BSNL ଆଣିଲା ଜବରଦସ୍ତ ପ୍ଲାନ, ବର୍ଷେ ପର୍ଯ୍ୟନ୍ତ ଟେନସନ ଫ୍ରି !
Advertisement
Article Detail0/zeeodisha/odisha2352603

BSNL ଆଣିଲା ଜବରଦସ୍ତ ପ୍ଲାନ, ବର୍ଷେ ପର୍ଯ୍ୟନ୍ତ ଟେନସନ ଫ୍ରି !

BSNL Recharge plan: BSNL ଭଲ ରିଚାର୍ଜ ପ୍ଲାନ ପ୍ରସ୍ତୁତ କରିଛି । ଏହି ପ୍ଲାନ ଗୁଡିକ ବହୁତ ଶସ୍ତା ଏବଂ ଆପଣ ଏଥିରେ ଭଲ ଅଫର ମଧ୍ୟ ପାଇବେ । BSNL ହେଉଛି ଏକମାତ୍ର କମ୍ପାନୀ ଯାହା ଶସ୍ତା ଏବଂ ସର୍ବୋତ୍ତମ ରିଚାର୍ଜ ପ୍ଲାନ ପ୍ରଦାନ କରୁଛି ।

BSNL ଆଣିଲା ଜବରଦସ୍ତ ପ୍ଲାନ, ବର୍ଷେ ପର୍ଯ୍ୟନ୍ତ ଟେନସନ ଫ୍ରି !

BSNL Recharge plan: ବର୍ତ୍ତମାନ ଅନ୍ୟ ମୋବାଇଲ୍ କମ୍ପାନୀଗୁଡିକ ସେମାନଙ୍କର ରିଚାର୍ଜ ମୂଲ୍ୟ ବୃଦ୍ଧି କରିଛନ୍ତି, ତେଣୁ ବର୍ତ୍ତମାନ ଗ୍ରାହକମାନେ ଶସ୍ତା ପ୍ଲାନ ଖୋଜୁଛନ୍ତି । ଏହି ଅବସରରେ BSNL ଭଲ ରିଚାର୍ଜ ପ୍ଲାନ ପ୍ରସ୍ତୁତ କରିଛି । ଏହି ପ୍ଲାନ ଗୁଡିକ ବହୁତ ଶସ୍ତା ଏବଂ ଆପଣ ଏଥିରେ ଭଲ ଅଫର ମଧ୍ୟ ପାଇବେ । BSNL ହେଉଛି ଏକମାତ୍ର କମ୍ପାନୀ ଯାହା ଶସ୍ତା ଏବଂ ସର୍ବୋତ୍ତମ ରିଚାର୍ଜ ପ୍ଲାନ ପ୍ରଦାନ କରୁଛି ।

BSNL ପ୍ରିପେଡ୍ ପ୍ଲାନ
BSNL କିଛି ନୂଆ ରିଚାର୍ଜ ପ୍ଲାନ ଆରମ୍ଭ କରିଛି, ଯାହାର ବୈଧତା ଅଧିକ ରହିଛି । କିଛି ପ୍ଲାନ ୨୬ ଦିନରୁ ୩୯୫ ଦିନ ପାଇଁ ବୈଧ ଅଟେ । ବାରମ୍ବାର ରିଚାର୍ଜ କରିବାରେ ସମସ୍ୟା ଥିବା ଲୋକଙ୍କ ପାଇଁ, BSNL ଏପରି ୩ ଟି ଯୋଜନା ଆଣିଛି ଯାହା ୩୦୦ ଦିନରୁ ଅଧିକ ସମୟ ଧରି ଚାଲିବ । ଏହି ଯୋଜନାଗୁଡିକରେ ଆପଣ ଅନେକ କଲିଂ ମିନିଟ୍ ଏବଂ ଡାଟା ପାଇବେ, ଏବଂ ସେଗୁଡ଼ିକ ମଧ୍ୟ ବହୁତ ଶସ୍ତା ରହିଛି ।

BSNL ର ୩୩୬ ଦିନିଆ ପ୍ଲାନ

ଏହି ତିନୋଟି ଦୀର୍ଘକାଳୀନ ପ୍ଲାନ ମଧ୍ୟରୁ ଗୋଟିଏ ପ୍ଲାନ ୩୩୬ ଦିନ ପାଇଁ ବୈଧ ରହିଛି । ଏହି ପ୍ଲାନରେ ଆପଣ ମାତ୍ର ୧୪୯୯ ଟଙ୍କା ରିଚାର୍ଜ କରି କଲ ସେବା ପାଇପାରିବେ । ଏହା ବ୍ୟତୀତ ୨୪GB ଡାଟା ମଧ୍ୟ ଏଥିରେ ଉପଲବ୍ଧ ରହିବ । ଡାଟାକୁ ଆପଣ ୩୩୬ ଦିନ ମଧ୍ୟରେ ବ୍ୟବହାର କରିପାରିବେ । ଏହା ବ୍ୟତୀତ ଆପଣ ପ୍ରତିଦିନ ୧୦୦ ମାଗଣା SMS ମଧ୍ୟ ପାଇବେ । ଯଦି ଆପଣ ଚାହାଁନ୍ତି ଯେ, ଆପଣଙ୍କର ସିମ୍ ସବୁଦିନ ପାଇଁ କାର୍ଯ୍ୟକ୍ଷମ ରହୁ ଏବଂ ଆପଣଙ୍କୁ ବାରମ୍ବାର ରିଚାର୍ଜ କରିବାକୁ ନପଡୁ ତେବେ ଏହି ପ୍ଲାନ ଆପଣଙ୍କ ପାଇଁ ବହୁତ ଭଲ ।

BSNL ର ୩୬୫ ଦିନିଆ ପ୍ଲାନ

ଏହି ପ୍ଲାନକୁ ଆପଣ ପୂର୍ଣ୍ଣ ବର୍ଷର ରିଚାର୍ଜ ପ୍ଲାନ ମଧ୍ୟ ଆପଣ କହିପାରିବେ । କାରଣ ଏହାର ବୈଧତା ୩୬୫ ଦିନ ଏବଂ ଏହାର ମୂଲ୍ୟ ମାତ୍ର ୧୯୯୯ ଟଙ୍କା । ଏହି ପ୍ଲାନରେ ଆପଣ ପୂରା ବର୍ଷର ଟେନସନରୁ ମୁକ୍ତି ପାଇବେ । ଏହି ପ୍ଲାନରେ ଆପଣ ୩୫୬ ଦିନ ପାଇଁ ୬୦୦GB ଡାଟା ପାଇବେ । ଅର୍ଥାତ୍ ଆପଣ ବର୍ଷସାରା ଇଣ୍ଟରନେଟର ଲାଭ ଉଠାଇପାରିବେ । ଏହା ବ୍ୟତୀତ, ଆପଣ ୩୦ ଦିନ ପାଇଁ ମାଗଣା BSNL ଟ୍ୟୁନ୍ ଏବଂ ପ୍ରତିଦିନ ୧୦୦ SMS ମଧ୍ୟ ପାଇବେ ।

ପ୍ରତିଦିନ 2GB ଡାଟା ସହିତ ପ୍ଲାନ

ଏହି ପ୍ଲାନ ଏକ ବର୍ଷରୁ ଅଧିକ ସମୟ ଧରି ଚାଲିଥାଏ । କାରଣ ଏହାର ବୈଧତା ୩୯୫ ଦିନ ଏବଂ ଏହାର ମୂଲ୍ୟ ମାତ୍ର ୨୩୯୯ ଟଙ୍କା । ଏହି ପ୍ଲାନରେ ଆପଣ ଏକ ବର୍ଷ ପର୍ଯ୍ୟନ୍ତ ଉଭୟ କଲ ଏବଂ ଡାଟାର ଲାଭ ଉଠାଇ ପାରିବେ । ଆପଣ ପ୍ରତିଦିନ 2GB ଡାଟାର ଲାଭ ପାଇପାରିବେ । ଯାହାର ଅର୍ଥ ହେଉଛି ଆପଣଙ୍କର ପ୍ରାୟ ୧୩ ମାସ ପାଇଁ ଡାଟା ପାଇପାରିବେ ।

Also Read- Lucky Zodiac Sign: ୨୫ ଜୁଲାଇରେ ଗୁରୁ ମଙ୍ଗଲ ଯୋଗର ଶୁଭ ସମକକ୍ଷ, ୫ ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- Shukra Gochar 2024: ଶୁକ୍ରଙ୍କ ଚଳନରୁ ଲକ୍ଷ୍ମୀ ନାରାୟଣ ରାଜଯୋଗ, ୫ଟି ରାଶି ପାଇଁ ସୁବର୍ଣ୍ଣ ସମୟ