BSNLର ଆସିବ ଭଲ ଦିନ, ଖୁବ୍ ଶୀଘ୍ର ଆରମ୍ଭ ହେବ 5G ସେବା; ଜାଣନ୍ତୁ ସମୟ
Advertisement

BSNLର ଆସିବ ଭଲ ଦିନ, ଖୁବ୍ ଶୀଘ୍ର ଆରମ୍ଭ ହେବ 5G ସେବା; ଜାଣନ୍ତୁ ସମୟ

BSNL 5G Service: କେନ୍ଦ୍ର ସରକାର ଖୁବ୍ ଶୀଘ୍ର ୨୫,୦୦୦ ମୋବାଇଲ୍ ଟାୱାର ଲଗାଇବାକୁ ପ୍ରସ୍ତୁତ କରୁଛନ୍ତି । ଏନେଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଏହା ବ୍ୟତୀତ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ନୂତନ ଟାୱାର ସ୍ଥାପନ ପାଇଁ ସରକାର ୩୬,୦୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ବିଗତ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା 5G ସେବା ଆରମ୍ଭ କରାଯାଇଥିଲା ।

BSNLର ଆସିବ ଭଲ ଦିନ, ଖୁବ୍ ଶୀଘ୍ର ଆରମ୍ଭ ହେବ 5G ସେବା; ଜାଣନ୍ତୁ ସମୟ

BSNL 5G Service: ଯଦି ଆପଣ ମଧ୍ୟ BSNL ର ଉପଭୋକ୍ତା, ତେବେ ଏହି ଖବର ଆପଣଙ୍କ ଦିଲକୁ ଖୁସ୍ କରିଦେବ । | କୋଟି କୋଟି ଗ୍ରାହକଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଭାରତ ସରକାର (Central Government) ଯଥାଶୀଘ୍ର ୨୫,୦୦୦ ମୋବାଇଲ୍ ଟାୱାର ସ୍ଥାପନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଦୂର ସଞ୍ଚାର ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (Ashwini Vaishnaw) ଏହା କହିଛନ୍ତି । ଏଥିସହ ଅଶ୍ୱିନୀ ବୈଷ୍ଣବ (Ashwini Vaishnaw) କହିଛନ୍ତି ଯେ, ନୂତନ ଟାୱାର ସ୍ଥାପନ ପାଇଁ ସରକାର ୩୬,୦୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ, ବିଗତ ଦିନ ପିଏମ ନରେନ୍ଦ୍ର ମୋଦି (PM Narendra Modi) ଙ୍କ ଦ୍ୱାରା 5G ସେବା (5G Service) ଆରମ୍ଭ କରାଯାଇଥିଲା ।

କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (Ashwini Vaishnaw) ରାଜ୍ୟର ଆଇଟି ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ସମସ୍ତ ରାଜ୍ୟର ଆଇଟି ମନ୍ତ୍ରୀମାନେ କନେକ୍ଟିଭିଟିକୁ ଚ୍ୟାଲେଞ୍ଜ ବୋଲି କହି ଉଦ୍ବେଗ ପ୍ରକାଶ କରିଛନ୍ତି । ଏହା ଉପରେ ଅଶ୍ୱିନୀ ବୈଷ୍ଣବ (Ashwini Vaishnaw)  କହିଛନ୍ତି ଯେ, ଯେଉଁଠି କନେକ୍ଟିଭିଟିର ପ୍ରଶ୍ନ ଉଠୁଛି, ରାଜ୍ୟଗୁଡ଼ିକରେ କନେକ୍ଟିଭିଟିକୁ ସୁଦୃଢ଼ କରିବା ପାଇଁ ରାଜ୍ୟମାନଙ୍କୁ ଭାର ଉଠାଇବାକୁ ପଡ଼ିବ ।

କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (Ashwini Vaishnaw) ପ୍ରଧାନମନ୍ତ୍ରୀ ଗତି ଶକ୍ତି ମାଷ୍ଟର ପ୍ଲାନରେ ଯୋଗ ଦେଇଥିବାରୁ ସମସ୍ତ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ଅଶ୍ୱିନୀ ବୈଷ୍ଣବ (Ashwini Vaishnaw) କହିଛନ୍ତି ଯେ, ଏକାଠି କାମ କରିବା ଭଲ ଫଳାଫଳ ଦେଉଛି । ଭାରତ ସଞ୍ଚାର ନିଗମ ଲିମିଟେଡ ବା ବିଏସଏନଏଲ (BSNL) ର ପୁନଃ ଛିଡ଼ା ହେବା ଦ୍ୱାରା କନେକ୍ଟିଭିଟି ସମସ୍ୟା ବହୁ ପରିମାଣରେ ସମାଧାନ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ।  ଅଶ୍ୱିନୀ ବୈଷ୍ଣବ (Ashwini Vaishnaw) କହିଛନ୍ତି ଯେ, ବିଏସଏନଏଲକୁ ପୁନଃ ଛିଡ଼ା କରିବା ପାଇଁ ଆମ ପାଖରେ ୧.୬୪ ଲକ୍ଷ କୋଟି ଟଙ୍କା ଅଛି ଯାହା ସେମାନଙ୍କର ପୁଞ୍ଜି ବିନିଯୋଗ ଆବଶ୍ୟକତା ଓ ଟେକ୍ନୋଲୋଜି ଉନ୍ନୟନ ପାଇଁ ଯଥେଷ୍ଟ ।

ଅଧିକ ପଢ଼ନ୍ତୁ-BSNL ବଢ଼ାଇଲା ଜିଓ ଓ ଏୟାରଟେଲର ଟେନସନ୍! ୮୭ ଟଙ୍କାରେ ଅସୀମିତ କଲିଂ ଓ ଦୈନିକ ୧ ଜିବି ଡାଟା

ଅଧିକ ପଢ଼ନ୍ତୁ-ଏହି ଦିନଠୁ ଆରମ୍ଭ ହେବ ଶଶ ମହାପୁରୁଷ ରାଜ ଯୋଗ; ଏହି ୩ ରାଶି ଉପରେ ବର୍ଷିବ ଟଙ୍କା, ଖୋଲିଯିବ ଭାଗ୍ୟ!

ଅଧିକ ପଢ଼ନ୍ତୁ-୧୭ ବର୍ଷ ପରେ ଭାରତୀୟ ଦଳ ଯିବ ପାକିସ୍ତାନ!

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ କେନ୍ଦ୍ର ମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବ (Ashwini Vaishnaw) ଘୋଷଣା କରିଥିଲେ ଯେ, ଆଗାମୀ ଦିନରେ ଦେଶର ୨୦୦ରୁ ଅଧିକ ସହରରେ 5G ସେବା (5G Service) ଆରମ୍ଭ ହେବ । ଇଣ୍ଡିଆ ମୋବାଇଲ୍ କଂଗ୍ରେସ ପରେ ସେ ଏହି ଘୋଷଣା କରିଛନ୍ତି । ଅଶ୍ୱିନୀ ବୈଷ୍ଣବଙ୍କ ବୟାନ ପରେ ଆସନ୍ତା ଅଗଷ୍ଟ ସୁଦ୍ଧା ଦେଶର ୨୦୦ରୁ ଅଧିକ ସହରରେ BSNL ର 5G ସେବା (BSNL 5G Service) ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।