Bank Holidays in October 2023: ଗାନ୍ଧୀ ଜୟନ୍ତୀ, ନବରାତ୍ରୀ ଓ ଦୁର୍ଗା ପୂଜା…ଅକ୍ଟୋବରରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ଛୁଟି ତାଲିକା
Advertisement
Article Detail0/zeeodisha/odisha1893393

Bank Holidays in October 2023: ଗାନ୍ଧୀ ଜୟନ୍ତୀ, ନବରାତ୍ରୀ ଓ ଦୁର୍ଗା ପୂଜା…ଅକ୍ଟୋବରରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ଛୁଟି ତାଲିକା

Bank Holidays in October 2023: ଅକ୍ଟୋବର ମାସରେ ଅନେକ ପର୍ବ ପଡୁଛି । ଏହି କାରଣରୁ, ଦେଶର ବିଭିନ୍ନ ସ୍ଥାନରେ ବ୍ୟାଙ୍କଗୁଡିକ ପ୍ରାୟ ୧୬ ଦିନ ବନ୍ଦ ରହିବାକୁ ଯାଉଛି ।

 

ସାଙ୍କେତିକ ଛବି (Bank Holidays in October 2023)

Bank Holidays in October 2023: ସେପ୍ଟେମ୍ବର ମାସ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ଅଛି ଓ ଅକ୍ଟୋବର ମାସ ସମେତ ଏକ ନୂଆ ମାସ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଆରବିଆଇ ଅକ୍ଟୋବର ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି । ଅକ୍ଟୋବର ମାସରେ, ବ୍ୟାଙ୍କଗୁଡିକ ଗୋଟିଏ କିମ୍ବା ଦୁଇ ଦିନ ନୁହେଁ ବରଂ ସମୁଦାୟ ୧୬ ଦିନ ବନ୍ଦ ରହିବ । ଏଗୁଡିକରେ ସପ୍ତାହିକ ଛୁଟି ମଧ୍ୟ ସାମିଲ ରହିଛି ।

ଏପରି ପରିସ୍ଥିତିରେ, ଯଦି ଆପଣଙ୍କୁ ଆସନ୍ତା ମାସରେ ଶାଖାକୁ ଯାଇ କୌଣସି ବ୍ୟାଙ୍କ କାର୍ଯ୍ୟ କରିବାକୁ ଥାଏ, ତେବେ ଏହା ପୂର୍ବରୁ ନିଶ୍ଚିତ ଭାବରେ ଆରବିଆଇ ଛୁଟି କ୍ୟାଲେଣ୍ଡର ଯାଞ୍ଚ କରନ୍ତୁ । ଅକ୍ଟୋବରରେ ଗାନ୍ଧୀ ଜୟନ୍ତୀ, ମହାଳୟା, ଦୁର୍ଗା ପୂଜା, ନବବ୍ରତୀ, ଦଶହରା, ଲକ୍ଷ୍ମୀ ପୂଜା, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜୟନ୍ତୀ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଙ୍କଗୁଡିକ ୧୬ ଦିନ ବନ୍ଦ ରହିବାକୁ ଯାଉଛି ।

ତେବେ ଆସନ୍ତୁ ଜାଣିବା ଅକ୍ଟୋବର ମାସ ପାଇଁ ଆରବିଆଇ ଦ୍ୱାରା ପ୍ରକାଶିତ ଛୁଟିଦିନର ପୀରା ତାଲିକା (Bank Holidays in October 2023)

୨ ଅକ୍ଟୋବର ୨୦୨୩ (ସୋମବାର) - ଗାନ୍ଧୀ ଜୟନ୍ତୀ 
୧୪ ଅକ୍ଟୋବର ୨୦୨୩ (ଶନିବାର) - ମହାଳୟା-କୋଲକାତାରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
୧୮ ଅକ୍ଟୋବର ୨୦୨୩ (ବୁଧବାର) - କଟି ବିହୁ - ଆସାମରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
୨୧ ଅକ୍ଟୋବର ୨୦୨୩ (ଶନିବାର) - ଦୁର୍ଗା ପୂଜା (ମହା ସପ୍ତମି) - ପଶ୍ଚିମବଙ୍ଗ, ତ୍ରିପୁରା, ଆସାମ ଓ ମଣିପୁରରେ ବ୍ୟାଙ୍କଗୁଡିକ ବନ୍ଦ ।
୨୩ ଅକ୍ଟୋବର ୨୦୨୩ (ସୋମବାର) - ମହାନବମୀ, ଆୟୁଧ୍ୟ ପୂଜା, ଦୁର୍ଗା ପୂଜା - ବିହାର, ଝାଡଖଣ୍ଡ, ଆସାମ, ତ୍ରିପୁରା, କର୍ଣ୍ଣାଟକ, ଓଡ଼ିଶା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ କେରଳରେ ବ୍ୟାଙ୍କ ବନ୍ଦ ରହିବ ।
୨୪ ଅକ୍ଟୋବର ୨୦୨୩ (ମଙ୍ଗଳବାର) - ଦଶହରା ଯଥା ବିଜୟଦଶମୀ, ଦୁର୍ଗା ପୂଜା - ଆନ୍ଧ୍ରପ୍ରଦେଶ, ମଣିପୁର ବ୍ୟତୀତ ସମସ୍ତ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ >
୨୫ ଅକ୍ଟୋବର ୨୦୨୩ (ବୁଧବାର) - ଦୁର୍ଗା ପୂଜା  - ସିକ୍କିମରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
୨୬ ଅକ୍ଟୋବର ୨୦୨୩ (ଗୁରୁବାର) - ଦୁର୍ଗା ପୂଜା / ମିଶ୍ରଣ ଦିବସ - ଜାମ୍ମୁ କାଶ୍ମୀର ଏବଂ ସିକ୍କିମରେ ବ୍ୟାଙ୍କଗୁଡିକ ବନ୍ଦ ।
୨୭ ଅକ୍ଟୋବର ୨୦୨୩ (ଶୁକ୍ରବାର) - ଦୁର୍ଗା ପୂଜା - ସିକ୍କିମରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
୨୮ ଅକ୍ଟୋବର ୨୦୨୩ (ଶନିବାର) - ଲକ୍ଷ୍ମୀ ପୂଜା - ପଶ୍ଚିମବଙ୍ଗରେ ବ୍ୟାଙ୍କଗୁଡିକ ବନ୍ଦ ରହିବାକୁ ଯାଉଛି ।
୩୧ ଅକ୍ଟୋବର ୨୦୨୩ (ମଙ୍ଗଳବାର) - ସର୍ଦ୍ଦାର ଭାଲାଭଭାଇ ପଟେଲ ଜୟନ୍ତୀ - ଗୁଜୁରାଟରେ ବ୍ୟାଙ୍କ ବନ୍ଦ ରହିବ ।