Odisha Matric Exam 2023: ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ରରେ ୫୦ ବଦଳରେ ୪୯ ପ୍ରଶ୍ନ, ତ୍ରୁଟି ମାନିଲେ ବୋର୍ଡ କର୍ତ୍ତୃପକ୍ଷ
Advertisement

Odisha Matric Exam 2023: ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ରରେ ୫୦ ବଦଳରେ ୪୯ ପ୍ରଶ୍ନ, ତ୍ରୁଟି ମାନିଲେ ବୋର୍ଡ କର୍ତ୍ତୃପକ୍ଷ

Errors in Odisha Matric Question Papers: ଚଳିତ ମାସ ୧୦ ତାରିଖରୁ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଛି । ମାଟ୍ରିକ ପରୀକ୍ଷା(Matric exam 2023)ସୋସିଆଲ ସାଇନ୍ସ ପ୍ରଶ୍ନପତ୍ରରେ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି (Errors in Matric exam question papers)। ରାଜ୍ୟର ବିଭିନ୍ନ ସ୍କୁଲ୍‌ରୁ ଆସିଛି ଏଭଳି ଅଭିଯୋଗ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Errors in Odisha Matric Question Papers: ମାଟ୍ରିକ୍ ପରୀକ୍ଷା(Odisha Matric Exam 2023) ପ୍ରଶ୍ନପତ୍ରରେ ବ୍ୟାପକ ତ୍ରୃଟି(Errors in Odisha Matric Question Papers) ! ମାଟ୍ରିକ ପରୀକ୍ଷା(Matric exam 2023)ସୋସିଆଲ ସାଇନ୍ସ ପ୍ରଶ୍ନପତ୍ରରେ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି (Errors in Matric exam question papers)। ରାଜ୍ୟର ବିଭିନ୍ନ ସ୍କୁଲ୍‌ରୁ ଆସିଛି ଏଭଳି ଅଭିଯୋଗ । ଜଗତସିଂହପୁର ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ‘ବି’ ସେଟ୍ ପ୍ରଶ୍ନପତ୍ରରେ ‘ଏ’ ସେଟ୍‌ର ପ୍ରଶ୍ନ ରହିଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏପରିକି ୧୯ ନମ୍ବର ପ୍ରଶ୍ନ ନଥିବା ମଧ୍ୟ ଛାତ୍ରଛାତ୍ରୀମାନେ କହିଛନ୍ତି । ଏଥିଯୋଗୁ ଛାତ୍ରଛାତ୍ରୀମାନେ ୫୦ ବଦଳରେ ୪୯ଟି ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେହିପରି ଢେଙ୍କାନାଳରେ ମଧ୍ୟ ପ୍ରଶ୍ନପତ୍ରରେ ତ୍ରୁଟି ହୋଇଥିବା ଖବର ଆସିଛି ।

ଅନ୍ୟପଟେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ହୋଇଥିବା ତ୍ରୁଟିକୁ ସ୍ୱୀକାର କରିଛି ବୋର୍ଡ। ମୁଦ୍ରଣ ଜନିତ ତ୍ରୁଟି ହୋଇଥିବା କହିଛନ୍ତି ବୋର୍ଡ ସଭାପତି। କିଛି ସେଣ୍ଟରରେ ଏହି ଭଳି ତ୍ରୁଟି ହୋଇଥିବା କହିଛି ବୋର୍ଡ। ଖାତା ଦେଖା ବେଳେ ସେସବୁକୁ ଧ୍ୟାନରେ ରଖାଯିବ । ଛାତ୍ରଛାତ୍ରୀମାନେ ଚିନ୍ତିତ ନହେବାକୁ ପରାମର୍ଶ ଦେଇଛନ୍ତି ବୋର୍ଡ ସଭାପତି । ଅଳ୍ପ ଛାତ୍ରଛାତ୍ରୀ ଏଭଳି ପ୍ରଶ୍ନପତ୍ର ପାଇଥିଲେ। ଇତିହାସ ଓ ଭୂଗୋଳ ପ୍ରଶ୍ନ ପତ୍ରରେ ଏହିଭଳି ମୁଦ୍ରଣ ଜନିତ ତ୍ରୁଟି ହୋଇଛି। B ସେଟ୍ ଭିତରେ A ସେଟ୍ ପ୍ରଶ୍ନପତ୍ର ପ୍ରିଣ୍ଟ ହୋଇଥିଲା । ଏହି ଘଟଣାର ତଦନ୍ତ କରାଯିବ। ଏଭଳି ତ୍ରୁଟି ପୁନର୍ବାର ହେବ ନାହିଁ ବୋଲି ବୋର୍ଡ ସଭାପତି ରାମଶିଷ ହାଜରା ସୂଚନା ଦେଇଛନ୍ତି । 

Also Read : Kandhamal News: ନିଶା ଉଜାଡ଼ି ଦେଲା ସଂସାର, ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ ପରେ ନିଜେ...

Also Read : Flight Service: ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର, ଏହି ଜିଲ୍ଲାରେ ଖୁବଶିଘ୍ର ଆରମ୍ଭ ହେବ ବିମାନ ସେବା

ଚଳିତ ମାସ ୧୦ ତାରିଖରୁ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଛି ।  ପ୍ରଥମ ଦିନରେ ପରୀକ୍ଷାର୍ଥୀମାନେ ମାତୃଭାଷା ପରୀକ୍ଷା ଦେଉଛନ୍ତି। ରାଜ୍ୟର ମୋଟ ୩୨୧୮ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା କରାଯାଉଛି।  ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା(ମାଟ୍ରିକ୍), ମଧ୍ୟମା (ସଂସ୍କୃତ ଟୋଲ୍) ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍(ଓପନ୍ ସ୍କୁଲ)ର ଦ୍ବିତୀୟ ସମ୍ମେଟିଭ୍ ଆସେସ୍‌ମେଣ୍ଟ(ଏସ୍ଏ–୨) ପରୀକ୍ଷା  ସକାଳ ୮ଟାରୁ ଆରମ୍ଭ ହେଇଛି। ପରୀକ୍ଷା ପୂର୍ବାହ୍ନ ୧୦ଟାରେ ସରିବ ବୋଲି କାର୍ଯ୍ୟସୂଚୀ ହୋଇଛି । କେବଳ ଗଣିତ ପରୀକ୍ଷା ୧୦ଟା ୧୫ରେ ସରିବ। ପରୀକ୍ଷା ମାର୍ଚ୍ଚ ୨୦ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ମାଟ୍ରିକ୍‌‌ ପରୀକ୍ଷା ଶାନ୍ତିଶୃଙ୍ଖଳାରେ ସମାପନ କରିବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି ବୋଲି ବୋର୍ଡ ସଭାପତି  କହିଛନ୍ତି।

  Also Read : Crime News: ଏ କେମିତିକା ପ୍ରେମିକ? ପ୍ରେମିକା ଗର୍ଭବତୀ ହେଲା ବୋଲି ଜିଅନ୍ତା ଜାଳିଦେଲା

Also Read : IPS Officer NB Bharti: କୁଆଡେ ଗଲେ ଆଇପିଏସ୍ ଅଫିସର୍ ଏନ୍ ବି ଭାରତୀ? ୬ବର୍ଷ ହେବ ମିଳୁନି ପତ୍ତା