Bank Holiday: ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର; ଜାଣନ୍ତୁ କେବେ ହେବ ଘୋଷଣା
Advertisement
Article Detail0/zeeodisha/odisha1791195

Bank Holiday: ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର; ଜାଣନ୍ତୁ କେବେ ହେବ ଘୋଷଣା

Bank Holiday News: ଏଣିକି ବ୍ୟାଙ୍କ କର୍ମଚାରୀଙ୍କୁ ମିଳିବ ସପ୍ତାହରେ ୨ ଦିନ ଛୁଟି। ଖୁବଶୀଘ୍ର ଲାଗୁ ହେବ ଏହି ନିୟମ।

 

Bank Holiday: ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର; ଜାଣନ୍ତୁ କେବେ ହେବ ଘୋଷଣା

Good News for Bank Employees: ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଅଛି। ବ୍ୟାଙ୍କ ପକ୍ଷରୁ ଏହାର କର୍ମଚାରୀଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ସାପ୍ତାହିକ ଛୁଟିରେ ହୋଇପାରେ ଏକ ବଡ଼ ପରିବର୍ତ୍ତନ। ଏଣିକି ଭାରତୀୟ ବ୍ୟାଙ୍କ ସପ୍ତାହରେ ମାତ୍ର ୫ ଦିନ ଖୋଲା ରହିବ ଏବଂ କର୍ମଚାରୀଙ୍କୁ ୨ ଦିନର ଛୁଟି ମିଳିବ। ଏହା ଉପରେ ବର୍ତ୍ତମାନ ବିଚାର ଚାଲିଛି। ଯଦି ସବୁକିଛି ଠିକ ରହେ ତାହେଲେ ଜୁଲାଇ ୨୮ ତାରିଖରେ ଏହା ଉପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇ ପାରେ। ବର୍ତ୍ତମାନ ରବିବାର ବ୍ୟତୀତ ପ୍ରତ୍ୟେକ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ବ୍ୟାଙ୍କ ଛୁଟି ଦିବସ ଭାବରେ ଜଣାଶୁଣା ରହିଛି।ଯ

ଏକ ରିପୋର୍ଟ ଅନୁଯାୟୀ, ଇଣ୍ଡିଆନ୍ ବ୍ୟାଙ୍କିଙ୍ଗ୍ ଆସୋସିଏସନ୍ (Indian Banking Association) ଆଇବିଏ (IBA) ଆସନ୍ତା ସପ୍ତାହରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ (United Forum of Bank Unions) ୟୁଏଫବିୟୁ (UFBU) ସହିତ ଏକ ବୈଠକ କରିବା। ଆଇବିଏ-ୟୁଏଫବିୟୁ ମଧ୍ୟରେ ହେବାକୁ ଯାଉଥିବା ବୈଠକରେ (IBA UFUB Meeting) ଏ ସମ୍ପର୍କିତ ନିଷ୍ପତ୍ତି ନିଆ ଯାଇପାରେ। ଗତ ୧୯ ତାରିଖରେ ୟୁଏଫବିୟୁ ପକ୍ଷରୁ କୁହାଯାଇଥିଲା ଯେ ସେମାନେ ପୂର୍ବ ଆଲୋଚନାରେ ୫ ଦିନିଆ ବ୍ୟାଙ୍କିଂ କାର୍ଯ୍ୟ ଦିବସ (5 Day Working Bank) ପ୍ରସଙ୍ଗ ଉଠାଇଥିଲେ।

ବଢିବ ବ୍ୟାଙ୍କିଂ କାର୍ଯ୍ୟ ସମୟ
ଯଦି ସପ୍ତାହରେ ୫ ଦିନିଆ ବ୍ୟାଙ୍କିଂ କାର୍ଯ୍ୟ ଦିବସ ପ୍ରସ୍ତାବ କାର୍ଯ୍ୟକାରୀ ହୁଏ, ତାହେଲେ ସମସ୍ତ କର୍ମଚାରୀଙ୍କୁ ଦୈନିକ କାର୍ଯ୍ୟ ସମୟକୁ ୪୦ ମିନିଟ୍ ବୃଦ୍ଧି କରିବାକୁ ହେବ। ଆସନ୍ତା ୨୮ ତାରିଖରେ ହେବାକୁ ଯାଉଥିବା ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି। ଏହା ସହିତ ଅର୍ଥ ମନ୍ତ୍ରଣାଳୟ (Ministry of Finance India) ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ (Reserve Bank of India) ଅନୁମୋଦନ ମଧ୍ୟ ନେବାର ଆବଶ୍ୟକତା ରହିଛି।

ଏସଲଆଇସି ଶାଖାରେ କେବଳ ୫ ଦିନିଆ କାର୍ଯ୍ୟଦିବସ
ନିକଟରେ ଦେଶର ବୃହତ୍ତମ ବୀମା କମ୍ପାନୀ (Largest Insurance Company in India) ଭାରତୀୟ ଜୀବନ ବୀମା ନିଗମ (Life Insurance Corporation Of India) ଏଲଆଇସି ( LIC) ପକ୍ଷରୁ ଏକ ବଡ ଘୋଷଣା କରାଯାଇଥିଲା।। ଯେଉଁଥିରେ ଏଲଆଇସି ପକ୍ଷରୁ କୁହାଯାଇଥିଲା ଯେ ଏହାର କାର୍ଯ୍ୟାଳୟ ବର୍ତ୍ତମାନ ସପ୍ତାହରେ ମାତ୍ର ୫ ଦିନ (5 Day Working in LIC Office) ଖୋଲିବ। ଗତ ମେ ମାସରେ ସପ୍ତାହରେ ୫ ଦିନିଆ କାର୍ଯ୍ୟ ଦିବସ ନିୟମ କାର୍ଯ୍ୟକାରୀ କରିଥିଲା ଏଲଆଇସି। ସରକାରଙ୍କ ପକ୍ଷରୁ ଏଲଆଇସି କାର୍ଯ୍ୟାଳୟରେ ୫ ଦିନିଆ କାର୍ଯ୍ୟ ଦିବସ ନିୟମ ଲାଗୁ ହେବା ପରେ ଦେଶର ବ୍ୟାଙ୍କି କ୍ଷେତ୍ରରେ (Banking Sector in India) ଏହାର ଆବଶ୍ୟକତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।