Camel Attack: ମାଲିକାଣୀକୁ ଭୟଙ୍କର ମୃତ୍ୟୁ ଦେଲା ଓଟ, ହାତକୁ ଚୋବାଇବା ସହ...
Advertisement
Article Detail0/zeeodisha/odisha1764594

Camel Attack: ମାଲିକାଣୀକୁ ଭୟଙ୍କର ମୃତ୍ୟୁ ଦେଲା ଓଟ, ହାତକୁ ଚୋବାଇବା ସହ...

Camel Attack: ଆପଣ ପୋଷା ଜୀବ ଜନ୍ତୁ ପାଳୁଥିଲେ ସତର୍କତା ଅବଲମ୍ୱନ କରନ୍ତୁ । କାରଣ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ପାଳି ପୋଷି ବଡ଼ କରିଥିବା ଓଟ ନିଜ ମାଲିକର ଜୀବନ ନେଇଛି ।

Camel Attack: ମାଲିକାଣୀକୁ ଭୟଙ୍କର ମୃତ୍ୟୁ ଦେଲା ଓଟ, ହାତକୁ ଚୋବାଇବା ସହ...

Hathras News: ଓଟକୁ ସାହାରା କରି ରୋଜଗାର କରୁଥିଲା  ସାସ୍ନିର ବାସଗୋଇ ଗ୍ରାମର ଗୋଟିଏ ପରିବାର (Family) । ଶେଷରେ ସେହି ଓଟ ନିଜ ମାଲିକାଣୀ ପାଇଁ ସାଜିଲା ଯମ ଦୂତ । ଆପଣ ଅନ୍ୟ ଜୀବଜନ୍ତୁଙ୍କ ଆକ୍ରମଣର ଦୃଶ୍ୟ ସୋସିଆଲ ମିଡିଆ କିମ୍ୱା ଟେଲିଭିଜନରେ ଦେଖିଥିବେ । କିନ୍ତୁ ଏପରି ଘଟଣା ବିଷୟରେ ହୁଏତ ଆପଣ ଆଗରୁ କେବେ ଶୁଣିନଥିବେ । ଏହା ଏପରି ଏକ ଘଟଣା ଯାହାକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି । ପୋଷା ଓଟଟିଏ କଣ କେବେ ନିଜ ମାଲିକର ମୃତ୍ୟୁର କାରଣ ପାଲଟି ପାରେ ଏ ପ୍ରଶ୍ନ ଏବେ ଅନେକଙ୍କ ମନରେ ଉଙ୍କି ମାରୁଛି । ଆସନ୍ତୁ ଜାଣିବା ପୂରା ଘଟଣା ।

ରବିବାର ସନ୍ଧ୍ୟା ସମୟରେ ଓଟଟି ଏପରି ଘଟଣା ଘଟାଇଛି ଯାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଦୁଃଖ ଅନୁଭବ କରିବେ । ସବୁଦିନ ପରି ଓଟର ଖାଦ୍ୟ (Food) ଖାଇବାର ସମୟ ହୋଇଥିଲା ଓଟର ମାଲିକାଣୀ ପ୍ରେମବତୀ ମଧ୍ୟ ସମୟ ହିସାବରେ ଓଟ ପାଖରେ ଖାଦ୍ୟ ପାନୀୟ ପହଞ୍ଚାଇବାକୁ ପ୍ରସ୍ତୁତ ହୋଇଗଲେ । ତେବେ ହଠାତ୍ ଆଖି ପିଛୁଳାକେ ଓଟଟି ମାଲିକାଣୀଙ୍କ ଉପରକୁ ଆକ୍ରମଣ (Camel Attack) କରିଥିଲା । ପ୍ରଥମେ ମାଲିକାଣିଙ୍କର ହାତକୁ ଆଘାତ ଦେଇଥିଲା ମାଲିକାଣୀ ତଳେ ପଡିବା କ୍ଷଣି ଓଟଟି ତାଙ୍କ ହାତକୁ ଚୋବାଇବାକୁ ଲାଗିଲା । କେବଳ ସେତିକି ନୁହେଁ ହଠାତ୍ ମୁଣ୍ଡକୁ ମଧ୍ୟ ଆଘାତ ଦେଇଥିଲା ପୋଷା ଓଟ । ଫଳରେ ମାଲିକାଣୀ ଘଟଣା ସ୍ଥଳରେ ହିଁ ଗୁରୁତର ହୋଇପଡିଥିଲେ । ଏହି ଘଟଣା ବିଷୟରେ ପରିବାର ଓ ପଡୋଶୀ ଜାଣିବା ପରେ ଓଟର ମାଲିକାଣୀ ପ୍ରେମବତୀଙ୍କୁ ତୁରନ୍ତ ହସ୍ପିଟାଲ ନେଇଥିଲେ ମଧ୍ୟ କୌଣସି ଲାଭ ମିଳିନଥିଲା । ଶେଷରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ । ଏହି ଘଟଣାଟି ପ୍ରଚାରିତ ହେବା ପରେ ଲୋକଙ୍କ ହୃଦୟ ଥରି ଉଠିଥିଲା । ଯେଉଁ ଓଟଟି ତାଙ୍କ ସହ ସବୁବେଳେ ଭଲ ବ୍ୟବହାର କରୁଥିଲା ସେହି ଓଟ ପାଇଁ ମାଲିକର ଜୀବନ ଚାଲିଯିବ ଏକଥା ସହଜରେ କେହି ଗ୍ରହଣ କରିପାରୁ ନାହାନ୍ତି । ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ, ହଠାତ୍ ଓଟର ଏପରି କଣ ହେଲା ଯେ, ତାର ସ୍ୱଭାବ ବଦଳିଗଲା ।

ସୂଚନା ପାଇବା ପରେ ନିକଟସ୍ଥ ପୋଲିସ୍ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଓଟଟିକୁ କାବୁ ମଧ୍ୟ କରାଯାଇଥିଲା । ପରେ ପୋଲିସ ଓଟ ମାଲିକାଣୀ ପ୍ରେମବତୀଙ୍କ ମୃତ ଶରୀରକୁ ବ୍ୟବଚ୍ଛେଦ କରାଇବା ପାଇଁ କହିଥିଲେ ମଧ୍ୟ ବ୍ୟବଚ୍ଛେଦ କରିବା ପାଇଁ ସମ୍ପର୍କୀୟମାନେ ମନା କରିଥିଲେ । ସୂଚନାଯୋଗ୍ୟ, ବାସଗୋଇ ଗାଁର ବାସିନ୍ଦା ପପୁ ଏକ ଓଟ କାର୍ଟରେ ଶ୍ରମିକ ଭାବରେ କାମ କରିବା ସହ ମିଳୁଥିବା ପାରିଶ୍ରମିକରେ ନିଜ ପରିବାରର ଭରଣପୋଷଣ କରୁଥିଲେ । ଘଟଣା ଦିନ ସନ୍ଧ୍ୟାରେ କାମ ସରିବା ପରେ ସେ ଓଟକୁ ଉପଯୁକ୍ତ ସ୍ଥାନରେ ବାନ୍ଧି ଘର ଭିତରକୁ ଯାଇଥିଲେ । ତାଙ୍କ ପତ୍ନୀ ପ୍ରେମବତୀ ଓଟକୁ ପାଣି ଓ ଖାଦ୍ୟ ଦେବାକୁ ଯାଇଥିଲେ। ତା’ପରେ ହଠାତ୍ ଓଟ ଅନିୟନ୍ତ୍ରିତ ହୋଇ ପ୍ରେମବତୀଙ୍କୁ ଆକ୍ରମଣ କରିବା ସହ ହିଂସ୍ର ରୂପ ଦେଖାଇଥିଲା । ତେବେ ପ୍ରେମବତୀଙ୍କ ଚିତ୍କାର ଶୁଣି ପପୁଙ୍କ ସମେତ କିଛି ପଡୋଶୀ ମଧ୍ୟ ଧାଇଁ ଆସିଥିଲେ । କିନ୍ତୁ ହିଂସ୍ର ଓଟ ଅନ୍ୟମାନଙ୍କ ଉପରେ ମଧ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ପାଟିତୁଣ୍ଡ ଶୁଣିବା ପରେ ଘଟଣାସ୍ଥଳରେ ଅନେକ ଗ୍ରାମବାସୀ ରୁଣ୍ଡ ହୋଇଥିଲେ । ମହିଳାଙ୍କୁ ହିଂସାତ୍ମକ ଓଟ କବଳରୁ ରକ୍ଷା କରିବା ପାଇଁ କେହି ସାହସ ସଂଗ୍ରହ କରିପାରିନଥିଲେ। ବର୍ତ୍ତମାନ ଉକ୍ତ ଓଟ ପାଇଁ ସମଗ୍ର ଗାଁରେ ଆତଙ୍କ ଖେଳିଯାଇଛି । ଓଟ ପାଖକୁ ଯିବା ପାଇଁ ଲୋକମାନେ ଭୟ କରୁଛନ୍ତି ।

Also read- Watch Video: ରାସ୍ତାରେ ଯାଉଥିଲା କିଙ୍ଗ୍ କୋବ୍ରା, ଛୋଟ ପିଲାଟି ଲାଞ୍ଜ ଟାଣିଦେଲା, ଆଉ ତାପରେ