Lionel Messi ଓ Cristiano Ronaldoଙ୍କୁ ଭେଟିଲେ Amitabh Bachchan, ଫ୍ୟାନ୍ସ କହିଲେ ଓ୍ବାଃ ଓ୍ବାଃ ଓ୍ବାଃ
Advertisement

Lionel Messi ଓ Cristiano Ronaldoଙ୍କୁ ଭେଟିଲେ Amitabh Bachchan, ଫ୍ୟାନ୍ସ କହିଲେ ଓ୍ବାଃ ଓ୍ବାଃ ଓ୍ବାଃ

Amitabh Bachchan meets Lionel Messi and Cristiano Ronaldo: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ । ସେ ତାଙ୍କ ଅଭିନୟ ଅପେକ୍ଷା ତାଙ୍କ ଉଦାରତା ପାଇଁ ଫ୍ୟାନ୍ସ ତାଙ୍କୁ ଖୁବ ପସନ୍ଦ କରନ୍ତି । ସେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ, ତାଙ୍କ ଜୀବନରେ ଘଟୁଥିବା ଛୋଟବଡ ଘଟଣାବଳୀ ସେ ତାଙ୍କ ଫ୍ୟାନ୍ସଙ୍କ ସହ ସେୟାର କରନ୍ତି ।

Lionel Messi ଓ  Cristiano Ronaldoଙ୍କୁ ଭେଟିଲେ Amitabh Bachchan, ଫ୍ୟାନ୍ସ କହିଲେ ଓ୍ବାଃ ଓ୍ବାଃ ଓ୍ବାଃ

Amitabh Bachchan  meets Lionel Messi and Cristiano Ronaldo: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ । ସେ ତାଙ୍କ ଅଭିନୟ ଅପେକ୍ଷା ତାଙ୍କ ଉଦାରତା ପାଇଁ  ଫ୍ୟାନ୍ସ ତାଙ୍କୁ ଖୁବ ପସନ୍ଦ କରନ୍ତି ।  ସେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ, ତାଙ୍କ ଜୀବନରେ ଘଟୁଥିବା ଛୋଟବଡ ଘଟଣାବଳୀ ସେ ତାଙ୍କ ଫ୍ୟାନ୍ସଙ୍କ ସହ ସେୟାର କରନ୍ତି । ବିଗ୍ ବି  ଗୁରୁବାର ଦିନ  ସାଉଦି ଆରବର କିଙ୍ଗ ଫାହଦ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ  (King Fahd International Stadium,Riyadh)ରେ ଆୟୋଜିତ  ହେଉଥିବା ଏକ ମ୍ୟାଚର ଉଦଘାଟନୀ ଉତ୍ସବରେ ବିଶେଷ ଅତିଥି ଭାବରେ ଯୋଗ ଦେଇଥିଲେ । ସେଠାରେ ସେ ଲିଓନେଲ ମେସି ଓ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ଭେଟିଛନ୍ତି । ଏନେଇ ଅମିତାଭ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି । 

ଅମିତାଭ ବଚ୍ଚନ ଟ୍ୱିଟରରେ ଏହି ଫଟୋ ସେୟାର କରି ଲେଖିଛନ୍ତି,' ରିୟାଦରେ ଏକ ସନ୍ଧ୍ୟା .. କ୍ରିଷ୍ଟିଆନୋ ରୋନାଲଡୋ, ଲିଓନେଲ ମେସି, ମବାପେ, ନେମାର ସମସ୍ତେ ଏକାଠି ଖେଳୁଥିଲେ ଏବଂ ମୋତେ ଖେଳର ଉଦଘାଟନ ପାଇଁ ନିମନ୍ତ୍ରଣ କରାଯାଇଥିଲା। PSG ବନାମ ରିୟାଦ .. ଅବିଶ୍ୱସନୀୟ ' । ତେବେ ଏହି ଫଟୋଟିକୁ ବିଗ୍ ବି ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଏହାକୁ ଦେଖି ଫ୍ୟାନ୍ସମାନେ  ଏହାରି ଉପରେ କମେଣ୍ଟ ମଧ୍ୟ କରିଛନ୍ତି । ଜଣେ ଲେଖିଛନ୍ତି, 'ବଲିଉଡର ଜଣେ ସୁପରଷ୍ଟାର ଫୁଟବଲ ଜଗତର ଜଣେ ସୁପରଷ୍ଟାରଙ୍କୁ ଭେଟିଛନ୍ତି । ' ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, 'ଆମେ ସମସ୍ତେ ଅମିତାଭ ପାଇଁ ଗର୍ବିତ ।ଦୁନିଆର ଶ୍ରେଷ୍ଠ ଅଭିନେତାଙ୍କ ସହ ହାତ ମିଳାଇ ସେ ବହୁତ ଭାଗ୍ୟବାନ ।ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଅମିତାଭ ବଚ୍ଚନ ଷ୍ଟାଡିୟମକୁ ପ୍ରତ୍ୟକ ଖେଳାଳୀଙ୍କୁ ଭେଟିବାକୁ ଯାଉଛନ୍ତି । ସେ ମେସି, ରୋନାଲଡୋ, କିଲିଆନ୍ ମବାପେ ଏବଂ ନେମାରଙ୍କ ସହ ହାତ ମିଳାଇଛନ୍ତି । ଏହି ମ୍ୟାଚ୍ ଅଲ-ଷ୍ଟାର ଏକାଦଶ (Riyad All Star XI) ଏବଂ ପ୍ୟାରିସ ସେଣ୍ଟ-ଜର୍ମାନ (PSG) ମଧ୍ୟରେ ଖେଳାଯାଇଥିଲା | ଏହି ମ୍ୟାଚରେ ମେସି ଏବଂ ରୋନାଲଡୋ ମୁହାଁମୁହିଁ ହୋଇଥିଲେ। ଯଦିଓ ଏହା ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଥିଲା ।

Also Read : Mahesh Bhatt: ମହେଶ ଭଟ୍ଟଙ୍କୁ ନେଇ ଆସିଲା ବଡ ଅପଡେଟ, ଏହି ରୋଗରେ ପୀଡିତ ଅଛନ୍ତି ଫିଲ୍ମ ମେକର !

 

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ । ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ବଲିଉଡରେ ସେ ସକ୍ରିୟ ରହିଛନ୍ତି । ଅମିତାଭ ବଚ୍ଚନଙ୍କ କ୍ୟାରିଅର୍ ବ୍ୟାକ୍ ଟୁ ବ୍ୟାକ୍ ଫ୍ଲପ୍ ଫିଲ୍ମରୁ ଆରମ୍ଭ ହୋଇଥିଲା ।  ବହୁ ଉତଥାନ ଓ ପତ୍ତନ ନେଇ ସଫଳତାର ଶୀର୍ଷକୁ ଛୁଇଁଛନ୍ତି ଅମିତାଭ । କିଏ କହେ ତାଙ୍କୁ ଅଲ୍‌ ଟାଇମ୍‌ ଏଙ୍ଗ୍ରି ମ୍ୟାନ୍‌ ତ କେହି କେହି କୁହନ୍ତି ବଲିଉଡ୍‌ ଶେହେନସା । ୧୯୬୯ ରେ ରିଲିଜ ଫିଲ୍ମ ସାତ ହିନ୍ଦୁସ୍ତାନୀରୁ ଆରମ୍ଭ କରିଥିଲେ ଅଭିନୟ ଜୀବନ । ତାପରେ ୨-୩ ଫ୍ଲପ୍‌ ସିନେମାରେ ନଜର ଆସିଥିଲେ । କାମ ପାଇ ନଥିଲେ ଅମିତାଭ । ଯେତେବେଳେ ବୟସ ୩୦ ହୋଇଥିଲା ସେତେବେଳକୁ ୧୨ଟି ଫିଲ୍ମରେ ଅଭିନୟ କରିଥିଲେ । ସେଥିରୁ ହିଟ୍‌ ହୋଇଥିଲା ମାତ୍ର ୨ଟି। ଗୋଟିଏ ବମ୍ବେ ଟୁ ଗୋଆ ଓ ଅନ୍ୟଟି ଆନନ୍ଦ । ଫିଲ୍ମ ଆନନ୍ଦରେ ତତ୍କାଳୀନ ସୁପରଷ୍ଟାର ରାଜେଶ ଖନ୍ନାଙ୍କ ସହ ସେ ଅଭିନୟ କରିଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ମିଳିଥିଲା ଫିଲ୍ମ ଫେୟାର ଆଓ୍ଵାର୍ଡ ।