Bar Shop Close in State: ରାଜ୍ୟରେ ଆଉ କେହି ପିଇ ପାରିବେନି ମଦ, ସରକାର ନେଲେ ଏହି ବଡ଼ ନିଷ୍ପତ୍ତି
Advertisement
Article Detail0/zeeodisha/odisha1579031

Bar Shop Close in State: ରାଜ୍ୟରେ ଆଉ କେହି ପିଇ ପାରିବେନି ମଦ, ସରକାର ନେଲେ ଏହି ବଡ଼ ନିଷ୍ପତ୍ତି

ଧାର୍ମିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ହଷ୍ଟେଲ ଆଦି ଅନୁଷ୍ଠାନ ନିକଟରେ ମଦ ଦୋକାନ ଉଚ୍ଛେଦ ହେବ। କୌଣସି ମଦ ଦୋକାନ ଏହି ସବୁ ସ୍ଥାନରେ ରହିବ ନାହିଁ। ଅତି କମରେ ୧୦୦ ମିଟର ମଧ୍ୟରେ କୌଣସି ମଦ ଦୋକାନ ରହିବ ନାହିଁ। 

Bar Shop Close in State: ରାଜ୍ୟରେ ଆଉ କେହି ପିଇ ପାରିବେନି ମଦ, ସରକାର ନେଲେ ଏହି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର (Madhyapradesh) ସରକାର (state government) ରାଜ୍ୟର ଉନ୍ନତି ପାଇଁ ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି। ରବିବାର ସନ୍ଧ୍ୟାରେ ଭୋପାଳରେ (Bhopal) ଅନୁଷ୍ଠିତ ଶିବରାଜ କ୍ୟାବିନେଟ (Shivraj singh Chouhan) ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ (Cabinet Meeting) ଅନୁମୋଦନ କରିଛି। ମୁଖ୍ୟମନ୍ତ୍ରୀ (Chief Minister) ଶିବରାଜ ସିଂ ଚୌହାନଙ୍କ (Shivraj Singh Chouhan) ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ (Cabinet Meeting) ଏକ୍ସାଇଜ୍ ବିଭାଗର (Excise Department) ନୂତନ ନୀତି ଅନୁମୋଦନ କରାଯାଇଛି। କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ରାଜ୍ୟର ସମସ୍ତ ଦୋକାନ ବନ୍ଦ ରହିବ ଏବଂ ରାଜ୍ୟର ସମସ୍ତ ବାର ଦୋକାନ ମଧ୍ୟ ବନ୍ଦ ରହିବ। କେବଳ ମଦ ଦୋକାନରୁ ମଦ ବିକ୍ରି ହେବ ଏବଂ ଲୋକଙ୍କୁ ସେଠାରେ ବସି ପିଇବାକୁ ଦିଆଯିବ ନାହିଁ।

କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ରାଜ୍ୟର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ସୂଚନା ଦେଇଛନ୍ତି। ଶ୍ରୀ ମିଶ୍ର ଦେଇଥିବା ସୂନଚା ମୁତାବକ କ୍ୟାବିନେଟରେ ମଦ ଜନିତ ଅପରାଧକୁ ରୋକିବା ପାଇଁ ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି। କ୍ୟାବିନେଟରେ ହୋଇଥିବା ନିଷ୍ପତ୍ତି ମୁତାବକ ମଧ୍ୟପ୍ରଦେଶର ସମସ୍ତ ମଦ ଦୋକାନ ବନ୍ଦ ରହିବ। ସେହିପରି ରାଜ୍ୟର ସମସ୍ତ ବାର ଦୋକାନ ବନ୍ଦ ରହିବ। ରାଜ୍ୟରେ ମଦ ଦୋକାନରେ ବସି ମଦ୍ୟପାନ କରିବାର କୌଣସି ବ୍ୟବସ୍ଥା ରହିବ ନାହିଁ। କେବଳ ଦୋକାନରୁ ଲୋକମାନେ ମଦ କିଣି ନେବାର ବ୍ୟବସ୍ଥା ରହିବ। 

କେବଳ ଏତିକି ନୁହେଁ, ଆହୁରି ମଧ୍ୟ ଧାର୍ମିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ହଷ୍ଟେଲ ଆଦି ଅନୁଷ୍ଠାନ ନିକଟରେ ମଦ ଦୋକାନ ଉଚ୍ଛେଦ ହେବ। କୌଣସି ମଦ ଦୋକାନ ଏହି ସବୁ ସ୍ଥାନରେ ରହିବ ନାହିଁ। ଅତି କମରେ ୧୦୦ ମିଟର ମଧ୍ୟରେ କୌଣସି ମଦ ଦୋକାନ ରହିବ ନାହିଁ। ଥିଲେ ତାହାକୁ ଉଚ୍ଛେଦ କରାଯିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ସେହିପରି ୨୦୧୦ ମସିହା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯାଇ ନାହିଁ। ସେ ସବୁ ବନ୍ଦ ହୋଇ ରହିଛି। ମଦ୍ୟପାନ କରି ଗାଡ଼ି ଚଳାଉଥିଲେ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ କରାଯିବ। ଏଥିପାଇଁ କଡ଼ା ଆଇନ ଅଣାଯାଇଛି। ବିପର୍ଯ୍ୟୟ ପ୍ରଶମନ ପରିମାଣ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। 

ସେହିପରି ସତନା ମେଡିକାଲ କଲେଜ ପାଇଁ ୧୫୮୯ଟି ପଦବୀ ମଞ୍ଜୁର କରାଯାଇଥିଲା। ଏଠାରେ କହି ରଖୁ କି ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀୟ ରାଜ୍ୟରେ ମଦ ଦୋକାନ ବନ୍ଦକୁ ନେଇ ବାରମ୍ବାର ଦାବି କରିଆସୁଥିଲେ।  ଏଥିପାଇଁ ସରକାରଙ୍କ ନିକଟରେ ଦାବି ମଧ୍ୟ ଜଣାଇ ଆସିଛନ୍ତି। ତେବେ ତାଙ୍କ ଚାପରେ ଆସି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବା ନେଇ ଆଲୋଚନା ହେଉଛି। ଅବକାରୀ ନୀତିର ନୂତନ ବ୍ୟବସ୍ଥାକୁ ଅନୁମୋଦନ କରିବାବେଳେ କ୍ୟାବିନେଟ୍ ବୈଠକରେ ନୂତନ ମଦ ଦୋକାନ ଖୋଲିବା, ପରିସର ଏବଂ ବାର୍ ଦୋକାନ ବନ୍ଦ ନକରିବାକୁ ନିଷ୍ପତ୍ତି ନିଆଯାଇଛି।