UP Cabinet Meeting: ଲକ୍ଷ୍ନୌ ବଦଳରେ କାହିଁକି ଅଯୋଧ୍ୟାରେ ଅନୁଷ୍ଠିତ ହେଉଛି ଉତ୍ତର ପ୍ରଦେଶ କ୍ୟାବିନେଟ ବୈଠକ? ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1951040

UP Cabinet Meeting: ଲକ୍ଷ୍ନୌ ବଦଳରେ କାହିଁକି ଅଯୋଧ୍ୟାରେ ଅନୁଷ୍ଠିତ ହେଉଛି ଉତ୍ତର ପ୍ରଦେଶ କ୍ୟାବିନେଟ ବୈଠକ? ଜାଣନ୍ତୁ କାରଣ

UP Govt Cabinet Meeting: ନଭେମ୍ବର ୯ ତାରିଖ ଗୁରୁବାର ଅଯୋଧ୍ୟା ଠାରେ ଅନୁଷ୍ଠିତ ହେଉଛି ଉତ୍ତର ପ୍ରଦେଶ ସରକାରଙ୍କ କ୍ୟାବିନେଟ ବୈଠକ। ସେହିପରି ଆସନ୍ତା ୧୧ ତାରିଖରେ ଅଯୋଧ୍ୟା ଠାରେ ପାଳିତ ହେବାକୁ ଯାଉଛି ଭବ୍ୟ ଦୀପୋତ୍ସବ।

UP Cabinet Meeting: ଲକ୍ଷ୍ନୌ ବଦଳରେ କାହିଁକି ଅଯୋଧ୍ୟାରେ ଅନୁଷ୍ଠିତ ହେଉଛି ଉତ୍ତର ପ୍ରଦେଶ କ୍ୟାବିନେଟ ବୈଠକ? ଜାଣନ୍ତୁ କାରଣ

UP Cabinet Meeting in Ayodhya: ନଭେମ୍ବର ୯ ତାରିଖରେ ରାଜ୍ୟର ଅଯୋଧ୍ୟା ଜିଲ୍ଲାରେ କ୍ୟାବିନେଟ ବୈଠକ କରିବାକୁ ଯାଉଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଆସନ୍ତା ୧୧ ତାରିଖରେ ଅଯୋଧ୍ୟା ଠାରେ ଭବ୍ୟ ଦୀପୋତ୍ସବ ପୂର୍ବରୁ ଯୋଗୀ ସରକାରଙ୍କ ସମସ୍ତ କ୍ୟାବିନେଟ୍ ଏଠାରେ ଆୟୋଜିତ ହେବ। ରାଜଧାନୀ ଲକ୍ଷ୍ନୌ ବଦଳରେ କାହିଁକି ଅଯୋଧ୍ୟା ଠାରେ ଅନୁଷ୍ଠିତ ହେଉଛି ଉତ୍ତର ପ୍ରଦେଶ ସରକାରଙ୍କ କ୍ୟାବିନେଟ ବୈଠକ ତାହାର କାରଣ ଏବେ ସାମ୍ନାକୁ ଆସିଛି। 

ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଯଥାଶୀଘ୍ର ଏହାର ଧାର୍ମିକ ଏଜେଣ୍ଡା ସ୍ଥିର କରିବା ଆରମ୍ଭ କରିଛି। ଏହି କାରଣରୁ ଉତ୍ତର ପ୍ରଦେଶ ସରକାର ରାଜ୍ୟର ଅଯୋଧ୍ୟା ଜିଲ୍ଲାରେ ଦୀପୋତ୍ସବ ସହ ଆସନ୍ତାକାଲି କ୍ୟାବିନେଟ ବୈଠକ ଆୟୋଜନ କରିବାକୁ ଯାଉଛନ୍ତି। ଏନେଇ ରାଜନୈତିକ ବିଶେଷଜ୍ଞ କହିଛନ୍ତି ଯେ ଆସନ୍ତା ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନରେ ବିଜୟ ହାସଲ କରିବାକୁ ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ଧର୍ମ, ସାଂସ୍କୃତିକ ଜାତୀୟତାବାଦ ଏବଂ ବିକାଶ ଉପରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି। 

କ୍ୟାବିନେଟ ବୈଠକରେ କ'ଣ ହେବ?
ଉତ୍ତର ପ୍ରଦେଶରେ କ୍ଷମତାସୀନ ବିଜେପି ସରକାରଙ୍କ ପକ୍ଷରୁ ରାଜ୍ୟର ରାଜ୍ୟର ଅଯୋଧ୍ୟା ଜିଲ୍ଲାରେ ହେଉଥିବା କ୍ୟାବିନେଟ ବୈଠକରେ ଧର୍ମ ଏବଂ ସଂସ୍କୃତି ସହ ଜଡ଼ିତ ପ୍ରସ୍ତାବ ଆଗତ କରାଯିବ। ଆସନ୍ତାବର୍ଷ ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିରରେ ଅନୁଷ୍ଠିତ ହେବାକୁ ଯାଉଥିବା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ଅଯୋଧ୍ୟା ଠାରେ ଅନୁଷ୍ଠିତ ହେଉଥିବା କ୍ୟାବିନେଟ ବୈଠକ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ଅଯୋଧ୍ୟା ସହ ଜଡିତ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ମଧ୍ୟ କ୍ୟାବିନେଟ ବୈଠକରେ ଆଲୋଚନା କରାଯାଇପାରେ। ସରକାରଙ୍କ ସୂତ୍ରରୁ ଜଣାପଡ଼ିଛି ୯ ତାରିଖ ଗୁରୁବାର ଦିନ ୧୧:୩୦ ସମୟରେ ଆରମ୍ଭ ହେବାକୁ ରହିଥିବା କ୍ୟାବିନେଟ ବୈଠକରେ ଯୋଗଦେବା ସରକାର ସମସ୍ତ କ୍ୟାବିନେଟ ମନ୍ତ୍ରୀଙ୍କୁ ଅବଗତ କରାଯାଇଛି।

ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର 
ଉତ୍ତର ପ୍ରଦେଶ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀ ଜୟବୀର ସିଂହ କହିଛନ୍ତି ଯେ ନଭେମ୍ବର ୯ ତାରିଖରେ ଅଯୋଧ୍ୟା ରାମକଥା ପାର୍କ ଠାରେ ଗୁରୁବାର ଦିନ ୧୧:୩୦ ସମୟରେ କ୍ୟାବିନେଟ ବୈଠକ ଆୟୋଜିତ ହେବ। ରାଜ୍ୟର ସମସ୍ତ ମନ୍ତ୍ରୀ ଏହି ବୈଠକରେ ଅଂଶଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ କ୍ୟାବିନେଟ ମନ୍ତ୍ରୀ ରାମ ଲାଲାଙ୍କ ଦର୍ଶନ କରିବେ। ଏହି ବୈଠକରେ ପର୍ଯ୍ୟଟନ ସମ୍ବନ୍ଧୀୟ ବିଭାଗର ୬ ପ୍ରସ୍ତାବ ଉପସ୍ଥାପିତ ହେବ। ଅନ୍ୟାନ୍ୟ ପ୍ରସ୍ତାବ ରହିଛି ଯାହାକୁ କ୍ୟାବିନେଟ୍ ଅନୁମୋଦନ ମିଳିବ। 

ପ୍ରଶାସନିକ ସୂତ୍ରରୁ ଜଣାପଡ଼ିଛି ଯେ ଗତ ୨୦୧୯ ବର୍ଷରେ ପ୍ରୟାଗରାଜ ଜିଲ୍ଲାରେ ଆୟୋଜିତ ହୋଇଥିବା କ୍ୟାବିନେଟ ବୈଠକରେ ମେରଠା ଠାରୁ ପ୍ରୟାଗରାଜ ପର୍ଯ୍ୟନ୍ତ ଗଙ୍ଗା ଏକ୍ସପ୍ରେସୱେ ପ୍ରକଳ୍ପ ଅନୁମୋଦନ କରାଯାଇଥିଲା। ସେହିଭଳି ଅଯୋଧ୍ୟା ଠାରେ ଆୟୋଜିତ ହେବାକୁ ଥିବା କ୍ୟାବିନେଟ ବୈଠକରେ ରାମନଗରୀ ଏବଂ ଏହାର ଆଖପାଖ ଅଞ୍ଚଳକୁ ଦୀପାବଳି ଅବସରରେ ଉପହାର ମିଳିପାରେ। ବିଭିନ୍ନ ବିଭାଗ କ୍ୟାବିନେଟ ପାଖକୁ ପ୍ରସ୍ତାବ ପଠାଇବା ଆରମ୍ଭ କରିଛନ୍ତି।

ବିଜେପି ସରକାରଙ୍କ ଶୀର୍ଷ ଏଜେଣ୍ଡା ହେଉଛି ଅଯୋଧ୍ୟା
ଗତ ୨୦୧୭ ବର୍ଷରେ ସରକାର ଗଠନ କରିବା ପରେ ଅଯୋଧ୍ୟା ବିଜେପି ସରକାରଙ୍କ ଶୀର୍ଷ ଏଜେଣ୍ଡା ମଧ୍ୟରେ ରହିଆସିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଥମ ପାଳି ବିଜେପି ସରକାରରେ ରାଜଧାନୀ ଲକ୍ଷ୍ନୌ ବାହାରେ ଥରେ କ୍ୟାବିନେଟ୍ ବୈଠକ କରିଥିଲେ। ଆସନ୍ତା ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ଠାରେ ଆୟୋଜିତ ହେଉଥିବା ପ୍ରାଣ ପ୍ରତିଷ୍ଠା ସମାରୋହ ମାଧ୍ୟମରେ ଏକ ବାର୍ତ୍ତା ଦେବାକୁ ପ୍ରୟାସ କରାଯାଉଛି।