Budget 2024: 'ମିଳିବ ୨କୋଟି ପକ୍କା ଘର' ଅର୍ଥମନ୍ତ୍ରୀ
Advertisement
Article Detail0/zeeodisha/odisha2089297

Budget 2024: 'ମିଳିବ ୨କୋଟି ପକ୍କା ଘର' ଅର୍ଥମନ୍ତ୍ରୀ

Budget 2024: ବଜେଟ୍ ଉପସ୍ଥାପନ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିବା ସହିତ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ୧ କୋଟି ଘରକୁ ୩ଶହ ପର୍ଯ୍ୟନ୍ତ ମାଗଣାରେ ବିଦ୍ୟୁତ ସେବା ଯୋଗାଇଦିଆଯିବ । କେବଳ ସେତିକି ନୁହେଁ ଆଗାମି ୫ ବର୍ଷ ମଧ୍ୟରେ ୨ କୋଟି ଲୋକଙ୍କୁ ସରକାରଙ୍କ ପକ୍ଷରୁ ପକ୍କା ଘର ପ୍ରଦାନ କରାଯିବ ।

Budget 2024: 'ମିଳିବ ୨କୋଟି ପକ୍କା ଘର' ଅର୍ଥମନ୍ତ୍ରୀ

Budget 2024: ୨୦୨୪ ନିର୍ବାଚନ ପୂର୍ବରୁ ନୂଆ ଆର୍ଥିକ ବର୍ଷ ୨୦୨୪-୨୫ ନିମନ୍ତେ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ୍ ଉପସ୍ଥାପନ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିବା ସହିତ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ୧ କୋଟି ଘରକୁ ୩ଶହ ପର୍ଯ୍ୟନ୍ତ ମାଗଣାରେ ବିଦ୍ୟୁତ ସେବା ଯୋଗାଇଦିଆଯିବ । କେବଳ ସେତିକି ନୁହେଁ ଆଗାମି ୫ ବର୍ଷ ମଧ୍ୟରେ ୨ କୋଟି ଲୋକଙ୍କୁ ସରକାରଙ୍କ ପକ୍ଷରୁ ପକ୍କା ଘର ପ୍ରଦାନ କରାଯିବ ।

ଜିଡିପି ବିଷୟରେ ଅର୍ଥମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଗଭର୍ଣ୍ଣାନ୍ସ, ଡେଭଲପମେଣ୍ଟ ପର୍‌ଫର୍‌ମାନ୍ସ ମାଧ୍ୟମରେ ଦେଶକୁ ଆଗକୁ ନେଇଯିବା ସରକାରଙ୍କ ଲକ୍ଷ । ରିଫର୍ମ, ପରଫର୍ମ ସହିତ ଟ୍ରାନ୍ସଫର୍ମକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି । ତେଣୁ ବିକଶିତ ଭାରତ ସ୍ୱପ୍ନ ନିଶ୍ଚେ ପୂରଣ ହେବ ।

ଏଥିସହ ବଜେଟ୍ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ପ୍ରାୟ ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତ କରିବାରେ ସଫଳ ହୋଇଛନ୍ତି ସରକାର । କେବଳ ସେତିକି ନୁହେଁ ପ୍ରାୟଃ ସମସ୍ତ ବର୍ଗର ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ସରକାରୀ ସ୍ତରରେ କାର୍ଯ୍ୟକ୍ରମମାନ କରାଯାଉଛି । ସବକା ସାଥ ସବକା ବିକାଶ ନାରା ସଠିକ୍ ଭାବରେ ଚାଲୁଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ନିଜ ମନ୍ତବ୍ୟରେ ନିର୍ମଳା କହିଛନ୍ତି ଦେଶକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି । ଆସନ୍ତା ୨୦୪୭ ମସିହା ସୁଦ୍ଧା ଦେଶ ବିକଶିତ ରାଷ୍ଟ୍ର ଭାବେ ଗଣନା ହେବ ବୋଲି ଲକ୍ଷ ରଖାଯାଇଛି । ଏଥିସହିତ ଅର୍ଥମନ୍ତ୍ରୀ ପିଏମ କୃଷକ ସମ୍ମାନ ନିଧି ଲାଭ, ଡିବିଟି ଏବଂ ଜନଧନ ଆକାଉଣ୍ଟ ମାଧ୍ୟମରେ ଲୋକଙ୍କୁ ସହାୟତା ମିଳୁଥିବା କଥା କହିଥିଲେ ।

Also Read- Budget 2024: 'ମୋଦୀ ସରକାର ସମୟରେ ଗରିବୀ ହ୍ରାସ ପାଇଛି' ଅର୍ଥମନ୍ତ୍ରୀ

Also Read- ଭୁଲ୍ ମାଗିଲେ ଯାତ୍ରା ଖଳନାୟକ ଦୈତାରୀ ପଣ୍ଡା