ସାଧାରଣ ଲୋକଙ୍କ ଜୀବନ ହାନୀ ଘଟଣା ମଧ୍ୟ ହ୍ରାସ ପାଇଛି ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଙ୍ଗଳବାର ଦିନ ଲୋକସଭାରେ କହିଛନ୍ତି ।
Trending Photos
ନୂଆଦିଲ୍ଲୀ: ଗତ ୨୦୧୦ ତୁଳନାରେ ୨୦୨୩ ସୁଦ୍ଧା ଓଡ଼ିଶାର ୧୫ଜିଲ୍ଲା ସମେତ ଦେଶର ୯ଟି ରାଜ୍ୟର ୧୨୬ଟି ଜିଲ୍ଲାରେ ନକ୍ସଲ ହିଂସାକାଣ୍ଡ ୮୬ ପ୍ରତିଶତ ହ୍ରାସ ପାଇଛି । ୨୦୧୦ରେ ୧୦୦୫ଟି ନକ୍ସଲ ହିଂସାକାଣ୍ଡ ରେକର୍ଡ କରାଯାଇଥିଲାବେଳେ ୨୦୨୩ରେ ୧୩୮କୁ ହ୍ରାସ ପାଇଛି । ୨୦୨୪ ଜୁନ୍ ସୁଦ୍ଧା ୩୨ ପ୍ରତିଶତ ଏହିମାମଲା ହ୍ରାସ ପାଇଛି । ଏପରିକି ସାଧାରଣ ଲୋକଙ୍କ ଜୀବନ ହାନୀ ଘଟଣା ମଧ୍ୟ ହ୍ରାସ ପାଇଛି ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଙ୍ଗଳବାର ଦିନ ଲୋକସଭାରେ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁସାରେ ଇତି ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟ ସମେତ ଓଡ଼ିଶାରେ ନକ୍ସଲ ଉପଦ୍ରୁତ ଅଞ୍ଚଳ ହ୍ରାସ ପାଇଛି । ପୁର୍ବରୁ ଥିବା ୧୨୬ଟି ଜିଲ୍ଲା ମଧ୍ୟରୁ ଏବେ ୩୮ଟି ଜିଲ୍ଲାରେ ନକ୍ସଲ ହିଂସା ରହିଛି । ଓଡ଼ିଶାରେ ଏ ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ପୂର୍ବରୁ ଓଡ଼ିଶାର ୧୫ଟି ଜିଲ୍ଲା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ବଉଦ, କନ୍ଧମାଳ, ଅନୁଗୁଳ, ଦେବଗଡ଼, ରାୟଗଡ଼ା, ନୟାଗଡ଼ ଜିଲ୍ଲା ନକ୍ସଲ ହିଂସା ପ୍ରଭାବିତ ଥିଲା । ଇତି ମଧ୍ୟରେ ଓଡ଼ିଶାର କଳାହାଣ୍ଡି, ବଲାଙ୍ଗୀର, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ ୮ଟି ଜିଲ୍ଲା ନକ୍ସଲ ହିଂସାରୁ ମୁକ୍ତ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ରାୟ କହିଛନ୍ତି।
Also Read- ଏସ୍ଏଚ୍ଜି କାମର ମୂଲ୍ୟାଙ୍କନ କରାଯିବ : ଶିବରାଜ
Also Read- Lucky Zodiac Sign: ଅଗଷ୍ଟ ୭ରେ ଶିବ ଯୋଗର ଶୁଭ ସମକକ୍ଷ, ୫ ରାଶିର ଭାଗ୍ୟ ଉଜ୍ୱଳ