Ayodhya Ram Mandir: ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କଲେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା
Advertisement

Ayodhya Ram Mandir: ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କଲେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା

Priyanka Chopra Visits Ayodhya: ଦୀର୍ଘ ମାସ ପରେ ଭାରତ ଫେରିଛନ୍ତି ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ନିଜ ପରିବାର ତଥା ସ୍ୱାମୀ ଓ ଝିଅଙ୍କ ସହ ଅଯୋଧ୍ୟାରେ ପହଞ୍ଚି ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ନେଇଛନ୍ତି ।

Ayodhya Ram Mandir: ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କଲେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା

Priyanka Chopra Visits Ayodhya: ପ୍ରିୟଙ୍କା ଚୋପ୍ରା ପ୍ରଭୁ ଶ୍ରୀରାମଙ୍କ କରିବା ପରେ ବର୍ତ୍ତମାନ ତାଙ୍କ ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଶ୍ରୀ ରାମ ମନ୍ଦିରର ପୂଜକ ପ୍ରିୟଙ୍କାଙ୍କ ମଥାରେ ତିଳକ ଲଗାଇ ଦେଉଥିବା ଦେଖିବାକୁ ମିଳିଛି । ପ୍ରିୟଙ୍କା ଏକ ଲାଲ ରଙ୍ଗର ବସ୍ତ୍ର ପରିଧାନ କରିଥିଲେ । ପାରମ୍ପାରିକ ପୋଷାକରେ ବହୁତ ସୁନ୍ଦର ଦେଖାଯାଉଥିଲେ । ପ୍ରିୟଙ୍କାଙ୍କ ଏପରି ଅନ୍ଦାଜକୁ ଖୁବ୍ ପସନ୍ଦ କରିଛନ୍ତି ପ୍ରଶଂସକ । ବଲିଉଡରେ ଏତେ ସଫଳତା ପାଇ ମଧ୍ୟ ପ୍ରିୟଙ୍କା ନିଜର ଆଭିଜାତ୍ୟକୁ ମନେ ରଖିବା ସହ ଭାରତୀୟ ସଂସ୍କୁତିକୁ ଜାବୁଡି ରଖିପାରିଥିବାରୁ ଅନେକ ପ୍ରଶଂସକ ପ୍ରିୟଙ୍କାଙ୍କୁ କମେଣ୍ଟ ମାଧ୍ୟମରେ ପ୍ରଶଂସା କରିଛନ୍ତି ।

Post- 

ତେବେ କିଛି ଦିନ ପୂର୍ବରୁ ପ୍ରିୟଙ୍କା ସ୍ୱାମୀ ନିକ ଜୋନସଙ୍କ ସହିତ ମୁମ୍ୱାଇରେ ପହଞ୍ଚିଥିଲେ । ମୁମ୍ୱାଇରେ ଏକ ଜୁଏଲାରୀ କମ୍ପାନୀ ଉଦଘାଟନ କରିବା ପରେ ପ୍ରିୟଙ୍କା ଅମ୍ୱାନୀ ପରିବାର ଉତ୍ସବରେ ସାମିଲ ହୋଇଥିଲେ । ଇଶା ଅମ୍ବାନି, ରାଧିକା ମ‌ର୍ଚେଣ୍ଟ ଏବଂ ‌‌ଶ୍ଳୋକା ମେହତାଙ୍କ ସହିତ ଏକ ପାର୍ଟିରେ ନଜର ଆସିଥିଲେ ପ୍ରିୟଙ୍କା ।

Also Read- Gold Silver Price: ସୁନା ଓ ରୂପା ହେଲା ପରିବର୍ତ୍ତନ, ଜାଣନ୍ତୁ ଆଜିର ଦର

Also Read- Surya Gochar 2024: ଆଜି ରାତିରୁ ବଦଳିଯିବ ଭାଗ୍ୟ, ୩ ରାଶିର ବ୍ୟକ୍ତିଙ୍କୁ ମିଳିବ ଧନ ଓ ସମ୍ମାନ