2024 Indian General Election in Arunachal Pradesh: ଲୋକସଭା ନିର୍ବାଚନ ପରେ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି।
Trending Photos
Arunachal Pradesh Assembly Elections 2024: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି। ମାର୍ଚ୍ଚ ୧୩ ତାରିଖ ବୁଧବାର ରାଜ୍ୟର ସମସ୍ତ ୬୦ ବିଧାନସଭା ଆସନ ପାଇଁ ଶାସକ ଦଳ ପକ୍ଷରୁ ଦଳୀୟ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ତାଙ୍କ ନିର୍ବାଚନମଣ୍ଡଳୀ ମୁକଟୋ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୪ ଲାଗି ରାଜ୍ୟର ସମସ୍ତ ଆସନ ଲାଗି ଦଳୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି।
ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୪ (Arunachal Pradesh Assembly Elections 2024) ପାଇଁ ଦଳୀୟ ପ୍ରାର୍ଥୀ ଚୟନ କରିବାକୁ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି (BJP Central Election Committee) ପକ୍ଷରୁ ଏକ ବୈଠକ ଆୟୋଜିତ ହୋଇଥିଲା। ଯେଉଁରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ସଦସ୍ୟ ଯୋଗ ଦେଇଥିଲେ।
Congratulations to all the official candidates for Assembly Constituencies of Arunachal Pradesh.
Under the guidance of HPM Shri @narendramodi ji and leadership of HCM Shri @PemaKhanduBJP ji, we are sure to win with a historic majority.
All the best.@BJP4India @BiyuramWahgeBJP pic.twitter.com/0vdRSs7BJg
— BJP ArunachalPradesh (@BJP4Arunachal) March 13, 2024
ଚଳିତ ବର୍ଷ ଅରୁଣାଚଳ ପ୍ରଦେଶରେ ଏକ ସମୟରେ ଲୋକସଭା (2024 Indian General Election in Arunachal Pradesh) ସହ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ଆୟୋଗ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିନାହାଁନ୍ତି। ଗତ ୨୦୧୯ ବିଧାନସଭା ନିର୍ବାଚନରେ ଶାସକ ବିଜେପି ରାଜ୍ୟର ମୋଟ ୬୦ ଆସନ ମଧ୍ୟରୁ ୪୧ ଆସନ ଜିତିଥିଲା। ସେହିପରି ୨୦୧୯ ଲୋକସଭା ନିର୍ବାଚନରେ ରାଜ୍ୟର ସମସ୍ତ ୨ ଲୋକସଭା ଆସନ ଜିତି ନେଇଥିଲା। ୨୦୨୪ ଲୋକସଭା ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ଅରୁଣାଚଳ ପ୍ରଦେଶ ପଶ୍ଚିମ ଏବଂ ତାପିର ଗାଓ ପୂର୍ବ ଅରୁଣାଚଳ ପ୍ରଦେଶ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।