ବାହାଘର ପାଇଁ ତିଆରି ସରିଥିଲା ବେଦୀ, ଡ୍ରେସ୍ କିଣିବାକୁ କହି ବର ଫେରାର !
Advertisement
Article Detail0/zeeodisha/odisha2117072

ବାହାଘର ପାଇଁ ତିଆରି ସରିଥିଲା ବେଦୀ, ଡ୍ରେସ୍ କିଣିବାକୁ କହି ବର ଫେରାର !

ବାରିକପୁରରେ ଏକ ମଣ୍ଡପ ସଜା ହେବା ସହ ସମସ୍ତ ଆୟୋଜନ ସରିଥିଲା । ସବୁ ପ୍ରସ୍ତୁତି ସରିବା ପରେ ପୁଅ ଘରୁ ଏହି ଫୋନ୍ କଲ୍ ଆସିବା ପରେ ଯୁବତୀଙ୍କ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି । 

ବାହାଘର ପାଇଁ ତିଆରି ସରିଥିଲା ବେଦୀ, ଡ୍ରେସ୍ କିଣିବାକୁ କହି ବର ଫେରାର !

ଭଦ୍ରକ: ବନ୍ତ ବ୍ଲକ ତୋଡଙ୍ଗା ପଞ୍ଚାୟତରେ ଜଣେ ଯୁବତୀଙ୍କ ବିବାହ ଗୁହାଳିଆ ଗ୍ରାମର ପ୍ରେମାନନ୍ଦ ପ୍ରଧାନଙ୍କ ପୁଅ ବାପୁନ୍ ପ୍ରଧାନ ସହ ହେବାର ଥିଲା । କିନ୍ତୁ  ବାହାଘର ଦିନ ପୁଅ ଘରୁ ଫୋନ୍ ଆସିଲା ଯେ ପୁଅ ଘରେ ନାହିଁ ଯାହାକୁ ନେଇ ଏବେ ବାରିକପୁର ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ଲାଗିରହିଛି ।

ସୂଚନା ମୁତାବକ, ଏହି ବାହାଘର ରବିବାର ଦିନ ହେବାରେ ଥିଲା । ଏଥିପାଇଁ ବାରିକପୁରରେ ଏକ ମଣ୍ଡପ ସଜା ହେବା ସହ ସମସ୍ତ ଆୟୋଜନ ସରିଥିଲା । ସବୁ ପ୍ରସ୍ତୁତି ସରିବା ପରେ ପୁଅ ଘରୁ ଏହି ଫୋନ୍ କଲ୍ ଆସିବା ପରେ ଯୁବତୀଙ୍କ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି । ସେପଟେ ପୁଅ ଘରୁ କୌଣସି ପ୍ରତିକ୍ରିୟା ମିଳି ପାରିନଥିବା ବେଳେ କେହି କେହି କହୁଛନ୍ତି ପୁଅର ପ୍ରେମ ସମସ୍ୟା ଥିଲା । ସେ ଅନ୍ୟ କେଉଁ ଝିଅ ସହ ବୋଧ ହୁଏ ଫେରାର୍ ହୋଇଯାଇଛି । ତେବେ ସତ କଣ ତାହା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ ।

Also Read- ଜଗଦଗୁରୁ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କ ଭଲଭ୍ ରିପ୍ଲେସମେଣ୍ଟ ସର୍ଜରୀ ସଫଳ

Also Read- Garlic Price : ଏହି ସ୍ଥାନରେ ମାତ୍ର ୨ଶହ ଟଙ୍କାରେ ମିଳୁଛି ରସୁଣ, କିଣିବାକୁ ପ୍ରବଳ ଭିଡ