Bank Holidays: ଏପ୍ରିଲ ମାସରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ, ତୁରନ୍ତ ସାରି ନିଅନ୍ତୁ ଜରୁରୀ କାର୍ଯ୍ୟ
Advertisement

Bank Holidays: ଏପ୍ରିଲ ମାସରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ, ତୁରନ୍ତ ସାରି ନିଅନ୍ତୁ ଜରୁରୀ କାର୍ଯ୍ୟ

Bank Holidays in April: ଶେଷ ହେବାକୁ ଯାଉଛି ଆର୍ଥିକ ବର୍ଷ ୨୦୨୨-୨୩ । ମାର୍ଚ୍ଚ ୩୧ ପରେ ଏପ୍ରିଲ ୧ରୁ ନୂତନ ଆର୍ଥିକ ବର୍ଷ ୨୦୨୩-୨୪ ଆରମ୍ଭ ହେବା ସହ କିଛି ବଡ଼ ପରିବର୍ତ୍ତନ ହେବ। ଏହି ସମସ୍ତ ପରିବର୍ତ୍ତନ ସିଧାସଳଖ ଭାବେ ଟଙ୍କା ଓ ବ୍ୟାଙ୍କ ସହିତ ଜଡ଼ିତ। ଏପ୍ରିଲ ମାସରେ ପଡ଼ୁଥିବା ବ୍ୟାଙ୍କ ଛୁଟି ବିଷୟରେ ସମସ୍ତ ବ୍ୟାଙ୍କ ଗ୍ରାହକ ସଚେତନ ହେବା ଉଚିତ୍ । ଯଦି ଏପ୍ରିଲ ମାସରେ ବ୍ୟାଙ୍କରେ ଆପଣଙ୍କର କୌଣସି କାମ ଅଛି ତେବେ ଏବେଠାରୁ ସମସ୍ତ କାମ କରିବା ଆରମ୍ଭ କରିଦିଅନ୍ତୁ । ତେବେ ବିଭିନ୍ନ ରାଜ୍ୟର ବ୍ୟାଙ୍କ ଛୁଟି ବିଷୟରେ ମଧ୍ୟ ଜାଣିବା ଆବଶ୍ୟକ ।

ସୌ(ସୋସିଆଲ ମିଡିଆ)

Bank Holidays: ଶେଷ ହେବାକୁ ଯାଉଛି ଆର୍ଥିକ ବର୍ଷ ୨୦୨୨-୨୩ । ମାର୍ଚ୍ଚ ୩୧ ପରେ ଏପ୍ରିଲ ୧ରୁ ନୂତନ ଆର୍ଥିକ ବର୍ଷ ୨୦୨୩-୨୪ ଆରମ୍ଭ ହେବା ସହ କିଛି ବଡ଼ ପରିବର୍ତ୍ତନ ହେବ। ଏହି ସମସ୍ତ ପରିବର୍ତ୍ତନ ସିଧାସଳଖ ଭାବେ ଟଙ୍କା ଓ ବ୍ୟାଙ୍କ ସହିତ ଜଡ଼ିତ। ଏପ୍ରିଲ ମାସରେ ପଡ଼ୁଥିବା ବ୍ୟାଙ୍କ ଛୁଟି ବିଷୟରେ ସମସ୍ତ ବ୍ୟାଙ୍କ ଗ୍ରାହକ ସଚେତନ ହେବା ଉଚିତ୍ । ଯଦି ଏପ୍ରିଲ ମାସରେ ବ୍ୟାଙ୍କରେ ଆପଣଙ୍କର କୌଣସି କାମ ଅଛି ତେବେ ଏବେଠାରୁ ସମସ୍ତ କାମ କରିବା ଆରମ୍ଭ କରିଦିଅନ୍ତୁ । ତେବେ ବିଭିନ୍ନ ରାଜ୍ୟର ବ୍ୟାଙ୍କ ଛୁଟି ବିଷୟରେ ମଧ୍ୟ ଜାଣିବା ଆବଶ୍ୟକ ।

ଏପ୍ରିଲ ୨୦୨୩ରେ ମୋଟ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ

ଦେଶର ଅଧିକାଂଶ ବ୍ୟାଙ୍କ କାର୍ଯ୍ୟ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ତିଆ(RBI) ଦ୍ବାରା ନିୟନ୍ତ୍ରିତ । ରିଜର୍ଭ ବ୍ୟାଙ୍କର ସହମତି ପରେ ଅନ୍ୟ ସମସ୍ତ ବ୍ୟାଙ୍କର ଛୁଟି ସ୍ଥିର ହୋଇଥାଏ । ସରକାରୀ ଓ ବେସରକାରୀ ବ୍ୟାଙ୍କ ଗୁଡ଼ିକ ମାସର ଦ୍ବିତୀୟ ଓ ଚତୁର୍ଥ ଶନିବାର ବ୍ୟତୀତ ରବିବାର ଦିନ ମଧ୍ଯ ବନ୍ଦ ରହିଥାଏ । ଆରବିଆଇର ନିର୍ଦ୍ଦେଶ ଅନୁଯାୟୀ, ଏପ୍ରିଲ ୨୦୨୩ରେ ଦ୍ବିତୀୟ ଓ ଚତୁର୍ଥ ଶନିବାର ସହିତ ରବିବାର ସମେତ ବ୍ୟାଙ୍କ ଗୁଡ଼ିକ ସମୁଦାୟ ୧୫ ଦିନ ବନ୍ଦ ରହିବ ।

୪ ଏପ୍ରିଲରେ ମହାବୀର ଜୟନ୍ତୀ ଛୁଟି

ଏହି ମାସର ପ୍ରଥମ ଛୁଟି ୧ ଏପ୍ରିଲ ବାର୍ଷିକ ବ୍ୟାଙ୍କ ଆକାଉଣ୍ଟ ବନ୍ଦରୁ ଆରମ୍ଭ ହେବ। ୪ ଏପ୍ରିଲରେ ମହାବୀର ଜୟନ୍ତୀ ପଡୁଥିବାରୁ ଏହି ଦିନ ବ୍ୟାଙ୍କ ଛୁଟି ରହିବ । ପୂରା ମାସରେ ବ୍ୟାଙ୍କ କାର୍ଯ୍ୟ ନେଇ କୌଣସି ସମସ୍ୟା ଦେଖାଦେବ ନାହିଁ । ଏହି ସମୟ ମଧ୍ଯରେ ଏଟିଏମ୍, ଟଙ୍କା ଡି଼ପୋଜିଟ୍ , ଅନଲାଇନ ଓ ମୋବାଇଲ ବ୍ୟାଙ୍କିଙ୍ଗ କାର୍ଯ୍ୟ ଜାରି ରହିବ। ଛୁଟି ବିଭିନ୍ନ ରାଜ୍ୟ ଅନୁଯାୟୀ ବଦଳିପାରେ ।

ଆରବିଆଇ ନିର୍ଦ୍ଦେଶାବଳୀ ଅନୁଯାୟୀ, ରବିବାର ବ୍ୟତୀତ ବ୍ୟାଙ୍କ ଗୁଡ଼ିକ ମାସର ଦ୍ବିତୀୟ ଓ ଚତୁର୍ଥ ଶନିବାର ମଧ୍ଯ ବନ୍ଦ ରହିଥାଏ । Negotiable Instruments Act ଅନୁଯାୟୀ, ଆରବିଆଇ ୧,୪,୫,୭,୧୪,୧୫,୧୮,୨୧ ଓ ୨୨ ଏପ୍ରିଲରେ ବ୍ୟାଙ୍କ ଛୁଟି ଘୋଷଣା କରିଛି । ଏହାଛଡ଼ା ଏପ୍ରିଲ ୨,୯,୧୬ରେ ୫ଟି ରବିବାର ପଡୁଛି । ୮ ଓ ୨୨ ଏପ୍ରିଲରେ ଦ୍ୱିତୀୟ ଓ ଚତୁର୍ଥ ଶନିବାର ପଡୁଥିବାରୁ ଏହି ଦିନ ବ୍ୟାଙ୍କ ସେବା ବନ୍ଦ ରହିବ ।

ଛୁଟି ତାଲିକା

1. ଏପ୍ରିଲ୍ ୧, ୨୦୨୩ (ଶନିବାର): ବାର୍ଷିକ ବ୍ୟାଙ୍କ ଆକାଉଣ୍ଟ ବନ୍ଦ

2. ଏପ୍ରିଲ୍ ୨, ୨୦୨୩ (ରବିବାର): ଛୁଟିଦିନ

3. ଏପ୍ରିଲ୍ ୪, ୨୦୨୩ (ମଙ୍ଗଳବାର) - ମହାବୀର ଜୟନ୍ତୀ

4. ଏପ୍ରିଲ୍ ୫, ୨୦୨୩ (ବୁଧବାର) - ବାବୁ ଜଗଜୀବନ ରାମଙ୍କ ଜନ୍ମଦିନ

5. ଏପ୍ରିଲ୍ ୭, ୨୦୨୩ (ଶୁକ୍ରବାର) – ଗୁଡ଼ ଫ୍ରାଇଡ଼େ

6. ଏପ୍ରିଲ୍ ୮ ୨୦୨୩ (ଶନିବାର) - ମାସର ଦ୍ୱିତୀୟ ଶନିବାର

7. ଏପ୍ରିଲ୍ ୯, ୨୦୨୩ (ରବିବାର) - ଛୁଟିଦିନ

8. ଏପ୍ରିଲ୍,୧୪ ୨୦୨୩ (ଶୁକ୍ରବାର) - ବାବାସାହେବ ଆମ୍ବେଦକର ଜୟନ୍ତୀ / ବୋହାଗ ବିହୁ / ଚେରୋବା / ବାଇସାଖୀ / ବାଇସାଖୀ / ତାମିଲ ନୂଆ ବର୍ଷ/ ମହା ବିଷୁବ ସଙ୍କ୍ରାନ୍ତି / ବିଜୁ ମହୋତ୍ସବ / ବିଷୁ ମହୋତ୍ସବ

9. ଏପ୍ରିଲ୍ ୧୫, ୨୦୨୩ (ଶନିବାର) - ବିଷ୍ଣୁ / ବୋହାଗ ବିହୁ / ହିମାଚଳ ଦିବସ / ବଙ୍ଗାଳୀ ନବ ବର୍ଷ

10. ଏପ୍ରିଲ୍ ୧୬, ୨୦୨୩ (ରବିବାର) - ଛୁଟିଦିନ

11. ଏପ୍ରିଲ୍ ୧୮, ୨୦୨୩ (ମଙ୍ଗଳବାର) - ଶାବ-ଇ-କଦର

12.  ଏପ୍ରିଲ୍ ୨୧,  ୨୦୨୩ (ଶୁକ୍ରବାର) - ଇଦ୍-ଉଲ୍-ଫିତର (ରମଜାନ୍ ଇଦ୍) / ଗରିଆ ପୂଜା / ଜୁମାତ୍-ଉଲ୍-ବିଦା

13. ଏପ୍ରିଲ ୨୨, ୨୦୨୩ (ଶନିବାର) - ମାସର ଚତୁର୍ଥ ଶନିବାର ଓ ରମଜାନ (ଇଦ-ଉଲ୍-ଫିଦର)

14. ଏପ୍ରିଲ୍ ୨୩, ୨୦୨୩ (ରବିବାର) - ଛୁଟିଦିନ

15. ଏପ୍ରିଲ୍ ୩୦, ୨୦୨୩ (ରବିବାର) - ଛୁଟିଦିନ