Smallest Bag of World: ଏତେ ଲକ୍ଷରେ ବିକ୍ରି ହେଲା ଲୁଣ ଦାନା ଠାରୁ ଛୋଟ ବ୍ୟାଗ, ଦେଖିବା ପାଇଁ ଆବଶ୍ୟକ ମାଇକ୍ରୋସ୍କୋପ୍
Advertisement
Article Detail0/zeeodisha/odisha1759945

Smallest Bag of World: ଏତେ ଲକ୍ଷରେ ବିକ୍ରି ହେଲା ଲୁଣ ଦାନା ଠାରୁ ଛୋଟ ବ୍ୟାଗ, ଦେଖିବା ପାଇଁ ଆବଶ୍ୟକ ମାଇକ୍ରୋସ୍କୋପ୍

Louis Vuitton Bag: ନିକଟରେ ଏକ ବ୍ୟାଗ ବିକ୍ରି ହୋଇଛି। ଯାହାର ମୂଲ୍ୟ ଏବଂ ଆକାର ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

Smallest Bag of World: ଏତେ ଲକ୍ଷରେ ବିକ୍ରି ହେଲା ଲୁଣ ଦାନା ଠାରୁ ଛୋଟ ବ୍ୟାଗ, ଦେଖିବା ପାଇଁ ଆବଶ୍ୟକ ମାଇକ୍ରୋସ୍କୋପ୍

Louis Vuitton Bag Price: ସପିଂ କରିବାକୁ ଯେ କେହି ପସନ୍ଦ କରିଥାନ୍ତି। ବଜାରକୁ ଯାଇ ବିଭିନ୍ନ ପ୍ରକାରର ପୋଷାକ, ଆସେସୋରିଜ୍, ଅଳଙ୍କାର, ଜୋତା କିମ୍ବା ପର୍ସ କିଣିଥାନ୍ତି ଅନେକ ଲୋକ। ହେଲେ ଏବେ ଅନଲାଇନ୍ ନିଲାମରେ ଏକ ବ୍ୟାଗ ୫୧.୬ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି। ଯାହା ଦେଖିବାକୁ ଆକାରରେ ଲୁଣ ଦାନା ଠାରୁ ଛୋଟ। ଏହି ଖବର ଆମେରିକୀୟ ଗଣମାଧ୍ୟମ ସିଏନଏନ ପକ୍ଷରୁ ମିଳିଛି। କିଛି ସମୟ ପାଇଁ ଏହି ଛୋଟ ବ୍ୟାଗ ଫଟୋ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ବ୍ୟାଗ୍ ଏତେ ଛୋଟ ଯେ ଏହାକୁ ଦେଖିବା ପାଇଁ ଏକ ମାଇକ୍ରୋସ୍କୋପ୍ ମଧ୍ୟ ଆବଶ୍ୟକ। ଏହି ବ୍ୟାଗ ଫଟୋ ଲୋକ କହିଛନ୍ତି ଯେ ଏହି ବ୍ୟାଗ କେଉଁ କାମ ପାଇଁ ବ୍ୟବହାର କରାଯିବ।

ଲୁଣ ଦାନା ଠାରୁ ଆକାରରେ ଛୋଟ ବ୍ୟାଗ
ଆମେରିକୀୟ ଗଣମାଧ୍ୟମ ସିଏନଏନ ଅନୁଯାୟୀ ନିକଟରେ ହୋଇଥିବା ଏକ ଅନଲାଇନ୍ ନିଲାମରେ ଗୋଟିଏ ବ୍ୟାଗ ୬୩ ହଜାର ଡଲାର ମୂଲ୍ୟରେ ବିକ୍ରି ହୋଇଛି। ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ହେଉଛି ୫୧. ୬ ଲକ୍ଷ ଟଙ୍କା। ଏହି ବ୍ୟାଗ ଦେଖିବାକୁ ଆକାରରେ ଲୁଣ ଦାନ ଠାରୁ ଛୋଟ। ଏହା ସହିତ ଡିଜିଟାଲ୍ ଡିସପ୍ଲେ ସହିତ ଏକ ମାଇକ୍ରୋସ୍କୋପ୍ ମଧ୍ୟ ବିକ୍ରି ହୋଇଛି। ଯାହାଫଳରେ କ୍ରେତା ଏହାକୁ ଦେଖିପାରିବେ। ଏହା ଫ୍ଲୋରୋସେଣ୍ଟ୍ ଫିକା-ସବୁଜ ରଙ୍ଗର। ଏହାର ଆକାର ୬୫୭× ୨୨୨× ୭୦୦ ମାଇକ୍ରୋମିଟର। 

ଏହି ବ୍ୟାଗ ଏତେ ଛୋଟ ଯେ ଏହା ଏକ ଛୁଞ୍ଚିର ଗର୍ତ୍ତରେ ରହିପାରିବ। ଜୁନ୍ ମାସ ଆରମ୍ଭରେ ଯେତେବେଳେ ଏହି ବ୍ୟାଗ୍ ଫଟୋ MSCHF ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ପୋଷ୍ଟ କରାଯାଇଥିଲା, ସେତେବେଳେ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା। "ଲୁଇସ୍ ଭ୍ୟୁଟନ୍" ନାମକ ଏକ କମ୍ପାନୀ (Louis Vuitton Company) ଏହି ବ୍ୟାଗ ତିଆରି କରିଛି। ଯେଉଁଥିରେ କମ୍ପାନୀ ଲୋଗୋ ଏଲଭି (Louis Vuitton Company Logo LV) ମଧ୍ୟ ରହିଛି। 

ଏହି ବ୍ୟାଗ ଅନଲାଇନ୍ ଅକସନ୍ ନିଲାମୀ ହାଉସ୍ ଜୁପିଟର ପକ୍ଷରୁ କରାଯାଇଥିଲା। ଯାହା ଆମେରିକୀୟ ସଂଗୀତକାର ଫାରେଲ୍ ୱିଲିୟମ୍ସ ଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ଫାରେଲ୍ ୱିଲିୟମ୍ସ ବର୍ତ୍ତମାନ ଲୁଇସ୍ ଭ୍ୟୁଟନ୍ ପୁରୁଷ ପୋଷାକ ସୃଜନଶୀଳ ନିର୍ଦ୍ଦେଶକ ଅଛନ୍ତି। 

ଏପରି ମନ୍ତବ୍ୟ ଦେଲେ ଲୋକେ
ଏହି ବ୍ୟାଗ୍ ଫଟୋ ସାମ୍ନାକୁ ଆସିବା ପରେ ଲୋକେ ଏହା ଉପରେ ମଜାଳିଆ ମନ୍ତବ୍ୟ ଦେଇଛନ୍ତି। ଏନେଇ ଜଣେ ବ୍ୟକ୍ତି କହିଛନ୍ତି ଯେ ଏହି ବ୍ୟାଗ୍ କେଉଁ କାମରେ ବ୍ୟବହାର କରାଯିବ? ଅନ୍ୟ ଜଣେ ଲୋକ କହିଛନ୍ତି ଯେ ଏପରି ବ୍ୟାଗ ପ୍ରସ୍ତୁତ କରିବା ବେଳେ କେତେ ସତର୍କତା  ଅବଲମ୍ବନ କରାଯାଇଥିବ। ଆଉ ଜଣେ ଲୋକ କହିଛନ୍ତି ଏହି ହ୍ୟାଣ୍ଡ ବ୍ୟାଗ୍ ଆକାରରେ ପିମ୍ପୁଡ଼ି ଠାରୁ ଛୋଟ। 

ଆପଣଙ୍କୁ କହିରଖୁଛୁ ଯେ "ଲୁଇସ୍ ଭ୍ୟୁଟନ୍" ନାମକ କମ୍ପାନୀ ଦ୍ୱାରା ପ୍ରସ୍ତୁତ ବ୍ୟାଗ (Louis Vuitton Bag Price) ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି ହୋଇଥାଏ। ଏହା ଏକ ଆନ୍ତର୍ଜାତୀୟ ବିଳାସପୂର୍ଣ୍ଣ ବ୍ରାଣ୍ଡ (International Luxury Brand)। ପ୍ରସିଦ୍ଧ ସେଲିବ୍ରିଟି ଏବଂ ଧନୀକ ଶ୍ରେଣୀର ଲୋକ କେବଳ ଏହି କମ୍ପାନୀ ଦ୍ୱାରା ପ୍ରସ୍ତୁତ ବ୍ୟାଗ୍ (Louis Vuitton Bag) ବ୍ୟବହାର କରିବାକୁ ପସନ୍ଦ କରିଥାନ୍ତି। ବ୍ୟାଗ୍ ତିଆରି କ୍ଷେତ୍ରରେ ଏହି କମ୍ପାନୀ ଏହାର ପ୍ରତିଯୋଗୀଙ୍କ ଠାରୁ ଆଗରେ ରହିଛି।