Budget 2023​: କରଦାତାଙ୍କ ପାଇଁ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା, ଏହି ଗୋଟିଏ ଭୁଲ ପାଇଁ ମିଳିବନି ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି
Advertisement
Article Detail0/zeeodisha/odisha1553614

Budget 2023​: କରଦାତାଙ୍କ ପାଇଁ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା, ଏହି ଗୋଟିଏ ଭୁଲ ପାଇଁ ମିଳିବନି ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି

Budget 2023​: ବର୍ତ୍ତମାନ ସରକାର ଏହି କ୍ୟାପକୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ନୂତନ ଟିକସ ବ୍ୟବସ୍ଥା ଅନୁଯାୟୀ ବେସିକ୍ ଛାଡ ସୀମାକୁ ବର୍ତ୍ତମାନ ୩ ଲକ୍ଷ ଟଙ୍କା କରାଯାଇଛି । ବର୍ତ୍ତମାନ ୬ଟି ଟ୍ୟାକ୍ସ ସ୍ଲାବ ବଦଳରେ ୫ଟି ଟ୍ୟାକ୍ସ ସ୍ଲାବ ରହିବ । ନୂତନ ଟିକସ ବ୍ୟବସ୍ଥାରେ ୧୫.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୫୨,୫୦୦ ଟଙ୍କା ଷ୍ଟାଣ୍ଡାର୍ଡ ରିହାତି ପ୍ରଦାନ କରାଯାଇଛି ।

Budget 2023​: କରଦାତାଙ୍କ ପାଇଁ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା, ଏହି ଗୋଟିଏ ଭୁଲ ପାଇଁ ମିଳିବନି ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି

Finance Minister Nirmala Sitharaman On Income Tax, New Tax Regime Changes​: କେନ୍ଦ୍ର ଅର୍ଥମନ୍ତ୍ରୀ (Finance Minister) ନିର୍ମଳା ସୀତାରମଣ (Nirmala Sitharaman) କରଦାତାମାନଙ୍କୁ ଏକ ବଡ଼ ରିହାତି ଦେଇଛନ୍ତି । ବର୍ତ୍ତମାନ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ (Income Tax) ଦେବାକୁ ପଡିବ ନାହିଁ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ଏକ ନୂତନ ଆୟକର ସ୍ଲାବ (New Tax Regime) ଆଣିଛନ୍ତି । ବାସ୍ତବରେ, ଆୟକର ଛାଡ ପାଇଁ ନିରନ୍ତର ଦାବି ରହିଥିଲା ।​ ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେଉଛି ମୋଦି ସରକାରଙ୍କ ଶେଷ ପୂର୍ଣ୍ଣ ବଜେଟ୍ (Budget 2023) ।

ପ୍ରକୃତରେ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଆୟକର ଦେବାକୁ ପଡୁ ନଥିଲା । କିନ୍ତୁ ବର୍ତ୍ତମାନ ସରକାର ଏହି କ୍ୟାପକୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ନୂତନ ଟିକସ ବ୍ୟବସ୍ଥା ଅନୁଯାୟୀ ବେସିକ୍ ଛାଡ ସୀମାକୁ ବର୍ତ୍ତମାନ ୩ ଲକ୍ଷ ଟଙ୍କା କରାଯାଇଛି । ବର୍ତ୍ତମାନ ୬ଟି ଟ୍ୟାକ୍ସ ସ୍ଲାବ ବଦଳରେ ୫ଟି ଟ୍ୟାକ୍ସ ସ୍ଲାବ ରହିବ । ନୂତନ ଟିକସ ବ୍ୟବସ୍ଥାରେ ୧୫.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୫୨,୫୦୦ ଟଙ୍କା ଷ୍ଟାଣ୍ଡାର୍ଡ ରିହାତି ପ୍ରଦାନ କରାଯାଇଛି ।

୨୦୨୩-୨୪ ବଜେଟରେ ଉପସ୍ଥାପିତ ହୋଇଥିବା ନୂଆ ଟ୍ୟାକ୍ସ ସ୍ଲାବ ହେଉଛି-

୦ରୁ ୩ ଲକ୍ଷ ଉପରେ ୦ ପ୍ରତିଶତ
୩ରୁ ୬ ଲକ୍ଷ ଉପରେ ୫ ପ୍ରତିଶତ
୬ରୁ ୯ ଲକ୍ଷ ଉପରେ ୧୦ ପ୍ରତିଶତ
୯ରୁ ୧୨ ଲକ୍ଷ ଉପରେ ୧୫ ପ୍ରତିଶତ
୧୨ରୁ ୧୫ ଲକ୍ଷ ଉପରେ ୨୦ ପ୍ରତିଶତ 
୧୫ଲକ୍ଷରୁ ଅଧିକ ୩୦ ପ୍ରତିଶତ

ଅଧିକ ପଢ଼ନ୍ତୁ:-ନ୍ୟୁଜିଲ୍ୟାଣ୍ଡ ସିରିଜ୍ ମଝିରେ ଟିମ୍ ଇଣ୍ଡିଆରୁ ବାହାର ହେଲେ ଏହି ଖେଳାଳି, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ଅପଡେଟ୍

ଅଧିକ ପଢ଼ନ୍ତୁ:-ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୁଳି କଲା ASI? କାରଣ କହିଲା ନିଜେ ଗୋପାଳ ଦାସ

ଅଧିକ ପଢ଼ନ୍ତୁ:-ଆହୁରି ୩୪ଟି ସହରରେ ଆରମ୍ଭ ହେଲା ଜିଓର 5G ସେବା, ଆପଣଙ୍କ ସହର ନାହିଁ ତ ଏଥିରେ ସାମିଲ; ଦେଖନ୍ତୁ ପୂରା ଲିଷ୍ଟ

ଏହାପୂର୍ବରୁ, ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରୁଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ନୂତନ ରିହାତି ଆୟକର ବ୍ୟବସ୍ଥା ଘୋଷଣା କରିଥିଲେ । ଯେଉଁଥିରେ ଟିକସ ହାର କମ୍ କରାଯାଇଥିଲା । ନୂତନ ବ୍ୟବସ୍ଥା ଅନୁଯାୟୀ ୦-୨.୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ସମ୍ପୂର୍ଣ୍ଣ ଆୟକର ଛାଡ ରହିଛି । ୨.୫୦-୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୫ ପ୍ରତିଶତ ଟିକସ ବ୍ୟବସ୍ଥା ରହିଛି । ଯେଉଁମାନେ ୫ ରୁ ୭.୫୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ସେମାନଙ୍କୁ ବର୍ତ୍ତମାନ ୧୦ ପ୍ରତିଶତ ଟିକସ ଦେବାକୁ ପଡିବ । ଯେଉଁମାନେ ୭.୫୦ ଲକ୍ଷରୁ ୧୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ସେମାନଙ୍କୁ ବର୍ତ୍ତମାନ ୧୫ ପ୍ରତିଶତ ଟିକସ ଦେବାକୁ ପଡିବ । 

ସେହିପରି ୧୦ରୁ ୧୨.୫୦ ଲକ୍ଷ ମଧ୍ୟରେ ରୋଜଗାର କରୁଥିବା ଲୋକଙ୍କୁ ୨୦ ପ୍ରତିଶତ ଟିକସ ଦେବାକୁ ପଡିବ । ୧୨.୫୦ ଲକ୍ଷରୁ ୧୫ ଲକ୍ଷ ଟଙ୍କା ରୋଜଗାର କରୁଥିବା ଲୋକଙ୍କୁ ୨୫ ପ୍ରତିଶତ ଟିକସ ଦେବାକୁ ପଡିବ । ଅନ୍ୟପକ୍ଷରେ, ଯାହାଙ୍କ ଆୟ ୧୫ ଲକ୍ଷରୁ ଅଧିକ ଏହିପରି ଲୋକଙ୍କୁ ୩୦ ପ୍ରତିଶତ ଟିକସ ଦେବାକୁ ପଡିବ ।

ଯଦି ଆପଣ ପୁରୁଣା ଟିକସ ବ୍ୟବସ୍ଥାରେ ଆୟକର ଛାଡ ଦାବି କରିସାରିଛନ୍ତି, ତେବେ ଆପଣଙ୍କୁ କୌଣସି ପ୍ରକାରେ ଲାଭ ହୋଇ ନଥିବ । କିନ୍ତୁ ଯଦି ଆପଣ ନୂତନ ଟ୍ୟାକ୍ସ ବ୍ୟବସ୍ଥା ଅଧୀନରେ ୨୦୨୨ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଦାବି କରିଛନ୍ତି, ତେବେ ଆପଣ ସିଧାସଳଖ ଲାଭ ପାଇବେ । ଅର୍ଥାତ୍, ଏହି ଟିକସ ବ୍ୟବସ୍ଥାର ଲାଭ ଅଧିକ ବେତନ ପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ହେବ । ବଜେଟ୍ ଭାଷଣ ସମୟରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ଡିଫଲ୍ଟ ନୂତନ ଟିକସ ବ୍ୟବସ୍ଥା ରହିବ । ବାସ୍ତବରେ, ସରକାରଙ୍କ ଦ୍ୱାରା ନୂତନ ଟିକସ ବ୍ୟବସ୍ଥା କ୍ରମାଗତ ଭାବରେ ପ୍ରୋତ୍ସାହିତ କରାଯାଉଛି, ଯାହା ଅଧୀନରେ ଏହି ପରିବର୍ତ୍ତନ କରାଯାଇଛି ।

ଯଦି ଆପଣ ବଏ ଡିଫଲ୍ଟ ନୂଆ ଟ୍ୟାକ୍ସ ରେଜିମ୍ ଚୟନ କରିଛନ୍ତି, ତେବେ ଏହା ଆପଣଙ୍କ ପକେଟ ଉପରେ ବୋଝ ହେବ ଓ ଆପଣଙ୍କୁ ସେହି ଅନୁଯାୟୀ ଟିକସ ଦେବାକୁ ପଡିବ । ନୂତନ ଟିକସ ବ୍ୟବସ୍ଥାରେ ଆପଣ କୌଣସି ପ୍ରକାରର ଟିକସ ଛାଡ ଦାବି କରିପାରିବେ ନାହିଁ । ପୁରୁଣା ଟିକସ ବ୍ୟବସ୍ଥାରେ 80C ଓ NPS ଅଧୀନରେ ୨ ଲକ୍ଷ ଟଙ୍କା, ଘର ଋଣ ସୁଧ ଉପରେ ୨ ଲକ୍ଷ ଟଙ୍କା, 80D ତଳେ ୨୫,୦୦୦ ଟଙ୍କା ଚିକିତ୍ସା ବୀମା ଏବଂ ୫୦୦୦ ଟଙ୍କା ଚେକଅପ୍ ଦାବି କରାଯାଇପାରିବ । ଏହା ବ୍ୟତୀତ, ଆପଣ ବରିଷ୍ଠ ନାଗରିକଙ୍କ ପାଇଁ ୫୦ ହଜାର ପର୍ଯ୍ୟନ୍ତ ଡାକ୍ତରୀ ବୀମା ପ୍ରିମିୟମ ଦାବି କରିପାରିବେ । ଏହା ବ୍ୟତୀତ ଏଥିରେ ୫୦ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ରିହାତି ମଧ୍ୟ ଉପଲବ୍ଧ ଅଛି । ଅର୍ଥାତ୍, ପୁରୁଣା ଟ୍ୟାକ୍ସ ବ୍ୟବସ୍ଥା ଅନୁସାରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଦେବାକୁ ପଡିବ ନାହିଁ ।

ନୂତନ ଟିକସ ବ୍ୟବସ୍ଥା ଚୟନ କରିବା କେବଳ ସେହି ଲୋକଙ୍କୁ ଉପକୃତ କରିବ । ଯାହାଙ୍କ ବାର୍ଷିକ ଆୟ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଛି । ଆପଣ ଏହା ଉପରେ ଯିବା ମାତ୍ରେ ଆପଣଙ୍କୁ ଟ୍ୟାକ୍ସ ଦେବାକୁ ପଡିବ । ଅର୍ଥାତ ଯଦି ଆପଣ ନିଜ ଘର କିଣିଛନ୍ତି ଓ ଏକ ସଞ୍ଚୟ ଯୋଜନାରେ ବିନିଯୋଗ କରୁଛନ୍ତି, ତେବେ ପୁରୁଣା ଟ୍ୟାକ୍ସ ଆପଣଙ୍କ ପାଇଁ ଲାଭଦାୟକ ଅଟେ । ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଆଦାୟ କରାଯିବ ନାହିଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । କିନ୍ତୁ ଯଦି ଆପଣଙ୍କର ଆୟ ୭ ଲକ୍ଷରୁ ଅଧିକ, ତେବେ ଆପଣଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ପ୍ରକାରର ଟିକସ ଦେବାକୁ ପଡିବ ନାହିଁ । ତିନିରୁ ଛଅ ଲକ୍ଷ ପର୍ଯ୍ୟନ୍ତ ଆପଣଙ୍କୁ ୫ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ ଓ ୬ରୁ ୯ ଲକ୍ଷ ପର୍ଯ୍ୟନ୍ତ ଆପଣଙ୍କୁ ୧୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ ।