Airport Codes: ପରସ୍ପର ଠାରୁ ପୃଥକ ହୋଇଥାଏ ଏୟାରପୋର୍ଟ କୋଡ୍, କିଏ ରଖିଥାଏ ଏହାର ନାମ? କିପରି କରିଥାଏ କାମ?
Advertisement
Article Detail0/zeeodisha/odisha1894663

Airport Codes: ପରସ୍ପର ଠାରୁ ପୃଥକ ହୋଇଥାଏ ଏୟାରପୋର୍ଟ କୋଡ୍, କିଏ ରଖିଥାଏ ଏହାର ନାମ? କିପରି କରିଥାଏ କାମ?

International Civil Aviation Organization: କୌଣସି ବିମାନ ବନ୍ଦରକୁ ଏହାର କୋଡ୍ ବିଶ୍ୱର ଦୁଇ ପ୍ରମୁଖ ସଂସ୍ଥା ଦ୍ୱାରା ପ୍ରଦାନ କରାଯାଇଥାଏ। ହେଲେ କ'ଣ ଆପଣ ଜାଣିଛନ୍ତି ପରସ୍ପର ଠାରୁ ପୃଥକ ହୋଇଥାଏ ଏୟାରପୋର୍ଟ କୋଡ୍।  କିଏ ରଖିଥାଏ ଏହାର ନାମ ଏବଂ କିପରି ଏହା କରିଥାଏ କାମ ସେ ସମ୍ପର୍କରେ ଜାଣନ୍ତୁ।

Airport Codes: ପରସ୍ପର ଠାରୁ ପୃଥକ ହୋଇଥାଏ ଏୟାରପୋର୍ଟ କୋଡ୍, କିଏ ରଖିଥାଏ ଏହାର ନାମ? କିପରି କରିଥାଏ କାମ?

International Air Transport Association: ନିକଟରେ ଉତ୍ତର ପ୍ରଦେଶର ଗୌତମବୁଦ୍ଧ ନଗର ଜିଲ୍ଲାର ମୁଖ୍ୟାଳୟ ନୋଏଡ଼ା ଠାରେ ନିର୍ମିତ ଆନ୍ତର୍ଜାତୀୟ ବିମାନ ବନ୍ଦରକୁ ଏହାର କୋଡ ମିଳିଯାଇଛି। ନୋଏଡା ବିମାନ ବନ୍ଦରକୁ କୋଡ୍ ହେଉଛି DXN। ନୋଏଡ଼ା ଏୟାରପୋର୍ଟ ଏହାର କୋଡ୍ ପାଇଯିବା ପରେ ଏହାକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତାହା ହେଉଛି ଯେ କୌଣସି ବିମାନ ବନ୍ଦରକୁ ମିଳୁଥିବା କୋଡ୍ କାହିଁକି ଗୁରୁତ୍ୱପୂର୍ଣ୍ଣ ଏବଂ ଏହା କିପରି କାମ କରିଥାଏ? 

ଯେତେବେଳେ ଆନ୍ତର୍ଜାତୀୟ ବିମାନ ପରିବହନ ସଂଘ (International Air Transport Association) ଆଇଏଟିଏ (IATA) ନୋଏଡା ଅନ୍ତର୍ଜାତୀୟ ବିମାନ ବନ୍ଦରକୁ (NOIDA International Airport) ତିନି ଅକ୍ଷର ବିଶିଷ୍ଟ କୋଡ୍ (Airport Codes) ଡିଏକ୍ସଏନ (NOIDA Airport Code DXN) ପ୍ରଦାନ କରିଥିଲେ ସେତେବେଳେ DXN ଚର୍ଚ୍ଚାକୁ ଆସିଥିଲା। ବିଶ୍ୱର ୨ ପ୍ରମୁଖ ସଂସ୍ଥା କୌଣସି ବିମାନ ବନ୍ଦର ଏହାର କୋଡ ପ୍ରଦାନ କରିଥାଏ। ଏହି ଦୁଇଟି ସଂସ୍ଥା ହେଉଛି ଆଇଏଟିଏ ଏବଂ ମିଳିତ ଜାତିସଂଘ (United Nations Organisation) ଅଧିନସ୍ଥ ଆନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଙ୍ଗଠନ (International Civil Aviation Organization) ଆଇସିଏଓ (ICAO)।

ବିଶେଷଜ୍ଞଙ୍କ କହିବା କଥା ଯେ ନିୟମ ଅନୁଯାୟୀ ଆନ୍ତର୍ଜାତୀୟ ବିମାନ ପରିବହନ ସଂଘ ବିଶ୍ୱର ସମସ୍ତ ବିମାନ ବନ୍ଦରକୁ ଏକ ନିର୍ଦ୍ଦିଷ୍ଟ ସଂକେତ ପ୍ରଦାନ କରିଥାଏ। ମିଳିତ ଜାତିସଂଘ ଅଧିନସ୍ଥ ଏକ ଶାଖା ଆନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଙ୍ଗଠନ ମଧ୍ୟ କୌଣସି ବିମାନ ବନ୍ଦରକୁ ଏହାର କୋଡ (ICAO Airport Code) ପ୍ରଦାନ କରିଥାଏ। କୌଣସି ବିମାନ ବନ୍ଦରକୁ ସଠିକ୍ ଭାବରେ ଚିହ୍ନଟ କରିବା ପାଇଁ ତିନି ଅକ୍ଷର ବିଶିଷ୍ଟ କୋଡ୍ ବ୍ୟବହୃତ ହୋଇଥାଏ। ଯାତ୍ରୀ କାରବାର ପାଇଁ ତିନି ଅଙ୍କ ବିଶିଷ୍ଟ ଆଇଏଟିଏ କୋଡ୍ (IATA Airport Code) ଟିକେଟ୍, ବୋର୍ଡିଂ ପାସ୍, ସାଇନେଜ୍ ଆଦି କାମ ପାଇଁ ବ୍ୟବହୃତ ହୋଇଥାଏ।

ଏହାର ପୃଷ୍ଠରେ ଅନ୍ୟ ଏକ କୋଡ୍ ଦିଆଯାଏ। ଯାହା ଆଇସିଏଓ ଦ୍ୱାରା ପ୍ରଦାନ କରାଯାଇଥାଏ। ଏହି ଚାରି ଅଙ୍କ ବିଶିଷ୍ଟ କୋଡ୍ ବିମାନ ଚାଳକ, ବିମାନ ବନ୍ଦର ଏୟାର ଟ୍ରାଫିକ୍ ନିୟନ୍ତ୍ରକ ଏବଂ ଯୋଜନାକାରୀଙ୍କ ଦ୍ୱାରା ବ୍ୟବହୃତ ହୋଇଥାଏ। ୧୯୩୦ ଦଶକରେ ପ୍ରଥମେ ବିମାନ ବନ୍ଦରର କୋଡିଂ ଆରମ୍ଭ କରାଯାଇଥିଲା। ସେହି ସମୟରେ ବିମାନ ସେବା ପ୍ରଦାନକାରୀ ସଂସ୍ଥାର ପାଇଲଟ୍ ନିଜର ଗନ୍ତବ୍ୟ ସ୍ଥଳକୁ ଚିହ୍ନଟ କରିବା ପାଇଁ ସାଧାରଣତଃ ସେମାମେ ନିଜର ଦୁଇ ଅକ୍ଷର ବିଶିଷ୍ଟ କୋଡ୍ ଚୟନ କରୁଥିଲେ। ଏହି କ୍ରମରେ ନୋଏଡା ବିମାନବନ୍ଦରର ନିଜସ୍ୱ କୋଡ୍ ରହିଛି।

ନୋଏଡା ଅନ୍ତର୍ଜାତୀୟ ବିମାନ ବନ୍ଦରର ସିଇଓ ଖ୍ରୀଷ୍ଟୋଫ୍ ସ୍ନେଲମ୍ୟାନ୍ (NOida Airport CEO Christoph Schnellmann) କହିଛନ୍ତି ଯେ ଆଇଏଟିଏ କୋଡ୍ ପାଇବାକୁ ଆମେ ଉତ୍ସାହିତ। ଏୟାରଲାଇନ୍ସ ଏବଂ ଟ୍ରାଭେଲ ଏଜେନ୍ସି ଆନ୍ତର୍ଜାତୀୟ ସ୍ତରରେ (Airlines and Travel Agencies) ନୋଏଡା ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଚିହ୍ନଟ କରିବା ପାଇଁ DXN କୋଡ୍ ବ୍ୟବହାର କରାଯିବ। ଆପଣଙ୍କୁ କହିରଖୁଛୁ ଯେ ନୋଏଡା ବିମାନ ବନ୍ଦରର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି।