Bengaluru Crime News: ମହିଳାଙ୍କ ଅନ୍ତଃବସ୍ତ୍ର ଚୋରି କରିବା ପରେ ଛାତରେ କରୁଥିଲେ ଏଭଳି କାମ, ରୁଜୁ ହେଲା ମାମଲା
Advertisement

Bengaluru Crime News: ମହିଳାଙ୍କ ଅନ୍ତଃବସ୍ତ୍ର ଚୋରି କରିବା ପରେ ଛାତରେ କରୁଥିଲେ ଏଭଳି କାମ, ରୁଜୁ ହେଲା ମାମଲା

Man Caught Stealing Underwear: ଅଜ୍ଞାତ ବ୍ୟକ୍ତି ଜଣଙ୍କ ଭଡା ଘର ଖୋଜିବା ବାହାନାରେ ଅନ୍ତଃବସ୍ତ୍ର ଚୋରି କରିବା ପରେ ଛାତରେ ହସ୍ତମୈଥୁନ କରିଥିଲେ। ବେଙ୍ଗାଲୁରୁ ଲାଗେରେ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା। 

Bengaluru Crime News: ମହିଳାଙ୍କ ଅନ୍ତଃବସ୍ତ୍ର ଚୋରି କରିବା ପରେ ଛାତରେ କରୁଥିଲେ ଏଭଳି କାମ, ରୁଜୁ ହେଲା ମାମଲା

Bengaluru Man Bizarre Activity caught on Camera: ସଦ୍ୟ କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁ ସ୍ଥିତ ଲାଗେରେ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ବିଚିତ୍ର ଘଟଣା। ଏଠାରେ ଜଣେ ବ୍ୟକ୍ତି ମହିଳାଙ୍କ ଅନ୍ତଃବସ୍ତ୍ର ଚୋରି କରିବା ପରେ ଛାତରେ ହସ୍ତମୈଥୁନ କରିଥିବାର ଜଣାପଡ଼ିଛି। ସେହି ଅଜ୍ଞାତ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥିବା ଏଭଳି କୁତ୍ସିତ କାମ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି କ୍ୟାମେରା ଦ୍ୱାରା କଏଦ ହୋଇଯାଇଥିଲା। 
    
ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଅଜ୍ଞାତ ବ୍ୟକ୍ତି ଜଣଙ୍କ ଭଡା ଘର ଖୋଜିବା ବାହାନାରେ ବେଙ୍ଗାଲୁରୁ ଲାଗେରେ ଅଞ୍ଚଳ ପରିଦର୍ଶନ କରିଥିଲେ। ଏନେଇ ହୋଇଥିବା ଅଭିଯୋଗ ଅନୁସାରେ ଅତି ଗୋପନୀୟ ଭାବରେ ଜଣେ  ଗାଧୋଇବା ସମୟରେ ଜଣେ ମହିଳାଙ୍କ ଭିଡିଓ ରେକର୍ଡିଂ କରିଥିଲେ। ଏହି ଘଟଣାରେ ସ୍ଥାନୀୟ ରାଜଗୋପାଳନଗର ଥାନାରେ ଏକ ମାମଲା ରୁଜୁ ହୋଇଛି। ଏଭଳି କୁକର୍ମ କରିଥିବା ଅଭିଯୁକ୍ତକୁ ଧରିବା ପାଇଁ ଆରମ୍ଭ ହୋଇଯାଇଛି ପ୍ରୟାସ। 
 
ସହରରେ ଘଟିଥିବା ଏହି ଘଟଣାରେ ପ୍ରତିକ୍ରିୟା ରଖିଛି ବେଙ୍ଗାଲୁରୁ ପୋଲିସ। ଏନେଇ ପୋଲିସ ନ୍ୟୁଜ ଏଜେନ୍ସି ଆଇଏଏନଏସ ଉଦ୍ଦେଶ୍ୟରେ କହିଛି ଯେ ଅଜ୍ଞାତ ବ୍ୟକ୍ତି ଜଣଙ୍କ ସେତେବେଳେ ମହିଳାଙ୍କ ବାସଭବନରେ ପ୍ରବେଶ କରିଥାଇ ପାରନ୍ତି ଯେତେବେଳେ କୌଣସି ପୁରୁଷ ଘର ନଥିବେ। 

ଅଜ୍ଞାତ ବ୍ୟକ୍ତି ଜଣଙ୍କ ଭଡା ଘର ଖୋଜିବା ବାହାନାରେ ସେଠାରେ ପ୍ରବେଶ କରିଥାଇ ପାରନ୍ତି। ଘରେ ଭିତରକୁ ଥରେ ପ୍ରବେଶ କରିବା ପରେ ଅଭିଯୁକ୍ତ ଜଣଙ୍କ ଶୌଚାଳୟ ଠାରେ ଅଧିକ ସମୟ ବିତାଇଥିବେ। ସେ ଘରର ପଛପଟ ଆଡକୁ ଯାଇଥାଇ ପାରନ୍ତି ଯେଉଁଠାରେ ପୋଷାକ ସଫା କରାଯାଇ ରଖାଯାଇଥାଏ କିମ୍ବା ଶୁଖିଇବା ପାଇଁ ଟଙ୍ଗାଯାଇଥାଏ। ଘରର ପଛ ପଟକୁ ଯାଇ ମହିଳାଙ୍କ ପୋଷାକ ବିଶେଷକରି ଅନ୍ତଃବସ୍ତ୍ର ଚୋରି କରିବା ଭଳି କାର୍ଯ୍ୟ କରିଥିବେ।

Also Read: Shocking Act of Thief: ଚର୍ଚ୍ଚାରେ ଚୋରଙ୍କ ଚୋରି, କାରାନାମା ଶୁଣିଲେ ଉଡିଯିବ ହୋସ

ଅଭିଯୁକ୍ତ ଜଣଙ୍କ ଯେତେବେଳେ ଳଣ୍ଡ୍ରି ବାସ୍କେଟ ମଧ୍ୟରୁ ଅନ୍ତଃବସ୍ତ୍ର ବାହାର କରିଥିଲେ, ସେତେବେଳେ ସେଠାକାର ଜଣେ ପଡୋଶୀ ଏହି ଘଟଣାର ଭିଡିଓ ରେକର୍ଡିଂ କରି ନେଇଥିଲେ। ଏହି ଭିଡିଓ ପୋଲିସ ପାଖରେ ଦାଖଲ କରାଯାଇ ସାରିଛି।

ଗତ ବର୍ଷ ମଧ୍ୟ ପ୍ରଦେଶର ଗ୍ୱାଲିଅର ଅଞ୍ଚଳରେ ଦେଖିବାକୁ ମିଳିଥିଲା ସମାନ ଘଟଣା। ଏଠାରେ ଜଣେ ବ୍ୟକ୍ତି ଗ୍ୱାଲିଅର ଜିଲ୍ଲାର କୌଣସି ଏକ ସ୍ଥାନରେ ଜଣେ ମହିଳା ମହିଳାଙ୍କ ପୋଷାକ ଚୋରି କରି ଧରାପଡିଥିଲେ। ଘଟଣାସ୍ଥଳରେ ଲାଗିଥିବା ସିସିଟିଭି କ୍ୟାମେରା ଦ୍ୱାରା କଏଦ ହୋଇଯାଇଥିଲା। ଏହି ଘଟଣାରେ ଗୌସପୁର ଅଞ୍ଚଳର ଜଣେ ବାସିନ୍ଦା ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗକାରୀଙ୍କ କହିବା ଅନୁସାରେ ଅଜ୍ଞାତ ବ୍ୟକ୍ତି ଜଣଙ୍କ ଗତ ୩୦ ସେପ୍ଟେମ୍ବରରେ ପ୍ରାୟ ୫୦୦ ଅନ୍ତଃବସ୍ତ୍ର ଚୋରି କରି ନେଇଥିଲେ।  

ସିସିଟିଭି କ୍ୟାମେରା ଫୁଟେଜ୍ ସେହି ବ୍ୟକ୍ତିଙ୍କ ଦ୍ୱାରା ଅନ୍ତଃବସ୍ତ୍ର ଚୋରି ଦୌଡ଼ି ପଳାଇବାର ଘଟଣାକୁ କଏଦ କରି ନେଇଥିଲା। ଯାହା ପରେ ଏହି ଘଟଣା ସାମ୍ନାକୁ ଆସୁଥିଲା। ପରେ ଯେତେବେଳେ ସେହି ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣାରେ ପ୍ରତିକ୍ରିୟା ରଖି ପୋଲିସ୍ କହିଥିଲା ଯେ ଅଭିଯୁକ୍ତ ଜଣଙ୍କ ଅତି ଚତୁରତାର ସହ ଘରେ ପଶି ଅନ୍ତଃବସ୍ତ୍ ଚୋରି କରିବା ପରେ ଘଟଣାସ୍ଥଳରୁ ଖସି ଯାଉଥିଲା।