Cambodia Crocodile Attack: ଏନକ୍ଲୋଜର ମଧ୍ୟରେ ଖସିପଡ଼ିଲେ ବୃଦ୍ଧ, ଦେଖୁ ଦେଖୁ ଜୀବନ ନେଇଗଲେ ୪୦ କୁମ୍ଭୀର
Advertisement

Cambodia Crocodile Attack: ଏନକ୍ଲୋଜର ମଧ୍ୟରେ ଖସିପଡ଼ିଲେ ବୃଦ୍ଧ, ଦେଖୁ ଦେଖୁ ଜୀବନ ନେଇଗଲେ ୪୦ କୁମ୍ଭୀର

Crocodile Attack Cambodia: ଖବର ଅନୁଯାୟୀ ମୃତକ ଜଣଙ୍କ ତାଙ୍କ ଫାର୍ମ ଠାରେ ଏକ କୁମ୍ଭୀରକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଚେଷ୍ଟା କରୁଥିଲେ। ଯେଉଁଠାରେ କୁମ୍ଭୀର ଅଣ୍ଡା ଦେଇଥିଲେ।

 Cambodia Crocodile Attack: ଏନକ୍ଲୋଜର ମଧ୍ୟରେ ଖସିପଡ଼ିଲେ ବୃଦ୍ଧ, ଦେଖୁ ଦେଖୁ ଜୀବନ ନେଇଗଲେ ୪୦ କୁମ୍ଭୀର

Cambodian Man Killed by 40 Crocodiles: ଗୋଟିଏ କିମ୍ବା ଦୁଇଟି ନୁହେଁ ଏକାଥରକେ ୪୦ କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଇଛନ୍ତି ଜଣେ ୭୨ ବର୍ଷୀୟ ବୃଦ୍ଧ। ଦକ୍ଷିଣ-ପୂର୍ବ ଏସୀୟ ଦେଶ କାମ୍ବୋଡିଆରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଶୁକ୍ରବାର ଲୁଆନ ନାମ ଜଣେ ବୃଦ୍ଧ କୁମ୍ଭୀରଙ୍କ ଲାଗି ରହିଥିବା କଂକ୍ରିଟ ଏନକ୍ଲୋଜରରେ ମଧ୍ୟରେ ଖସି ପଡ଼ିଥିଲେ। ଏହା ପରେ ପ୍ରାୟ ୪୦ କୁମ୍ଭୀର ତାଙ୍କ ଜୀବନ ନେଇଯାଇଥିଲେ। ଏହି ଘଟଣା ସିଏମ ରୀପ୍ ଠାରେ ରହିଥିବା ମୃତକଙ୍କ ପରିବାରର ରେପଟାଇଲ ଫାର୍ମ ଠାରେ ଘଟିଥିଲା। 

ଖବର ଅନୁଯାୟୀ ଏହି ୭୨ ବର୍ଷୀୟ ବ୍ୟକ୍ତି ଜଣଙ୍କ ତାଙ୍କ ଫାର୍ମ ଠାରେ (Reptile Firm In Cambodia) ଏକ କୁମ୍ଭୀରକୁ (Cambodian Crocodile) ସ୍ଥାନାନ୍ତର କରିବାକୁ ଚେଷ୍ଟା କରୁଥିଲେ। ଯେଉଁଠାରେ ସେହି କୁମ୍ଭୀର ଅଣ୍ଡା ଦେଇଥିଲେ। କୁମ୍ଭୀର ହଟାଇବା ପାଇଁ ସେହି ବ୍ୟକ୍ତି ଜଣଙ୍କ ଏକ ବାଡ଼ି ବ୍ୟବହାର କରୁଥିଲେ। ହେଲେ କୁମ୍ଭୀର ବାଡ଼ି ଉପରେ ଆକ୍ରମଣ କରି ଏହାକୁ ନିଜ ଆଡକୁ ଟାଣି ନେଇଥିଲା। ଯାହା ଫଳରେ ବୃଦ୍ଧ ଜଣଙ୍କ ନିଜର ଭାରସାମ୍ୟ ହରାଇ କୁମ୍ଭୀରଙ୍କ ଲାଗି ରହିଥିବା କଂକ୍ରିଟ ଏନକ୍ଲୋଜରରେ (Crocodile Farm Enclosure) ମଧ୍ୟରେ ଗଳି ପଡ଼ିଥିଲେ। ଏହା ପରେ ସେଠାରେ ରହିଥିବା କୁମ୍ଭୀର ଏକ ବଡ଼ ଦଳରେ ଆସି ସେହି ବ୍ୟକ୍ତିଙ୍କ ଉପରେ ଆକ୍ରମଣ ତାଙ୍କୁ ଛୋଟ ଛୋଟ ଖଣ୍ଡ ଖଣ୍ଡ କରିଦେଲେ। ତାଙ୍କର ଗୋଟିଏ ବାହୁ କାମୁଡ଼ି ଦେବା ଏକ କୁମ୍ଭୀର ଏହାକୁ ଗିଳି ଦେଇଥିଲାଲା। ପରେ ତାଙ୍କର ମୃତଦେହ ଏନକ୍ଲୋଜର ମଧ୍ୟରୁ କାମୁଡ଼ା ଚିହ୍ନ ସହିତ ଉଦ୍ଧାର କରାଯାଇଥିଲା।

କୁମ୍ଭୀର ଆକ୍ରମଣରେ ବୃଦ୍ଧ ପ୍ରାଣ ହରାଇବା ଘଟଣାରେ ପ୍ରତିକ୍ରିୟା ରଖଛନ୍ତି ସିଏମ୍ ରୀପ୍ କମ୍ୟୁନି ପୋଲିସ୍ ମୁଖ୍ୟ (Siem Reap Area Police Chief) ମେ ସାଭରୀ। ଏନେଇ ପୋଲିସ ଅଧିକାରୀ (Cambodian Police Official) ଜଣଙ୍କ କହିଛନ୍ତି ଯେ, ମୃତକ ଜଣଙ୍କ ଏକ ଗୁମ୍ଫାରେ ଅଣ୍ଡା ଦେଉଥିବା  କୁମ୍ଭୀରକୁ ବାଡ଼ି ସାହାର୍ଯ୍ୟରେ ବାହାର କରିବାକୁ ଚେଷ୍ଟା କରୁଥିଲେ। ହେଲେ ଯେତେବେଳେ କୁମ୍ଭୀର ତାଙ୍କ ଉପରେ ଆକ୍ରମଣ କରିଥିଲା ସେତେବେଳେ ସେ ଏନକ୍ଲୋଜରରେ ମଧ୍ୟରେ ଖସି ପଡ଼ିଥିଲେ। ଏହା ପରେ ଅନ୍ୟ କୁମ୍ଭୀର ଆସି ତାଙ୍କ ଉପରେ ସେ ପର୍ଯ୍ୟନ୍ତ ଆକ୍ରମଣ କରିନଥିଲେ ଯେତେବେଳେ ତାଙ୍କର ମୃତ୍ୟୁ ହୋଇନଥିଲା। 

ମୃତକ ଜଣଙ୍କ ହେଉଛନ୍ତି ସ୍ଥାନୀୟ କୁମ୍ଭୀର ଚାଷ କୃଷକ ସଙ୍ଗଠନର ସଭାପତି (Cambodian Crocodile Farmers Association)। ତାଙ୍କର ରେପଟାଇଲ ଫାର୍ମ ଠାରେ କୁମ୍ଭୀର ପାଳିବାକୁ ବନ୍ଦ କରିବା ପାଇଁ ବର୍ଷ ବର୍ଷ ଧରି ଅନୁରୋଧ କରିଥିଲେ ତାଙ୍କର ପରିବାର ସଦସ୍ୟ। ବର୍ତ୍ତମାନ ତାଙ୍କର ପରିବାର ଫାର୍ମ ବିକ୍ରି କରିଦେବା ପାଇଁ ଚାହୁଁଛନ୍ତି। ଗତ ୨୦୧୯ ବର୍ଷରେ ସେହି ଗ୍ରାମରେ ରହିଥିବା ତାଙ୍କ ପରିବାରର ରେପଟାଇଲ ଫାର୍ମ ଠାରେ ଜଣେ ଦୁଇ ବର୍ଷର ନାବାଳିକାକୁ କୁମ୍ଭୀର ହତ୍ୟା କରିବା ସହ ଖାଇ ଦେଇଥିଲେ ବୋଲି କହିଛନ୍ତି ପୋଲିସ ମୁଖ୍ୟ।

କାମ୍ବୋଡିଆର ସିଏମ ରୀପ୍ ଅଞ୍ଚଳ (Cambodia Siem Reap Area) ବିଶେଷକରି ଟୋନ୍ ସାପ୍ ହ୍ରଦ ଏବଂ ଏହାର ଆଖପାଖ ଆର୍ଦ୍ରଭୂମି (Tonle Sap Lake Wetlands Cambodia) ହେଉଛି କୁମ୍ଭୀରଙ୍କ ପ୍ରାକୃତିକ ବାସସ୍ଥାନ। ଏହି ଅଞ୍ଚଳ କୁମ୍ଭୀର ଚାଷ (Crocodile Farm in Cambodia) ପାଇଁ ପ୍ରସିଦ୍ଧ। ଏଠାକାର କୁମ୍ଭୀର ସେମାନଙ୍କର ଉପସ୍ଥିତି ପାଇଁ ଜଣାଶୁଣା। ସେମାନଙ୍କୁ ନଦୀ କୂଳର ସୂର୍ଯ୍ୟକିରଣରେ କିମ୍ବା ପାଣିରେ ଭିତରେ ନଜର ଆସିଥାନ୍ତି। ସିଏମ୍ ରୀପ୍ ଅଞ୍ଚଳର କୁମ୍ଭୀର ଉଭୟ ଲୁଣିଆ ଜଳ କୁମ୍ଭୀର ଏବଂ ବୃହତ୍ତମ ଜୀବନ୍ତ ସରୀସୃପ ପ୍ରଜାତି। ଯଦିଓ ସେମାନେ ଆକାରରରେ ଦେଖିବାକୁ ଅନ୍ୟ କୁମ୍ଭୀର ଅପେକ୍ଷା ଛୋଟ।