Black Spot: କଳାଜାଇ କରିପାରେ ଆପଣଙ୍କୁ ଧନବାନ, ଜାଣନ୍ତୁ କଣ ରହିଛି ସବୁ ନିୟମ
Advertisement
Article Detail0/zeeodisha/odisha1383364

Black Spot: କଳାଜାଇ କରିପାରେ ଆପଣଙ୍କୁ ଧନବାନ, ଜାଣନ୍ତୁ କଣ ରହିଛି ସବୁ ନିୟମ

 ବିଦ୍ବାନମାନେ କହିଛନ୍ତି ଆମ ଶରୀରରେ ଏପରି ଚିହ୍ନ ରହିଛି ଯାହା ଆମକୁ ଆମ ଭବିଷ୍ୟତ ବିଷୟରେ ସଙ୍କେତ ଦେଇଥାଏ । ତାହା ଭଲ ବି ହୋଇପାରେ ଆଉ ଖରାପ ବି ।

Black Spot: କଳାଜାଇ କରିପାରେ ଆପଣଙ୍କୁ ଧନବାନ, ଜାଣନ୍ତୁ କଣ ରହିଛି ସବୁ ନିୟମ

Black Spot:  ଆପଣ ବେଳେ ବେଳେ ଆଶ୍ଚର୍ଯ୍ୟ ହେଉଥିବେ ଯେ ଯେତେ ପରିଶ୍ରମ କଲେ ବି ଠିକ ଅର୍ଥ ଉପାର୍ଜନ କାହିଁକି ହୁଏନି । ଆପଣ କେତେ ସତର୍କତାର ସହ ବ୍ୟୟ କଲେ ବି କାହିଁକି ହାତରେ ପଇସା ରହେନି । ଏସବୁ ଆପଣଙ୍କ ଭାଗ୍ୟ ଯୋଗୁଁ ହଉଥାଇପାରେ । ବିଦ୍ବାନମାନେ କହିଛନ୍ତି ଆମ ଶରୀରରେ ଏପରି ଚିହ୍ନ ରହିଛି ଯାହା ଆମକୁ ଆମ ଭବିଷ୍ୟତ ବିଷୟରେ ସଙ୍କେତ ଦେଇଥାଏ । ତାହା ଭଲ ବି ହୋଇପାରେ ଆଉ ଖରାପ ବି । ଏହି ଚିହ୍ନ କଳାଜାଇ ଆକାରରେ ଆମ ଶରୀରରେ ରହିଥାଏ। ସମୟ ଓ ବୟସ ବଢିବା ସହ ଏହା ମଧ୍ୟ ବଦଳିଥାଏ। ଆସନ୍ତୁ ଜାଣିବା ଶରୀରର କେଉଁ ସ୍ଥାନରେ କଳାଜାଇ ଥିଲେ କ’ଣ ହୋଇଥାଏ ।

ବାମ ଗାଲରେ କଳାଜାଇ : ଯେଉଁମାନଙ୍କର ବାମ ଗାଲରେ କାଳାଜାଇ ଥାଏ ସେମାନେ ବହୁତ ଧନୀ ହୋଇଥାନ୍ତି । ମାତ୍ର ସେମାନେ ଅର୍ଥ ସଞ୍ଚୟ କରିପାରିନଥାନ୍ତି ।
ଓଠ ତଳେ କଳାଜାଇ : ଯେଉଁମାନଙ୍କର ଓଠର ତଳେ ଡାହାଣ ପଟେ କଳାଜାଇ ଥାଏ ସେମାନଙ୍କର ସବୁବେଳେ ଅର୍ଥ ଅଭାବ ରହିଥାଏ ।

ବାମ ପାପୁଲିରେ କଳାଜାଇ : ଯେଉଁମାନଙ୍କର ବାମ ପାପୁଲିରେ କଳାଜାଇ ଥାଏ ସେମାନଙ୍କ ଯୁବାବସ୍ଥାରେ ଅର୍ଥାଭାବ ଥାଏ । ମାତ୍ର ଏହା ଏକ ଭଲ ସଙ୍କେତ ଯେ ସେମାନଙ୍କୁ ପରବର୍ତ୍ତୀ ଜୀବନରେ କେବେ ଅର୍ଥର ଅଭାବ ହୋଇନଥାଏ ।ତେବେ ଖର୍ଚ୍ଚ ରୋକିବାରେ ସମସ୍ୟା ହୋଇଥାଏ ।

ବାମ ଗୋଡରେ କାଳାଜାଇ :ଯେଉଁମାନଙ୍କର ବାମ ଗୋଡର ଯେକୌଣସି ଜାଗାରେ କଳାଜାଇ ଥାଏ ସେମାନଙ୍କର ଆକସ୍ମିକ ଭାବେ ଖର୍ଚ୍ଚ ହୋଇଥାଏ । କେତେ କଷ୍ଟରେ ଟଙ୍କା ସଞ୍ଚୟ କରନ୍ତି ସେଥିରେ କିଛି ଫରକ ପଡିନଥାଏ । ଶେଷରେ ଉପାର୍ଜିତ ଅର୍ଥ ଖର୍ଚ୍ଚ ହିଁ ହୋଇଯାଇଥାଏ ।

ବିଶି ଆଙ୍ଗୁଠିରେ କଳାଜାଇ : ଯେଉଁମାନଙ୍କର ବିଶି ଆଙ୍ଗୁଠିର ଭିତର ଭାଗରେ କଳାଜାଇ ରହିଛି ସେମାନଙ୍କୁ ଅର୍ଥ ସହ ଜଡିତ ସମସ୍ୟାର ସାମ୍ନା କରିବାର ଆଶଙ୍କା ସବୁବେଳେ ଥାଏ । ଏପରି ପରିସ୍ଥିତି ମଧ୍ୟ ହୋଇଥାଏ ଯେ ସେମାନେ ଯାହା ଉପାର୍ଜନ କରିଥାନ୍ତି ସବୁ ଖର୍ଚ୍ଚ ହୋଇଯାଇଥାଏ ।

ପାପୁଲିର ଅଗ୍ରଭାଗରେ କଳାଜାଇ : ପାପୁଲିର ଅଗ୍ରଭାଗରେ କଳାଜାଇ ଥିଲେ ସେଥିରୁ ଜଣାଯାଏ ଯେ ଆପଣଙ୍କ ସମସ୍ୟା ସମୟରେ ହିଁ ଆପଣଙ୍କ ନିକଟରେ ଟଙ୍କାପଇସା ନଥାଏ । ଆପଣ ଯେତେ ଧନୀ ହୋଇଥିଲେ ମଧ୍ୟ ସବୁବେଳେ ଟଙ୍କାପଇସା ଅଭାବରୁ ମୁସ୍କିଲ ପରିସ୍ଥିତିରେ ଗତି କରିବାକୁ ପଡିବ।

ବାମ ଭୃଲତାରେ କଳାଜାଇ : ଯେଉଁମାନଙ୍କର ଭୃଲତା ଭିତରେ କଳାଜାଇ କିମ୍ବା ଭୃଲତାର ଅଳ୍ପ ଉପରକୁ କଳାଜାଇ ଥାଏ ତେବେ ସେମାନେ ଶାରିରୀକ ସଂପର୍କ କ୍ଷେତ୍ରରେ ଦୁର୍ବଳ ହୁଅନ୍ତି । ମହତ୍ତ୍ବପୂର୍ଣ୍ଣ କାମ ପାଇଁ ସେମାନଙ୍କ ନିକଟରେ ଅର୍ଥ ସଙ୍କଟ ଦେଖାଦିଏ । ସେମାନେ ଖୁସି ପାଇଁ ପାଗଳ ଥାଆନ୍ତି । ଫଳରେ ଯେ କୌଣସି ସମୟରେ ଦେବାଳିଆ ହେବାର ଆଶଂକା ଥାଏ ।

ବାମ କାଖରେ କଳାଜାଇ : ଯେଉଁମାନଙ୍କର କାଖରେ କଳାଜାଇ ଥାଏ ସେମାନେ ସ୍ବାସ୍ଥ୍ୟ ପାଇଁ ସାବଧାନ ରହିବା ଜରୁରୀ । କାରଣ ସେମାନଙ୍କର ରୋଗ ଏବଂ ରୋଗର ଚିକିତ୍ସା ପାଇଁ ଅଧିକ ଅର୍ଥ ଖର୍ଚ୍ଚ ହୋଇଥାଏ ।

ବିବାହ ପରେ ସଫଳତାର ସଙ୍କେତ ଦିଏ କଳାଜାଇ
ନାକରେ କଳାଜାଇ : ଆପଣ ମଧ୍ୟ ଏକ ସୁଖୀ ଜୀବନର ଆନନ୍ଦ ଉଠାଇପାରିବେ ଏବଂ ଆପଣଙ୍କ ସମସ୍ତ ସ୍ବପ୍ନ ପୂରଣ କରିପାରିବେ । ମାତ୍ରା ଏହା ବିବାହ ପରେ ହିଁ ସମ୍ଭବ ହେବ । ଆପଣଙ୍କୁ କିଛି ବି ଜିନିଷ କରିବା ପାଇଁ କଠିନ ପରିଶ୍ରମ କରିବାକୁ ହେବ ।
ପାଦ ଗୋଇଠିରେ କଳାଜାଇ : ପାଦ ଗୋଇଠିରେ କଳାଜାଇ ଥିଲେ ବିଦେଶ ଭ୍ରମଣର ସମ୍ଭାବନା ଥାଏ। ଏହା ବିବାହ ପରେ ସଫଳ ଜୀବନର ମଧ୍ୟ ସଙ୍କେତ ।

ଡାହାଣ ଗାଲରେ କଳାଜାଇ : ଯଦି ଆପଣଙ୍କ ଡାହାଣ ଗାଲରେ କେଉଁଠି ବି କଳାଜାଇ ଅଛି ତେବେ ବିବାହ ପରେ ଆପଣଙ୍କ ଭାଗ୍ୟ ହଠାତ୍ ପରିବର୍ତ୍ତନ ହୋଇପାରେ ।
ଦୁଇ ଭୃଲତା ମଝିରେ କଳାଜାଇ : ଯେଉଁମାନଙ୍କର ଦୁଇ ଭୃଲତା ମଝିରେ କଳାଜାଇ ଥାଏ ତାହା ଶୁଭଙ୍କର ହୋଇଥାଏ । ସଫଳତା ମିଲିଥାଏ । ବିବାହ ପୂର୍ବରୁ ସେମାନଙ୍କୁ ଟିକିଏ ଭଲ ପାଇଂ ବି ଅଧିକ ପରିଶ୍ରମ କରିବାକୁ ହୋଇଥାଏ ।

ହାତର ବିବାହ ରେଖାରେ କଳାଜାଇ : କାହାର କାହାର ବିବାହ ରେଖା କିମ୍ବା ତାର ପାଖାପାଖି ସ୍ଥାନରେ କଳାଜାଇ ଏବଂ ଲାଲଜାଇ ରହିଥାଏ । ଲାଲ୍ ଜାଇ ସ୍ବାମୀ ଏବଂ ସ୍ତ୍ରୀ ମଧ୍ୟରେ ସଫଳ ସଂପର୍କର ସଙ୍କେତ । ଯେଉଁଠି କଳାଜାଇ ତାର ବିପରୀତ ସଙ୍କେତ ଦେଇଥାଏ।