Bengaluru Crime News: ଯୁବତୀଙ୍କୁ ଦୁର୍ବ୍ୟବହାର କଲେ ବାଇକ ଟ୍ୟାକ୍ସି ଡ୍ରାଇଭର,ସାମ୍ନାକୁ ଆସିଲା ଚକିତ କରିବା ଭଳି ଭିଡିଓ
Advertisement
Article Detail0/zeeodisha/odisha1671130

Bengaluru Crime News: ଯୁବତୀଙ୍କୁ ଦୁର୍ବ୍ୟବହାର କଲେ ବାଇକ ଟ୍ୟାକ୍ସି ଡ୍ରାଇଭର,ସାମ୍ନାକୁ ଆସିଲା ଚକିତ କରିବା ଭଳି ଭିଡିଓ

Bengaluru News: ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିବା ପରେ ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ, ବାଇକ ପଛରେ ବସିଥିବା ଜଣେ ଯୁବତୀ ଚଳନ୍ତା ଗାଡ଼ିରୁ ଡେଇଁ ପଡୁଥିବାର ନଜର ଆସୁଛନ୍ତି। 

Bengaluru Crime News: ଯୁବତୀଙ୍କୁ ଦୁର୍ବ୍ୟବହାର କଲେ ବାଇକ ଟ୍ୟାକ୍ସି ଡ୍ରାଇଭର,ସାମ୍ନାକୁ ଆସିଲା ଚକିତ କରିବା ଭଳି ଭିଡିଓ

Bengaluru Viral Video: ସଦ୍ୟ କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁ ସହରରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ରାପିଡୋ ସର୍ଭିସ ପାଖରୁ ଏକ ବାଇକ୍ ଚ୍ୟାକ୍ସି ବୁକ୍ କରିବା ଜଣେ ଯୁବତୀଙ୍କୁ ବହୁତ ମହଙ୍ଗା ପଡ଼ିଯାଇଛି। ରାପିଡୋ ବାଇକ୍ ଚ୍ୟାକ୍ସି ଚାଳକଙ୍କ ଖରାପ କାର୍ଯ୍ୟ ପାଇଁ ଚଳନ୍ତା ଗାଡ଼ିରୁ ଡେଇଁପଡିଛନ୍ତି ସେହି ଯୁବତୀ। ଏହି ଘଟଣା ଗତ ୨୧ ତାରିଖ ବିଳମ୍ବିତ ରାତ୍ରିରେ ବେଙ୍ଗାଲୁରୁ ସହରର ୟେଲାହଙ୍କା ନ୍ୟୁ ଟାଉନ୍ ଅଞ୍ଚଳରେ ଘଟିଥିଲା। ଏହି ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ପୋଲିସ ଅଭିଯୁକ୍ତ ବାଇକ୍ ଚ୍ୟାକ୍ସି ଚାଳକକୁ ଗିରଫ କରିଥିଲା।

ବେଙ୍ଗାଲୁରୁ ପୋଲିସ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତର ପରିଚୟ ମିଳିଛି। ଗିରଫ ହୋଇଥିବା ଚାଳକ ହେଉଛି ୨୭ ବର୍ଷୀୟ ଦୀପକ ରାଓ। ଯିଏ ଆନ୍ଧ୍ର ପ୍ରଦେଶ ଥିଣ୍ଡଲୁ ଅଞ୍ଚଳର ବାସିନ୍ଦା। ଏନେଇ ପୋଲିସ ପକ୍ଷରୁ କୁହାଯାଇଛି ଯେ ରାତି ପ୍ରାୟ ୧୧.୦୦ ସମୟରେ ଜଣେ ଯୁବତୀ ରାପିଡୋ ବାଇକ୍ ଟ୍ୟାକ୍ସି ବୁକ୍ କରିଥିଲା। ଯୁବତୀ ଜଣଙ୍କ ଇନ୍ଦିରା ନଗର ଠାରେ ରହୁଥିବା ଜଣେ ବନ୍ଧୁଙ୍କ ପାଖକୁ ଯିବା ପାଇଁ ବାହାରିଥିଲେ। ହେଲେ ଓଟିପି ନେବା ବାହାନାରେ ଅଭିଯୁକ୍ତ ଚାଳକ ଯୁବତୀଙ୍କ ଫୋନ ନେଇଯାଇ ଚଳନ୍ତା ଗାଡ଼ିରେ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଇନ୍ଦିରା ନଗର ବଦଳରେ ଅଭିଯୁକ୍ତ ଚାଳକ ଡୋଡ୍ଡାବଲାପୁର ରାସ୍ତାରେ ଯିବା ଆରମ୍ଭ କରିଥିଲେ। ଯୁବତୀଙ୍କ ଆପତ୍ତି ପରେ ଅଭିଯୁକ୍ତ ଜଣଙ୍କ ନିଜେ ଚଳାଉଥିବା ଗାଡ଼ିର ବେଗ ବଢାଇ ଦେଇଥିଲେ।

ଯେତେବେଳେ ଯୁବତୀ ଜଣଙ୍କ କୌଣସି ଉପାୟ ଖୋଜି ପାଇଲେ ନାହିଁ, ସେତେବେଳେ ସେ ୟେଲହାଙ୍କା ନିକଟସ୍ଥ ନଗେନହଲ୍ଲୀ ବିଏମ୍ଏସ୍ କଲେଜ ନିକଟରେ ଚଳନ୍ତା ଗାଡ଼ିରୁ ଡେଇଁପଡିଥିଲେ। କଲେଜ ଫାଟକରେ ଉପସ୍ଥିତ ରହିଥିବା ସୁରକ୍ଷାକର୍ମୀ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ଏହା ଦେଖି ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିବା ପରେ ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ, ବାଇକ ପଛରେ ବସିଥିବା ଜଣେ ଯୁବତୀ ଚଳନ୍ତା ଗାଡ଼ିରୁ ଡେଇଁ ପଡୁଥିବାର ନଜର ଆସୁଛନ୍ତି। ସେ ସଙ୍ଗେ ସଙ୍ଗେ ରାସ୍ତାର ଅପର ପାର୍ଶ୍ୱ ଆଡ଼ିକୁ ଦୌଡିବାରେ ଲାଗିଛନ୍ତି। ଏହାକୁ ଦେଖିବା ପରେ ବାଇକ୍ ଆରୋହୀ କିଛି ସମୟ ପାଇଁ ଅଟକିଯିବା ସହ ଘଟଣାସ୍ଥଳରୁ ଫେରାର ହୋଇଯାଉଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀ ସେହି ଯୁବତୀଙ୍କ ସାହସ ଏବଂ ଉପସ୍ଥିତ ବୁଦ୍ଧିକୁ ପ୍ରଶଂସା କରୁଛନ୍ତି।

ଗାଡ଼ିରୁ ଡେଇଁ ପଡ଼ିବା ପରେ ଯୁବତୀଙ୍କ ହାତ ଗୋଡରେ ଆଘାତ ଲାଗିଛି। ହେଲମେଟ ପିନ୍ଧିବା ହେତୁ ସେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଏବଂ ତାଙ୍କ ମୁଣ୍ଡ ଆଉ ମୁହଁରେ କୌଣସି ବଡ଼ ଆଘାତ ଲାଗିନାହିଁ। ଏହା ପରେ ପୀଡିତା ସେଠାରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କ ଠାରୁ ମୋବାଇଲ ନେଇ ଘଟଣା ସମ୍ପର୍କରେ ତାଙ୍କ ପରିବାର ଏବଂ ବନ୍ଧୁଙ୍କୁ ଜଣାଇଥିଲେ। ପରେ ଏହି ଘଟଣା ସମ୍ପର୍କରେ ଥାନାକୁ ଖବର ଦିଆଯାଇଥିଲା। ଖବର ପାଇବା ପରେ ପୋଲିସ ଘଟଣାର ସିସିଟିଭି ଫୁଟେଜ ହାସଲ କରିବା ପରେ ଅଭିଯୁକ୍ତକୁ ଗିରଫ କରି ନ୍ୟାୟିକ ହେପାଜତକୁ ପଠାଇ ଦେଇଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଘଟଣାରେ ଅଭିଯୁକ୍ତ ଜଣଙ୍କ ମଦ୍ୟପାନ କରିଥିଲା।