ଏମିତି କ'ଣ ଘଟିଲା ଓୟୋ ରୁମରେ? ଚାଲିଗଲା ଅଙ୍ଗନବାଡି କର୍ମୀଙ୍କ ଜୀବନ
Advertisement

ଏମିତି କ'ଣ ଘଟିଲା ଓୟୋ ରୁମରେ? ଚାଲିଗଲା ଅଙ୍ଗନବାଡି କର୍ମୀଙ୍କ ଜୀବନ

Crime News; ଏକ ହୋଟେଲକୁ ପ୍ରେମିକଙ୍କ ସହ ଆସିଥିଲେ ଜଣେ ଯୁବତୀ କିନ୍ତୁ ହଠାତ୍ କେଉଁ କାରଣରୁ ମୃତ୍ୟୁ ହେଲା ତାହାକୁ ନେଇ ପରିବାର ଲୋକେ ଚିନ୍ତାରେ । ଯୁବତୀଙ୍କ ଘର ପୁରୀ ଚନ୍ଦନପୁର ଅଞ୍ଚଳରେ ହୋଇଥିବାବେଳେ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ଏମିତି କ'ଣ ଘଟିଲା ଓୟୋ ରୁମରେ? ଚାଲିଗଲା ଅଙ୍ଗନବାଡି କର୍ମୀଙ୍କ ଜୀବନ

ବ୍ରହ୍ମପୁର: ହଳଦିଆପଦା ଅଞ୍ଚଳରେ ଥିବା ଏକ ହୋଟେଲକୁ ପ୍ରେମିକଙ୍କ ସହ ଆସିଥିଲେ ଜଣେ ଯୁବତୀ କିନ୍ତୁ ହଠାତ୍ କେଉଁ କାରଣରୁ ମୃତ୍ୟୁ ହେଲା ତାହାକୁ ନେଇ ପରିବାର ଲୋକେ ଚିନ୍ତାରେ । ଯୁବତୀଙ୍କ ଘର ପୁରୀ ଚନ୍ଦନପୁର ଅଞ୍ଚଳରେ ହୋଇଥିବାବେଳେ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ସୂଚନା ମୁତାବକ ଯୁବତୀ ଜଣକ ଅଙ୍ଗନବାଡି କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ । ସୋସିଆଲ ମିଡିଆ ମାଧ୍ୟମରେ ସଙ୍କେତ ସେନାପତି ନାମକ ଜଣେ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ ହେବା ପରେ ପ୍ରଥମେ ବନ୍ଧୁତା ଓ ପରେ ତାହା ପ୍ରେମ ସମ୍ପର୍କ (Love Relationship) ରେ ବଦଳିଯାଇଥିଲା । ଯୁବତୀଙ୍କୁ ନେଇ ସନ୍ଧ୍ୟା ସମୟରେ ପ୍ରେମିକ ଏକ ଓୟୋ ହୋଟେଲ ଯାଇଥିଲେ । କିନ୍ତୁ ସେଠାରେ ଯୁବତୀ କୌଣସି କାରଣରୁ ଅସୁସ୍ଥ ହୋଇପଡିଲେ ଏବଂ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ବୋଲି ସଙ୍କେତ ପୋଲିସ ଆଗରେ କହିଛନ୍ତି । ପ୍ରାୟ ରାତି ୧୦ଟା ୩୦ ସମୟରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଯୁବତୀଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ପ୍ରେମିକାଙ୍କ ମୃତ୍ୟୁ ହେବା ପରେ ପ୍ରେମିକ ସଙ୍କେତ ତାଙ୍କ ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇଥିଲେ ।

ଯୁବତୀଙ୍କ ମୃତ୍ୟୁକୁ ନେଇ ପରିବାର ସଦସ୍ୟଙ୍କ ମନରେ ସନ୍ଦେହ ଜାତ ହେବାରୁ ସେମାନେ ଏ ସମ୍ପର୍କରେ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ କହୁଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ସଙ୍କେତଙ୍କୁ ଅଟକ ରଖି ପଚରାଉଚରା କରୁଛି । ବ୍ରହ୍ମପୁର ଏସପି ଘଟଣା ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯୁବତୀଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ । ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ତଦନ୍ତ ଆଗକୁ ବଢାଯିବ ।

ଅଭିଯୁକ୍ତ ସଙ୍କେତଙ୍କ ଘର ରାୟଗଡାରେ ହୋଇଥିବା ସମୟରେ ସେ ରାଜଧାନୀ ଭୁବନେଶ୍ୱରରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରନ୍ତି । ଅନ୍ୟପଟେ ଯୁବତୀ ଜଣକ ଏକ ଜନ୍ମଦିନ ପାର୍ଟି ଆଟେଣ୍ଡ କରିବା କଥା ଘରେ କହି ସଙ୍କେତଙ୍କୁ ଭେଟିବାକୁ ଆସିଥିଲେ ।

Also Read- Love Marriage: ନିଆରା ଏ ପ୍ରେମ କାହାଣୀ, ବିବାହ ବନ୍ଧନରେ ବାନ୍ଧିହେଲେ ଦୁଇ ଯୁବତୀ

Also Read- ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ରାଷ୍ଟ୍ରପତି