Rajasthan Election 2023 ଜିତିବାର ଗୋଟିଏ ଦିନ ପୁରିଛି କି ନାହିଁ ବର୍ତ୍ତମାନ ନବ ନିର୍ବାଚିତ ବିଧାୟକ ବାଳମୁକୁନ୍ଦ ଆଚାର୍ଯ୍ୟଙ୍କ ଏକ ବୟାନ ସମସ୍ତଙ୍କ ପାଇଁ ଚର୍ଚ୍ଚା କରିବାର ଖୋରାକ ଯୋଗାଇଛି । ବାଳମୁକୁନ୍ଦ ଆକ୍ସନ ମୋଡକୁ ଆସି କହିଛନ୍ତି ଯେ, ସନ୍ଧ୍ୟା ସୁଦ୍ଧା ରାସ୍ତା କଡରୁ ଆମିଷ ଦୋକାନ ଗୁଡିକ ହଟାଇଦିଅନ୍ତୁ ।
Trending Photos
Rajasthan Election 2023 : ଚଳିତ ବିଧାନସଭା ନିର୍ବାଚନରେ ରାଜସ୍ଥାନରେ ବିଜେପିର ବିପୁଳ ବିଜୟ ହୋଇଛି । ଗତକାଲି ଭୋଟ ଗଣନାରେ ବିଜେପିର ପ୍ରଦର୍ଶନ ଅନ୍ୟ ଦଳର ନେତା ମାନଙ୍କୁ ଆଶ୍ଚର୍ଯ୍ୟ କରାଇଛି । ବର୍ତ୍ତମାନ ରାଜ୍ୟରେ ନୂଆ ସରକାର ଗଠନ ହେବାନେଇ ପ୍ରସ୍ତୁତି ଜାରି ରହିଛି । ତେବେ ଏହାରି ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି । ଜିତିବାର ଗୋଟିଏ ଦିନ ପୁରିଛି କି ନାହିଁ ବର୍ତ୍ତମାନ ନବ ନିର୍ବାଚିତ ବିଧାୟକ ବାଳମୁକୁନ୍ଦ ଆଚାର୍ଯ୍ୟ (bjp mla balmukund)ଙ୍କ ଏକ ବୟାନ ସମସ୍ତଙ୍କ ପାଇଁ ଚର୍ଚ୍ଚା କରିବାର ଖୋରାକ ଯୋଗାଇଛି । ବାଳମୁକୁନ୍ଦ ଆକ୍ସନ ମୋଡକୁ ଆସି କହିଛନ୍ତି ଯେ, ସନ୍ଧ୍ୟା ସୁଦ୍ଧା ରାସ୍ତା କଡରୁ ଆମିଷ ଦୋକାନ ଗୁଡିକ ହଟାଇଦିଅନ୍ତୁ ।
ବିଜେପି ବିଧାୟକ ବାଳମୁକୁନ୍ଦ ଆଚାର୍ଯ୍ୟ ହୱାମହଲ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଜଣେ ସରକାରୀ ଅଫିସରଙ୍କୁ ସେ ଫୋନ କରି ଅର୍ଡର ଦେଇଛନ୍ତି ଯେ, ଆଜି ସନ୍ଧ୍ୟା ସୁଦ୍ଧା ରାସ୍ତା କଡ଼ରେ ଥିବା ସମସ୍ତ ଆମିଷ ଫୁଡ୍ ଷ୍ଟଲ୍ ଏବଂ ମାଛ, ମାଂସ ବିକୁଥିବା ଦୋକାନକୁ ବନ୍ଦ କରନ୍ତୁ । ଏଥି ସହିତ ସନ୍ଧ୍ୟା ଭିତରେ ରିପୋର୍ଟ ଦରକାର ବୋଲି କହିଛନ୍ତି ବାଳମୁକୁନ୍ଦ ।
ନବ ନିର୍ବାଚିତ ବିଧାୟକଙ୍କ ଏପରି ବୟାନ ପରେ ତାଙ୍କୁ ବିଭିନ୍ନ ମହଲରେ ବିରୋଧ ପ୍ରଦର୍ଶନ କରାଯାଇଛି । ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସୀ କହିଛନ୍ତି ଯେ, ବିଧାୟକଙ୍କ ଏପରି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ । ଲୋକମାନେ ଆମିଷ ଖାଇବାକୁ ପସନ୍ଦ କରନ୍ତି । ବଜାରରେ ଆମିଷର ଚାହିଦା ରହିଛି ତେଣୁ ଆମିଷ ବିକ୍ରିକୁ କେହି ଅଟକାଇ ପାରିବେ ନାହିଁ। ଏଥିସହ ଯେଉଁମାନେ ଆମିଷ ବ୍ୟବସାୟ କରିବାକୁ ଚାହାନ୍ତି ସେମାନଙ୍କୁ ମଧ୍ୟ ରୋକିବା ଅନୁଚିତ ।
ଆପଣଙ୍କୁ କହିରଖୁଛୁ ଯେ, ୩ ଡିସେମ୍ୱରରେ ଭୋଟ ଗଣତି ପରେ ବାଳମୁକୁନ୍ଦ ଆଚାର୍ଯ୍ୟ ୬ଶହ ଭୋଟରେ ଜୟପୁର ହୱାମହଲ ଆସନରୁ ବିଜୟଲାଭ କରିଥିଲେ । ତାଙ୍କ ବିପକ୍ଷରେ ଲଢୁଥିଲେ କଂଗ୍ରେସ ପ୍ରାର୍ଥୀ ଆରଆର ତିୱାରୀ ।
Also Read- ଚିକେନ୍ ଲେଗପିସ୍ ସହ କନ୍ୟାକୁ ପୁଷ୍ପଗୁଚ୍ଛ ଦେଲେ ବର, ଆଶ୍ଚର୍ଯ୍ୟ ହେଲେ ଅତିଥି