Bank Holidays: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଖବର; ବଦଳିଯିବ ବ୍ୟାଙ୍କ ଖୋଲିବା ଓ ବନ୍ଦ ହେବା ସମୟ; ଜାଣନ୍ତୁ କାହିଁକି
Advertisement

Bank Holidays: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଖବର; ବଦଳିଯିବ ବ୍ୟାଙ୍କ ଖୋଲିବା ଓ ବନ୍ଦ ହେବା ସମୟ; ଜାଣନ୍ତୁ କାହିଁକି

Bank Holidays:  ବ୍ୟାଙ୍କ କର୍ମଚାରୀ (Bank Employees) ଙ୍କ ଦୀର୍ଘ ଦିନର ଦାବି ବର୍ତ୍ତମାନ ପୂରଣ ହୋଇପାରେ । ଏହି ଅନୁଯାୟୀ, ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁବ୍ ଶୀଘ୍ର ଫାଇଭ୍ ଡେ ୱିକ୍ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରେ । ଏ ବାବଦରେ ଇଣ୍ଡିଆନ୍ ବ୍ୟାଙ୍କ ଆସୋସିଏସନ୍ (IBA) ଓ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ ଏକ ସହମତି ହୋଇଛି । ମାତ୍ର ଗୋଟିଏ ମାସରେ ଦୁଇଟି ଛୁଟିଦିନ (Bank Holidays) ବୃଦ୍ଧି ଯୋଗୁଁ ବ୍ୟାଙ୍କ କର୍ମଚାରୀଙ୍କ କାର୍ଯ୍ୟ ସମୟ ବୃଦ୍ଧି ପାଇବ ।

Bank Holidays: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଖବର; ବଦଳିଯିବ ବ୍ୟାଙ୍କ ଖୋଲିବା ଓ ବନ୍ଦ ହେବା ସମୟ; ଜାଣନ୍ତୁ କାହିଁକି

Bank Holidays: ଯଦି ଆପଣ ନିଜେ ଜଣେ ବ୍ୟାଙ୍କ କର୍ମଚାରୀ କିମ୍ବା ଆପଣଙ୍କ ପରିବାରରେ ଜଣେ ବ୍ୟାଙ୍କ କର୍ମଚାରୀ ଅଛନ୍ତି । ତେବେ ଏହି ଖବର ଆପଣଙ୍କୁ ଖୁସି କରିଦେବ । ଆଜ୍ଞା ହଁ, ବ୍ୟାଙ୍କ କର୍ମଚାରୀ (Bank Employees) ଙ୍କ ଦୀର୍ଘ ଦିନର ଦାବି ବର୍ତ୍ତମାନ ପୂରଣ ହୋଇପାରେ । ଏହି ଅନୁଯାୟୀ, ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁବ୍ ଶୀଘ୍ର ଫାଇଭ୍ ଡେ ୱିକ୍ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରେ । ଏ ବାବଦରେ ଇଣ୍ଡିଆନ୍ ବ୍ୟାଙ୍କ ଆସୋସିଏସନ୍ (IBA) ଓ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ ଏକ ସହମତି ହୋଇଛି । ମାତ୍ର ଗୋଟିଏ ମାସରେ ଦୁଇଟି ଛୁଟିଦିନ (Bank Holidays) ବୃଦ୍ଧି ଯୋଗୁଁ ବ୍ୟାଙ୍କ କର୍ମଚାରୀଙ୍କ କାର୍ଯ୍ୟ ସମୟ ବୃଦ୍ଧି ପାଇବ ।

ନୂତନ ଚୁକ୍ତି ଅନୁଯାୟୀ ବ୍ୟାଙ୍କ କର୍ମଚାରୀଙ୍କୁ ଦୈନିକ ୪୦ ମିନିଟ୍ ଅଧିକ କାମ କରିବାକୁ ପଡ଼ିବ । ଆପଣଙ୍କୁ କହି ରଖୁଛୁ ଯେ, ରବିବାର ବ୍ୟତୀତ ବ୍ୟାଙ୍କଗୁଡିକ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାରରେ ଛୁଟିଦିନ (Bank Holidays) ରହେ । କିନ୍ତୁ ବର୍ତ୍ତମାନ ଆଗାମୀ ଦିନରେ ପ୍ରତ୍ୟେକ ଶନିବାର ଓ ରବିବାର ଦିନ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ଏହି ବିଷୟରେ ଶୀଘ୍ର ଏକ ନୂତନ ବ୍ୟବସ୍ଥା ଆରମ୍ଭ ହୋଇପାରେ । ଏହି ପରିପ୍ରେକ୍ଷୀରେ ଆସୋସିଏସନ ଦ୍ୱାରା ସମ୍ମତି ଦିଆଯାଇଛି । ଦୀର୍ଘ ଦିନ ଧରି ବ୍ୟାଙ୍କ ୟୁନିଅନମାନେ ପାଞ୍ଚ ଦିନ କାର୍ଯ୍ୟ କରିବାକୁ ଦାବି କରିଆସୁଛନ୍ତି । ୨୦୨୨ ମସିହାରେ LIC ରେ ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ ହେବା ପୂର୍ବରୁ କର୍ମଚାରୀଙ୍କ ପାଇଁ ପାଞ୍ଚ ଦିନର ୱିକ୍ କରାଯାଇଥିଲା । ଏହା ପରେ ବ୍ୟାଙ୍କ ୟୁନିଅନରୁ ପାଞ୍ଚ ଦିନିଆ ଦାବି ବଢ଼ିଗଲା । 

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କୁ ମିଳିଲା ହୋଲିର ସବୁଠାରୁ ବଡ଼ ଉପହାର; ଲାଗୁ ହେଲା ପୁରୁଣା ପେନସନ ଯୋଜନା, ଅର୍ଥମନ୍ତ୍ରୀ କଲେ ଘୋଷଣା

ଅଧିକ ପଢ଼ନ୍ତୁ:-କେବଳ ଜୀବିତ ମହିଳାଙ୍କ ସହ ନୁହେଁ ବରଂ ମୃତ ଶରୀର ସହ ବି ଶାରୀରିକ ସମ୍ପର୍କ ସ୍ଥାପନ କରନ୍ତି ଏହି ବାବା! ଜାଣନ୍ତୁ ଏହା ପଛର କାରଣ

ଅଲ ଇଣ୍ଡିଆ ବ୍ୟାଙ୍କ ଅଧିକାରୀଙ୍କ ସାଧାରଣ ସମ୍ପାଦକ ଏସ ନାଗରାଜନ୍ କହିଛନ୍ତି ଯେ, Negotiable Instruments Actର  ଧାରା ୨୫ ଅନୁଯାୟୀ ସରକାର ସମସ୍ତ ଶନିବାରକୁ ଛୁଟିଦିନ ଘୋଷଣା କରିବାକୁ ପଡ଼ିବ । ରିପୋର୍ଟ ଅନୁଯାୟୀ, କର୍ମଚାରୀମାନେ ପ୍ରତିଦିନ ସକାଳ ୯.୪୫ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ୪୦ ମିନିଟ୍ ଅଧିକ କାମ କରିବାକୁ ପଡ଼ିବ । ଜଣେ ବରିଷ୍ଠ ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ ଏହି ପ୍ରସ୍ତାବ (Five Day Working in Banks) କୁ ଆଇବିଏ ସହମତ କରାଯାଇଛି । ବ୍ୟାଙ୍କ କର୍ମଚାରୀ କହିଛନ୍ତି ଯେ ଅଧିକାଂଶ ଗ୍ରାହକ ମୋବାଇଲ୍ ବ୍ୟାଙ୍କିଙ୍ଗ୍, ଏଟିଏମ୍ ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସୁବିଧା ବ୍ୟବହାର କରୁଛନ୍ତି । କିନ୍ତୁ ତଥାପି କିଛି ଗ୍ରାହକଙ୍କ ସହିତ ସେମାନେ ଶାଖା ଭିଜିଟ୍ କରିବାକୁ ପସନ୍ଦ କରନ୍ତି ।