Belarus President Poisoned: ବନ୍ଧୁତ୍ୱରେ ବିଶ୍ୱାସଘାତକତା; ଭ୍ଲାଦମିର ପୁତିନଙ୍କୁ ଭେଟିବା ପରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ବେଲାଋଷ ରାଷ୍ଟ୍ରପତି
Advertisement

Belarus President Poisoned: ବନ୍ଧୁତ୍ୱରେ ବିଶ୍ୱାସଘାତକତା; ଭ୍ଲାଦମିର ପୁତିନଙ୍କୁ ଭେଟିବା ପରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ବେଲାଋଷ ରାଷ୍ଟ୍ରପତି

Alexander Lukashenko Health Condition Today: ପୂର୍ବରୁ ମଧ୍ୟ ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋଙ୍କୁ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଅନେକ ଗୁଜବ ପ୍ରକାଶ ପାଇଥିଲା। ହେଲେ ଏହାକୁ ନିଜେ ଖଣ୍ଡନ କରିଥିଲେ ବେଲାଋଷ ରାଷ୍ଟ୍ରପତି।

Belarus President Poisoned: ବନ୍ଧୁତ୍ୱରେ ବିଶ୍ୱାସଘାତକତା; ଭ୍ଲାଦମିର ପୁତିନଙ୍କୁ ଭେଟିବା ପରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ବେଲାଋଷ ରାଷ୍ଟ୍ରପତି

Belarus President Alexander Lukashenko: ୟୁକ୍ରେନ ସହ ଚାଲିଥିବା ଯୁଦ୍ଧ ବେଳେ ଋଷିଆରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖବର। ବେଲାଋଷ ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋଙ୍କୁ ତୁରନ୍ତ ରାଜଧାନୀ ମସ୍କୋସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଋଷୀୟ ପ୍ରତିପକ୍ଷ ଭ୍ଲାଦିମିର ପୁତିନଙ୍କୁ ଭେଟିବା ପରେ ବେଲାଋଷ ରାଷ୍ଟ୍ରପତିଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ବେଲାଋଷ ବିରୋଧୀ ଦଳ ନେତା ଭାଲେରୀ ସେପକାଲୋ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଋଷିଆ-ୟୁକ୍ରେନ ଯୁଦ୍ଧ ବେଳେ ୬୮ ବର୍ଷୀୟ ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋ ଭ୍ଲାଦିମିର ପୁତିନଙ୍କ ଜଣେ ନିକଟତମ ସହଯୋଗୀ ରହି ଆସିଛନ୍ତି।

ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, ବେଲାଋଷ ବିରୋଧୀ ଦଳ ନେତା ଭାଲେରୀ ସେପକାଲୋ (Belarusian Opposition Leader Valery Tsepkalo) ଏ ସମ୍ପର୍କରେ ଏକ ଟ୍ୱିଟ କରିଛନ୍ତି। ଯେଉଁଥିରେ କୁହାଯାଇଛି  ବେଲାଋଷ ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋଙ୍କ (Belarus President Alexander Lukashenko) ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ତୁରନ୍ତ ଋଷିଆ ରାଜଧାନୀ ମସ୍କୋସ୍ଥିତ ସେଣ୍ଟ୍ରାଲ କ୍ଲିନିକାଲ ହସ୍ପିଟାଲ (Moscow Central Clinical Hospital) ନିଆଯାଇଥିଲା। ହେଲେ ଏହା ପୂର୍ବରୁ ବେଲାଋଷ ରାଷ୍ଟ୍ରାଧ୍ୟକ୍ଷ ତାଙ୍କର ଋଷୀୟ ପ୍ରତିପକ୍ଷ ଭ୍ଲାଦମିର ପୁତିନଙ୍କୁ (Russian President Vladimir Putin) ସାକ୍ଷାତ କରିଥିଲେ। ବର୍ତ୍ତମାନ ତାଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଛି ଏବଂ ତାଙ୍କ ଅବସ୍ଥା ଗୁରୁତର ରହିଛି।

ବେଲାଋଷ ବିରୋଧୀ ଦଳ ନେତା ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କର ସ୍ଥିତି ଏପରି ରହିଛି ଯେ ତାଙ୍କୁ ଅନ୍ୟ କୌଣସି ସ୍ଥାନକୁ ବର୍ତ୍ତମାନ ସମୟରେ ନିଆଯାଇ ପାରିବ ନାହିଁ। ଦେଶର ରାଷ୍ଟ୍ରପତିଙ୍କୁ ବିଷ ଦିଆଯାଇଥିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବେଲାଋଷ ବିରୋଧୀ ଦଳ ନେତା। ଏନେଇ ଭାଲେରୀ ସେପକାଲା କହିଛନ୍ତି ଯେ ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋଙ୍କୁ ତୁରନ୍ତ ଡାକ୍ତରଖାନା ଏଥିପାଇଁ ନିଆଯାଇଥିଲା ଯାହା ଦ୍ୱାରା କାହାର କୌଣସି ସନ୍ଦେହ ରହିବ ନାହିଁ। ଋଷୀୟ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କ୍ରେମଲିନ (Russian President Office Kremlin) ପକ୍ଷରୁ ବିଷ ଦେବାର ମଧ୍ୟ ସମ୍ଭାବନା ରହିଛି।

ବିଗତ କିଛି ସମୟ ଧରି ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋଙ୍କ ସ୍ୱାସ୍ଥ୍ୟବସ୍ଥା (Alexander Lukashenko Health Condition Today) ବିଷୟରେ ଅନେକ ପ୍ରକାରର ଗୁଜବ ପ୍ରକାଶ ପାଇଥିଲା। ଚଳିତ ମାସ ଆରମ୍ଭରେ ବେଲାଋଷ ରାଷ୍ଟ୍ରପତି ଋଷିଆ ଠାରେ ପହଞ୍ଚି ବିଜୟ ଦିବସ ପ୍ୟାରେଡ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଯଦିଓ ବେଲାଋଷ ରାଷ୍ଟ୍ରପତି ତାଙ୍କର ଋଷୀୟ ପ୍ରତିପକ୍ଷଙ୍କ ସହ ମଧ୍ୟାହ୍ନ ଭୋଜନରେ ଯୋଗ ଦେଇନଥିଲେ ଏବଂ ତୁରନ୍ତ ଫେରି ଆସିଥିଲେ। ଅନେକ ଗଣମାଧ୍ୟମ ରିପୋର୍ଟ ମାଧ୍ୟମରେ ଦାବି କରାଯାଇଛି ଯେ ଏହି ସମୟ ମଧ୍ୟରେ ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋ ବହୁତ କ୍ଲାନ୍ତ ଦେଖାଯାଉଥିଲେ। ତାଙ୍କ ଡାହାଣ ହାତରେ ବ୍ୟାଣ୍ଡେଜ୍ ରହିଥିଲା।

ହେଲେ ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥାକୁ ନେଇ ପ୍ରକାଶ ପାଉଥିବା ଗୁଜବକୁ ଖଣ୍ଡନ କରି ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋ କହିଥିଲେ ଯେ, 'ମୁଁ ମରିବି ନାହିଁ। ଆପଣକୁ ବହୁତ ସମୟ ପର୍ଯ୍ୟନ୍ତ ମୋ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ହେବ। ଯଦି କେହି ଭାବନ୍ତି ମୁଁ ମରିବାକୁ ଯାଉଛି, ତାହେଲେ ଶାନ୍ତ ହୋଇଯାଆନ୍ତୁ। ସେ କହିଥିଲେ ଯେ ତାଙ୍କ ଆରୋଗ୍ୟ ପାଇଁ ମାତ୍ର ତିନି ଦିନ ସମୟ ଲାଗିଛି। ଅନ୍ୟପଟେ ବେଲାଋଷ ରାଷ୍ଟ୍ରପତିଙ୍କୁ ବିଷ ଦିଆଯାଇଥିବାର ଆଶଙ୍କା ରହିଥିବାର ଡେଲି ମେଲ ଦାବି କରିଛି। ଏହାର କାରଣ ଏହା ଥିଲା ଯେ ସେ ଭ୍ଲାଦିମିର ପୁତିନଙ୍କ ସମର୍ଥକ ଥିଲେ। ହେଲେ ଋଷିଆ ତାଙ୍କ ଠାରୁ ଆହୁରି ଅଧିକ ବିଶ୍ୱସ୍ତ ରହିଥିବା ନେତାଙ୍କୁ ବେଲାଋଷର ଶାସନ ଗାଦିରେ ବସାଇବାକୁ ଚାହୁଁଛି।