍ଡଫୁଲ ଏଆଇ ଲ୍ୟାବର କୋ ଫାଉଣ୍ଡର ତଥା ସିଇଓ ୩୯ ବର୍ଷୀୟ ସୂଚନା ସେଠ୍ ଙ୍କୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା । ସଫଳତାର ପାଦ ଚୁମିଥିବା ସୂଚନା ନିଜ ହାତରେ ନିଜ ଜନ୍ମକଲା ୪ ବର୍ଷର ପୁଅକୁ ନିର୍ମମ ହତ୍ୟା କରିଛନ୍ତି । ଆଉ ଏହି ହତ୍ୟାର ମୂଳ କାରଣ ଛାଡ଼ପତ୍ର ଦେଇଥିବା ସ୍ୱାମୀ ପ୍ରତି ଅହେତୁକ ଘୃଣାଭାବ। ସୂଚନା ଚାହୁଁନଥିଲେ ସେ ତାଙ୍କ ସ୍ୱାମୀ ତାଙ୍କ ପୁଅକୁ ଭେଟନ୍ତୁ ବା ମିଳାମିଶା କରନ୍ତୁ । ଯାହା ଫଳରେ ସୂଚନା ଏମିତି ଏକ ଭୟଙ୍କର ନିଷ୍ପତ୍ତି ନେଇଛନ୍ତି ଯାହା ଆଗରେ ମା'ର ମମତା ବି ଫିକା ପଡ଼ିଗଲା। 

ଜାଣନ୍ତୁ ପୂରା ଘଟଣା-: ୧୪ ବର୍ଷ ପୁରୁଣା ସମ୍ପର୍କ କେମିତି ୧୦ ବର୍ଷ ମଧ୍ୟରେ ଭାଙ୍ଗିଥିଲା ସୂଚନା ଙ୍କ ବୈବାହିକ ଜୀବନ। ପଶ୍ଚିମବଙ୍ଗ ନିବାସୀ ସୂଚନା ସେଠ୍ କେରଳରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ୨୦୧୦ ମସିହାରେ ବିବାହ କରିଥିଲେ। ବିବାହର ୯ ବର୍ଷ ପରେ ଅର୍ଥାତ୍ ୨୦୧୯ ରେ ଦୁହିଁଙ୍କର ଏକ ପୁଅ ଜନ୍ମ ହେଲା । ଆଗାମୀ ବର୍ଷ ଅର୍ଥାତ୍ ୨୦୨୦ ରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଉପୁଜି ଶେଷରେ ବିବାହ ବିଚ୍ଛେଦ ହୋଇଥିଲା । କୋର୍ଟ ଏହି ମାମଲାର ରାୟ ଶୁଣାଇ କହିଥିଲେ ଯେ, ବାପା ପ୍ରତି ରବିବାର ନିଜ ପୁତ୍ର ସନ୍ତାନକୁ ଦେଖା ସାକ୍ଷାତ କରିପାରିବେ। ହେଲେ ଏହି ରାୟକୁ ପସନ୍ଦ କରୁନଥିଲେ ସୂଚନା ସେଠ୍ (Ceo Suchana Seth) । କୋର୍ଟଙ୍କ ଏହି ରାୟ ପରେ ସୂଚନା ମାନସିକ ଚିନ୍ତାରେ ରହିବାକୁ ଲାଗିଲେ। କେମିତି ନିଜ ପୁଅକୁ ସ୍ୱାମୀ ନଭେଟନ୍ତୁ ସେ ନେଇ ବିଭିନ୍ନ ପ୍ରକାରର କାହାଣୀ ରଚିଲେ ହେଲେ ସବୁଥିରେ ଫେଲ୍ ହୋଇଥିଲେ ସୂଚନା । ପରେ ସୂଚନା ଏହି ଭୟଙ୍କର ଷଡଯନ୍ତ୍ର ରଚିଥିଲେ।  

ସୂଚନା ବୁଲାଇନେବା ବାହାନାରେ ପୁଅକୁ ଧରି ଗୋଆ (Bengaluru To Goa) ଯାଇଥିଲେ। ୬ ଜାନୁଆରୀରେ ବେଙ୍ଗାଲୁରୁରୁ ଫ୍ଲାଇଟ ଧରି ବାହାରିଥିଲେ ସୂଚନା। ଗୋଆରେ ପହଞ୍ଚିବା ପରେ କେଣ୍ଡାଲିମ୍ ଇଲାକାରେ ଥିବା ବନୟାନ ଗ୍ରାଣ୍ଡ ହୋଟେଲରେ ରହୁଥିଲେ ସୂଚନା ସେଠ୍ ଓ ତାଙ୍କର କୁନି ପୁଅ। ଆଉ ଏହି ହୋଟେଲ ବୁକିଂ ସେ ପୂର୍ବରୁ କରିଥିଲେ। ୮ ଜାନୁଆରୀ ପର୍ଯ୍ୟନ୍ତ ଗୋଆର ବିଭିନ୍ନ ସ୍ଥାନରେ ବୁଲାବୁଲି କରିବା ପରେ ସେହିଦିନ ରାତିରେ ସୂଚନା ନିଜ ପୁଅକୁ ହତ୍ୟା କରିଥିଲେ। ପରେ ରବିବାର ଦିନ ସୂଚନା ବେଙ୍ଗାଲୁରୁ ଫେରିବା ବାଟରେ ପୋଲିସ ତାଙ୍କୁ ମାଡ଼ି ବସିଥିଲା। ହେଲେ ଏଠି ପ୍ରଶ୍ନ ସୂଚନାଙ୍କୁ କେମିତି ଧରିଲା ପୋଲିସ। ସୂଚନାଯୋଗ୍ୟ, ପ୍ରଥମେ ସନ୍ଦେହ କରିଥିଲେ ହୋଟେଲ କର୍ମଚାରୀ । କାରଣ ସୂଚନା ଆସିବା ବେଳେ ତାଙ୍କ କୁନିପୁଅ ତାଙ୍କ ସହ ଥିଲା ହେଲେ ହୋଟେଲରୁ ଚେକ୍ ଆଉଟ ପରେ ତାଙ୍କ ସହ ପୁଅ ନଥିଲା । ଏହାସହ ହୋଟେଲ କର୍ମଚାରୀ ସଫେଇ କରିବାକୁ ଗଲା ବେଳେ ଟାଉଲରେ ଲାଗିଥିଲା ବ୍ଲଡ ଦେଖି ପୋଲିସକୁ ଖବର ଦେଇଥିଲେ।

ପରେ ପୋଲିସ ଅଧାରାସ୍ତାରୁ ସୂଚନାଙ୍କୁ ଧରି ପଚରାଉଚରା କରିଥିଲା। ଏହାସହ ହୋଟେଲକୁ ଆଣି ଟାଉଲ ରେ ଲାଗିଥିବା ରକ୍ତ ବିଷୟରେ ପଚାରିବାରୁ ସୂଚନା କହିଥିଲେ ଯେ, ଏହାତାଙ୍କ ପିରିୟଡ ବ୍ଲଡ ଷ୍ଟେନ(Period Blood Stain) । ଯାହା ଜାଣି ପୋଲିସ ଆହୁରି ସନ୍ଦେହ କରିଥିଲା। ପରେ ପଚରାଉଚରା ସହ ସୂଚନାଙ୍କ ପାଖେ ଥିବା ବ୍ୟାଗର ସର୍ଚ୍ଚ କରିବା ପରେ ପୋଲିସର ହୋସ୍ ଉଡ଼ିଯାଇଥିଲା । ସୂଚନାଙ୍କ ପାଖେ ଥିବା ବ୍ୟାଗରୁ ମିଳିଥିଲା ୪ ବର୍ଷୀୟ କୁନିପୁଅର ମୃତଦେହ। ତେବେ ଏହି ଖବର ପୂରା ଦେଶକୁ ଦୋହଲାଇ ଦେଇଛି। ଶିକ୍ଷୀତ ସମାଜରେ ବଢିଥିବା ସୂଚନା ଏତେ ବଡ଼ କାଣ୍ଡ କେମିତି ଭିଆଇଲେ ତାହା ବିଶ୍ୱାସ କରିପାରୁନାହାଁନ୍ତି ପରିବାର ଲୋକ । ତେବେ ସୂଚନାନୁଯାୟୀ, କୁନିପୁଅର ଅନ୍ତ୍ୟେଷ୍ଟି ପରିବାର ଲୋକ କରିଥିବା ବେଳେ ରାକ୍ଷସୀ ମା କୁ ୬ ଦିନିଆ ପୋଲିସ ରିମାଣ୍ଡରେ ନେଇଛି। 

Also Read: Puri Sri Mandira: ଘନ କୁହୁଡ଼ିରେ ଲୁଚିଗଲା ନୀଳଚକ୍ର, ହନ୍ତସନ୍ତ ହେଲେ ଭକ୍ତ