Amul Milk Price Hike: ଆଜିଠାରୁ ମହଙ୍ଗା ହେଲା ଅମୁଲ କ୍ଷୀର, ଜାଣନ୍ତୁ ଲିଟର ପିଛା କେତେ ଟଙ୍କା ହେଲା ବୃଦ୍ଧି ?
Advertisement

Amul Milk Price Hike: ଆଜିଠାରୁ ମହଙ୍ଗା ହେଲା ଅମୁଲ କ୍ଷୀର, ଜାଣନ୍ତୁ ଲିଟର ପିଛା କେତେ ଟଙ୍କା ହେଲା ବୃଦ୍ଧି ?

Amul Milk Prices Hike: ଗୁଜରାଟର କମ୍ପାନୀ ଅମୁଲ ପୁଣି ଥରେ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି। ବଜେଟ ଘୋଷଣାର ଗୋଟିଏ ଦିନ ପରେ ଅମୁଲ କମ୍ପାନୀ କ୍ଷୀର ଦର ବୃଦ୍ଧି କରିଛି । ଅମୁଲ ଫେବୃଆରୀ ୨ ରୁ ଅର୍ଥାତ୍ ଆଜିଠାରୁ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି। ଏକ ବିଜ୍ଞପ୍ତି ଜାରି କରି ଅମୁଲ କହିଛି,ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ ଅମୁଲ୍ ପାଉଚ୍ କ୍ଷୀରର ମୂଲ୍ୟ (ସମସ୍ତ ଭାରିଆଣ୍ଟସ୍‌) ରେ ସଂଶୋଧିତ ହୋଇଛି।

Amul Milk Price Hike: ଆଜିଠାରୁ ମହଙ୍ଗା ହେଲା ଅମୁଲ କ୍ଷୀର, ଜାଣନ୍ତୁ ଲିଟର ପିଛା କେତେ ଟଙ୍କା ହେଲା ବୃଦ୍ଧି ?

Amul Milk Prices Hike: ଗୁଜରାଟର କମ୍ପାନୀ ଅମୁଲ ପୁଣି ଥରେ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି। ବଜେଟ ଘୋଷଣାର ଗୋଟିଏ ଦିନ ପରେ ଅମୁଲ କମ୍ପାନୀ କ୍ଷୀର ଦର ବୃଦ୍ଧି କରିଛି । ଅମୁଲ ଫେବୃଆରୀ ୨ ରୁ ଅର୍ଥାତ୍ ଆଜିଠାରୁ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି। ଏକ ବିଜ୍ଞପ୍ତି ଜାରି କରି ଅମୁଲ କହିଛି,ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ ଅମୁଲ୍ ପାଉଚ୍ କ୍ଷୀରର ମୂଲ୍ୟ (ସମସ୍ତ ଭାରିଆଣ୍ଟସ୍‌) ରେ ସଂଶୋଧିତ ହୋଇଛି। ୩ ଫେବୃଆରୀ ସକାଳରୁ ଏହି ମୂଲ୍ୟ ଲାଗୁ ହେବ ବୋଲି କମ୍ପାନୀ କହିଛି। କ୍ଷୀରର ମୂଲ୍ୟ ଲିଟର ପିଛା ୩ ଟଙ୍କା ବୃଦ୍ଧି କରାଯାଇଛି।  ଏହି ବୃଦ୍ଧି ପରେ ଅମୁଲ ଗୋଲ୍ଡର ମୂଲ୍ୟ ଲିଟର ପିଛା ୬୬ ଟଙ୍କା, ଅମୁଲ ଫ୍ରେଶ ପିଛା ୫୪ ଟଙ୍କା, ଅମୁଲ ଗାଈ କ୍ଷୀର ଲିଟର ପିଛା ୫୬ ଟଙ୍କା ଏବଂ ଅମୁଲ ବଫାଲୋ କ୍ଷୀରର ଲିଟର ପିଛା ୭୦ ଟଙ୍କା ହେବ।

ତେବେ ଅମୁଲର ଏହି ଦର ଗ୍ରାହକଙ୍କ ଉପରେ ଚଡକ ପକାଇଛି । ଖାସ କରି ଏହି ଦରର ମାଡ ଗୃହିଣୀଙ୍କ ହାଣ୍ତିଶାଳ ଉପରେ ପକାଇଛି । ଏହାସହ ସାଧାରଣ ଲୋକଙ୍କ ପଟେକ ଉପରେ ମଧ୍ୟ ଚାପ ପକାଇଛି । ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।  

Also Read : Road Accident: ବସକୁ ପିଟିଲା ଟ୍ରକ୍, ଘଟଣାସ୍ଥଳରେ ୧୭ ମୃତ, ଏକାଧିକ ଆହତ

Also Read : Hit and Run Case: ଦିଲ୍ଲୀ କଞ୍ଜୱାଲା ଘଟଣାର ପୁନରାବୃତ୍ତି, ବାଇକକୁ ତିନି କୋଲୋମିଟର ଘୋଷାଡ଼ି ନେଲା କାର

ଅମୁଲ ଗତ ବର୍ଷ ଅକ୍ଟୋବରରେ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଥିଲା। ଅମୁଲ ଚଳିତ ବର୍ଷ ପ୍ରଥମ ଥର ପାଇଁ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି। ଗତବର୍ଷ ପାର୍ବଣ ସମୟରେ ଗୁଜରାଟ ସମବାୟ ଦୁଗ୍ଧ ବିଣପନ ସଂଘ ଲିମିଟେଡ ଅମୁଲ କ୍ଷୀର ମୂଲ୍ୟ ଲିଟର ପିଛା ଦୁଇଟଙ୍କା ବୃଦ୍ଧି କରିଥିଲେ । ଫୁଲ୍‌ କ୍ରିମ୍ କ୍ଷୀର ମୂଲ୍ୟ ଲିଟର ୬୧ ଟଙ୍କା ଥିବାବେଳେ ଏହାକୁ ୬୩ ଟଙ୍କା କରିଥିଲେ। ଏଥିସହିତ ଅମୁଲ ଏହାର ଗୋଲ୍ଡ ଏବଂ ମଇଁଷି କ୍ଷୀର ଦାମ ମଧ୍ୟ ଲିଟର ପିଛା ୨ ଟଙ୍କା ଲେଖାଏଁ ମଧ୍ୟ ବୃଦ୍ଧି କରିଥିଲା । ତେବେ, ଏହା ପୂର୍ବରୁ ଅମୁଲ ମାର୍ଚ୍ଚ ଏବଂ ଅଗଷ୍ଟରେ ମଧ୍ୟ କ୍ଷୀର ଦାମ ବଢ଼ାଇଥିଲା। ଅମୁଲ ପରେ ମଦର ‌ଡାଏରି ଦିଲ୍ଲୀ ଓ ଏନ୍‌ସିଆରରେ ଫୁଲ୍ କ୍ରିମ୍ କ୍ଷୀର ଓ ଗାଈ କ୍ଷୀର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି ଘୋଷଣା କରିଥିଲା ।