Girls Fight in College: କଲେଜ ପରିସରରେ ଦନାଦନ ବର୍ଷା ହେଲା ଥାପଡ, ଦେଖନ୍ତୁ ଭିଡିଓ
Advertisement

Girls Fight in College: କଲେଜ ପରିସରରେ ଦନାଦନ ବର୍ଷା ହେଲା ଥାପଡ, ଦେଖନ୍ତୁ ଭିଡିଓ

Bengaluru Girls Fighting: ପ୍ରଥମେ ଦେଖିବାକୁ ମିଳୁଛି ଯେ ଦୁଇ ଜଣ ଝିଅ ପରସ୍ପର ସହ ଯୁକ୍ତତର୍କ କରୁଛନ୍ତି। ଯାହା ପରେ ଲଢେଇରେ ପରିଣତ ହୋଇଛି।

Girls Fight in College: କଲେଜ ପରିସରରେ ଦନାଦନ ବର୍ଷା ହେଲା ଥାପଡ, ଦେଖନ୍ତୁ ଭିଡିଓ

Girls Fighting Viral Video: ଆଜିର ଇଣ୍ଟରନେଟ ଯୁଗରେ ପ୍ରତି ଦିନ ଭାଇରାଲ ହେଉଛି ମନୋରଞ୍ଜନ ଭିତ୍ତିକ ଭିଡ଼ିଓ। ଯାହା ଏବେ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟୁଛି। ସଦ୍ୟ ଏପରି ଏକ ଭିଡ଼ିଓ ଭାଇରାଲ ହେଉଛି। ଯେଉଁଥିରେ ଦୁଇ ଜଣ ଝିଅଙ୍କୁ ପରସ୍ପର ସହ ଲଢେଇ କରୁଥିବାର ଦେଖିବାକୁ ମିଳୁଛି। ବେଙ୍ଗାଲୁରୁ ସ୍ଥିତ ଦୟାନନ୍ଦ ସାଗର କଲେଜ କ୍ୟାଣ୍ଟିନ ପରିସରରେ ଘଟିଯାଇଛି ଏହି ଘଟଣା। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। 

ପ୍ରଥମେ ଦେଖିବାକୁ ମିଳୁଛି ଯେ ଦୁଇ ଜଣ ଝିଅ ପରସ୍ପର ସହ ଯୁକ୍ତତର୍କ କରୁଛନ୍ତି। ଯାହା ପରେ ଲଢେଇରେ ପରିଣତ ହୋଇଛି। ଯୁକ୍ତିତର୍କ ସମୟରେ ଦୁହେଁ ପରସ୍ପରକୁ ଚାପୁଡ଼ା ମାରିବା, ଠେଲା ପେଲା କରିବା ଏବଂ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବାର ଦେଖିବାକୁ ମିଳୁଛି। ଏହି ଝଗଡ଼ା ପଛରେ କେଉଁ କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ। ଏହି ସମୟରେ ସେଠାରେ ଉପସ୍ଥିତ ରହିଥିବା ଛାତ୍ର ଝଗଡା ବନ୍ଦ କରିବା ପରିବର୍ତ୍ତେ ପାଟି କରି ଖୁସି ହୋଇଥିବାର ନଜର ଆସୁଛନ୍ତି। 

Also Read: NOIDA: ରାତି ଅଧରେ ହଙ୍ଗାମା କରି ଚର୍ଚ୍ଚାରେ ଯୁବତୀ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲଢେଇ, ଝଗଡା, ଗଣ୍ଡଗୋଳ ଭଳି କାର୍ଯ୍ୟରେ ଖାଲି ଯେ ପୁରୁଷ ଜଡିତ ରୁହନ୍ତି ତାହା ନୁହେଁ। ବରଂ ଏହି କାମରେ ମହିଳା ମଧ୍ୟ କାହା ଠାରୁ ପଛରେ ନାହାଁନ୍ତି। ଯୁବକଙ୍କ ଭଳି ଯୁବତୀ ମଧ୍ୟ ଏବେ ରାଜ ରାସ୍ତାରେ ଲଢେଇ କରିବାକୁ ପଛଘୁଞ୍ଚା ଦେଉନାହାଁନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ବିଭିନ୍ନ ସମୟରେ ଭାଇରାଲ ହୋଇଛି। ପୂର୍ବରୁ ଉତ୍ତର ପ୍ରଦେଶ (Uttar Pradesh) ରାଜଧାନୀ ଲକ୍ଷ୍ନୌସ୍ଥିତ (Lucknow) ଆସିୟାନା (Ashiyana) ଅଞ୍ଚଳରେ ଦେଖୁବାକୁ ମିଳିଥିଲା ଏଭଳି ଘଟଣା। କିଛି ଯୁବତୀ ଏଠାକାର ରାସ୍ତାରେ ହଙ୍ଗାମା ସୃଷ୍ଟି କରିଥିଲେ। ଏଠାରେ ଜଣେ ଯୁବତୀ ଅନ୍ୟ ଜଣେ ଯୁବତୀଙ୍କୁ ମାଡ ମାରିଥିଲେ। ଏହି ଘଟଣାରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଆକ୍ରମଣର ଶୀକାର ହୋଇଥିବା ଯୁବତୀଙ୍କୁ ଅନ୍ୟମାନେ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। 

ଆବଶ୍ୟକତା ଠାରୁ ଅଧିକ ମାତ୍ରାରେ ନିଶା ସେବନ ବେଳେ ମହଙ୍ଗା ପଡିଯାଏ। ନିଶାସକ୍ତ ଅବସ୍ଥାରେ ରହି ବିଭିନ୍ନ ଲୋକ ନିଜେ କରିଥିବାର କାରନାମାର ଭିଡ଼ିଓ ଭାଇରାଲ ହୋଇଥାଏ। ସଦ୍ୟ ମହାରାଷ୍ଟ୍ରର ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ଯୁବତୀ ପୋଲିସ ଅଧିକାରୀଙ୍କ ସହ ଦୁର୍ବ୍ୟବହାର କରୁଥିବାର ଦେଖିବାକୁ ମିଳିଛି।     

Also Read: Mumbai: ସିଟ ପାଇଁ ଏପରି କାଣ୍ଡ କରି ବସିଲେ ମହିଳା

ଏହି ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ନିଶାସକ୍ତ ଅବସ୍ଥାରେ ଜଣେ ଯୁବତୀ ପୋଲିସ ଅଧିକାରୀଙ୍କ ସହ ରାସ୍ତାରେ ଯାଉଥିବା ଲୋକ ଏପରିକି ଗାଡି଼ ଚାଳକଙ୍କୁ ଏଣୁତେଣୁ କହୁଛି। ଏହି ଯୁବତୀଙ୍କ କାରନାମା ଦେଖି ରାସ୍ତାରେ ଉପସ୍ଥିତ ରହିଥିବା ଲୋକେ ଏହାର ଭିଡ଼ିଓ ରେକର୍ଡିଂ କରିଥିଲେ। ନିଶାସକ୍ତ ଅବସ୍ଥାରେ ରାସ୍ତାରେ ହଙ୍ଗମା ସୃଷ୍ଟି କରିଥିବା ଯୁବତୀଙ୍କ ଅନ୍ୟ ଝିଅ ରହିଥିଲେ। ସେମାନେ ସମସ୍ତେ ମଦ୍ୟପାନ କରିଥିବା ଜଣାପଡ଼ିଛି।