'ସବୁଠାରୁ ଅଧିକ କଣ୍ଡୋମ ଆମେ ବ୍ୟବହାର କରୁଛୁ', ଜାଣନ୍ତୁ କାହିଁକି ଏମିତି କହିଲେ ଅସଦୁଦ୍ଦିନ ଓୱେସୀ
Advertisement
Article Detail0/zeeodisha/odisha1386529

'ସବୁଠାରୁ ଅଧିକ କଣ୍ଡୋମ ଆମେ ବ୍ୟବହାର କରୁଛୁ', ଜାଣନ୍ତୁ କାହିଁକି ଏମିତି କହିଲେ ଅସଦୁଦ୍ଦିନ ଓୱେସୀ

Asaduddin Owaisi: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପ୍ରମୁଖ ମୋହନ ଭାଗବତ  (Mohan Bhagwat) ଙ୍କ ଜନସଂଖ୍ୟା ନିୟନ୍ତ୍ରଣ ଓ ଧର୍ମ ଆଧାରିତ ଜନସଂଖ୍ୟା ସନ୍ତୁଳନ ବୟାନ ଉପରେ ଏଆଇଏମ୍ଆଇଏମ୍ ମୁଖ୍ୟ (AIMIM Chief) ଅସଦୁଦ୍ଦିନ ଓୱେସୀ (Asaduddin Owaisi) କଡ଼ା ଆପତ୍ତି ବ୍ୟକ୍ତ କରିଛନ୍ତି । ଓୱେସୀ କହିଛନ୍ତି ଯେ, ମୁସଲମାନମାନେ ହିଁ ଅଧିକ କଣ୍ଡୋମ ବ୍ୟବହାର କରନ୍ତି...

'ସବୁଠାରୁ ଅଧିକ କଣ୍ଡୋମ ଆମେ ବ୍ୟବହାର କରୁଛୁ', ଜାଣନ୍ତୁ କାହିଁକି ଏମିତି କହିଲେ ଅସଦୁଦ୍ଦିନ ଓୱେସୀ

ନୂଆଦିଲ୍ଲୀ: Asaduddin Owaisi: ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଓ ଧାର୍ମିକ ଅସନ୍ତୁଳନକୁ ନେଇ ରାଷ୍ଟ୍ରୀୟ ସ୍ୱୟୟ ସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତ (Mohan Bhagwat) ଙ୍କ ବୟାନ ଉପରେ ଏଆଇଏମ୍ଆଇଏମ୍ ମୁଖ୍ୟ (AIMIM Chief) ଅସଦୁଦ୍ଦିନ ଓୱେସୀ (Asaduddin Owaisi) ପାଲଟା ଆକ୍ରମଣ କରିଛନ୍ତି । ଓୱେସୀ କହିଛନ୍ତି ଯେ, ଭାଗବତ ଦେଶର ମୁସଲମାନ ଜନସଂଖ୍ୟା ବିଷୟରେ ଚିନ୍ତା କରିବା ବନ୍ଦ କରିଦିଅନ୍ତୁ । ଭାଗବତ ଜୀ ଭୟଭୀତ ହୁଅନ୍ତୁ ନାହିଁ, ମୁସଲମାନ ଜନସଂଖ୍ୟା ଆଦୌ ବୃଦ୍ଧି ପାଉନାହାଁନ୍ତି, ବରଂ ହ୍ରାସ ପାଉଛି । କାରଣ ଅଧିକାଂଶ କଣ୍ଡୋମ ମୁସଲମାନମାନଙ୍କ ଦ୍ୱାରା ବ୍ୟବହୃତ ହେଉଛି । ଦୁଇ ପିଲାଙ୍କ ମଧ୍ୟରେ ଯେଉଁ ସମୟ ଅନ୍ତରାଳ ରହିଥାଏ, ଯାହାକୁ ସ୍ପେସିଂ କୁହାଯାଏ, ମୁସଲମାନମାନଙ୍କ ମଧ୍ୟରେ ହିଁ ସର୍ବାଧିକ ରହିଛି । ୱବେସୀ ଡାଟାକୁ ଦର୍ଶାଇ କହିଛନ୍ତି ଯେ, ମୁସଲମାନମାନଙ୍କର ମୋଟ ପ୍ରଜନନ ହାର ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି ।

ଆପଣଙ୍କୁ କହି ରଖୁଛୁ ଯେ, ଓୱେସୀ ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କ ସେହି ବୟାନକୁ ଉଲ୍ଲେଖ କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ, ଜନସଂଖ୍ୟା ଅସନ୍ତୁଳନରୁ ଭୌଗୋଳିକ ସୀମାରେ ପରିବର୍ତ୍ତନ ଆସିଥାଏ । ଭାଗବତ କହିଥିଲେ ଯେ, ଜନସଂଖ୍ୟା ନିୟନ୍ତ୍ରଣ ଓ ଧର୍ମ ଆଧାରିତ ଜନସଂଖ୍ୟା ସନ୍ତୁଳନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯାହାକୁ ବର୍ତ୍ତମାନ ଅଣଦେଖା କରାଯାଇପାରିବ ନାହିଁ । ବୁଧବାର ନାଗପୁରରେ ଅନୁଷ୍ଠିତ ପାରମ୍ପାରିକ ବିଜୟ ଦଶମୀ ଉତ୍ସବରେ ଆରଏସଏସ ସ୍ୱୟଂ ସେବକମାନଙ୍କୁ ସମ୍ବୋଧିତ କରିବାବେଳେ ଭାଗବତ ଏହା କହିଛନ୍ତି ।

ଅଧିକ ପଢ଼ନ୍ତୁ:-ପୁଣି ଆହତ ହେଲେ ଆଉ ଜଣେ ଖେଳାଳି, ବର୍ତ୍ତମାନ ଏହି କ୍ରିକେଟର ଟି-20 ବିଶ୍ୱକପରୁ ହେଲେ ବାହାର

ଅଧିକ ପଢ଼ନ୍ତୁ:-ଯଦି ଜଣେ ପୁରୁଷଙ୍କର ପାଖରେ ରହିଛି ଏହି ୫ଟି ଗୁଣ ତ ସ୍ତ୍ରୀ ରହିଥାଏ ସର୍ବଦା ସନ୍ତୁଷ୍ଟ, ଦୀର୍ଘ ସମୟ ପର୍ଯ୍ୟନ୍ତ ଛାଡ଼ନ୍ତି ନାହିଁ ସାଥ୍

ଅଧିକ ପଢ଼ନ୍ତୁ:-ଶେଷରେ ମୁହଁ ଖୋଲିଲେ ପୃଥ୍ୱୀ ଶୋ', ବାରମ୍ୱାର ଟିମ୍ ଇଣ୍ଡିଆରେ ଚୟନ ନ ହେବାକୁ ନେଇ କହିଲେ ଏପରି କିଛି

ଓୱେସୀ ଏଠାରେ ଅଟକି ନଥିଲେ । ସେ ଆଗକୁ କେନ୍ଦ୍ର ସରକାରଙ୍କ ଏକ ଆଫିଡେଭିଟ୍ କଥା ଉଲ୍ଲେଖ କରି କହିହିଛନ୍ତି ଯେ, ମୋଦି ସରକାର ନିଜେ କୋର୍ଟଙ୍କୁ କହିଛନ୍ତି ଯେ ଜନସଂଖ୍ୟା ନିୟନ୍ତ୍ରଣ ଏକ ବାଧ୍ୟତାମୂଳକ ହୋଇପାରିବ ନାହିଁ ଓ ସରକାର ଏହା ମଧ୍ୟ ଚାହାଁନ୍ତି ନାହିଁ । ଓୱେସୀ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣର ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଦେଶରେ ମୋଟ ପ୍ରଜନନ ହାର (TFR) ୨ ପ୍ରତିଶତରେ ପହଞ୍ଚିଛି ଓ ଏଥିରେ ମୁସଲମାନମାନଙ୍କ ପ୍ରଜନନ ହାର ମଧ୍ୟରେ ସର୍ବନିମ୍ନ ରହିଛି ।

ସୂଚନାଯୋଗ୍ୟ, ଭାଗବତ ଭାଷଣ ସମୟରେ ଜନସଂଖ୍ୟା ଅସନ୍ତୁଳନ ଉପରେ ଚର୍ଚ୍ଚା କରିଥିଲେ । ସେ କହିଥିଲେ ଯେ, ୭୫ ବର୍ଷ ପୂର୍ବେ ଆମେ ଏହା ଅନୁଭବ କରିଛୁ  ଓ ଏକବିଂଶ ଶତାବ୍ଦୀରେ ଯେଉଁ ୩ଟି ନୂଆ ସ୍ୱାଧୀନ ଦେଶର ଅସ୍ତିତ୍ୱ ବିଶ୍ୱରେ ହୋଇଛି, ପୂର୍ବ ତିମୋର, ଦକ୍ଷିଣ ସୁଦାନ ଏବଂ କୋସୋଭା, ଇଣ୍ଡୋନେସିଆ, ସୁଦାନ ଏବଂ ସର୍ବିଆର ଏକ ଭୂ-ଭାଗ ଜନସଂଖ୍ୟା ବିଗିଡ଼ିବାର ପରିଣାମ ।