Adipurush Dialogue: ଆଡଭାନ୍ସ ବୁକିଂ କ୍ୟାନସଲ ପରେ ଏବେ ବଦଳିବ ‘ଆଦିପୁରୁଷ’ ର ଡାଇଲଗ୍, ଜାଣନ୍ତୁ ଏହା ପଛର ବଡ଼ କାରଣ
Advertisement
Article Detail0/zeeodisha/odisha1743234

Adipurush Dialogue: ଆଡଭାନ୍ସ ବୁକିଂ କ୍ୟାନସଲ ପରେ ଏବେ ବଦଳିବ ‘ଆଦିପୁରୁଷ’ ର ଡାଇଲଗ୍, ଜାଣନ୍ତୁ ଏହା ପଛର ବଡ଼ କାରଣ

Adipurush Dialogue: ବିବାଦ ଘେରରେ ଫିଲ୍ମ ‘ଆଦିପୁରୁଷ’(Adipurush)। ରିଲିଜ୍ ହେବା ପରଠାରୁ ଫିଲ୍ମରେ ଥିବା ଡାଇଲଗ୍ (Adipurush Controversial Dialogues) ଲୋକଙ୍କ ଧର୍ମିୟ ଭାବନାକୁ କୁଠାରଘାତ କରୁଛି । ଏନେଇ ଫିଲ୍ମର ଡାଇଲଗ୍ ଲେଖିଥିବା ଅଭିନେତା ତଥା ଲେଖକ (Manoj Muntashir Shukla ) ମନୋଜ ମୁନତାସିର୍ ଶୁକଲ୍ଲା କହିଛନ୍ତି ଯେ, ଫିଲ୍ମରେ ଥିବା କିଛି ଡାଇଲଗକୁ ହଟାଇ ଦିଆଯିବ । 

ସୌଜନ୍ୟ- ସୋସିଆଲ ମିଡ଼ିଆ

Adipurush Dialogue: ରିଲିଜ ପରଠୁ  ବିବାଦ ଘେରରେ ରହିଛି ଫିଲ୍ମ ‘ଆଦିପୁରୁଷ’(Adipurush)। ରିଲିଜ୍ ପୂର୍ବରୁ ଫିଲ୍ମର ଭିଏଫଏକ୍ସ , ରାମ ଓ ରାବଣର ଲୁକକୁ ନେଇ ମଧ୍ୟ ବିବାଦରେ ଫସିଥିଲା ଏହି ଫିଲ୍ମ। ଆଉ ରିଲିଜ୍ ହେବା ପରଠାରୁ ଫିଲ୍ମରେ ଥିବା ଡାଇଲଗ୍ (Adipurush Controversial Dialogues) ଲୋକଙ୍କ ଧର୍ମିୟ ଭାବନାକୁ କୁଠାରଘାତ କରୁଛି । ଏନେଇ ଫିଲ୍ମର ଡାଇଲଗ୍ ଲେଖିଥିବା ଅଭିନେତା ତଥା ଲେଖକ (Manoj Muntashir Shukla ) ମନୋଜ ମୁନତାସିର୍ ଶୁକଲ୍ଲା କହିଛନ୍ତି ଯେ, ଫିଲ୍ମରେ ଥିବା କିଛି ଡାଇଲଗକୁ ହଟାଇ ଦିଆଯିବ ।  ମନୋଜ ମୁଣ୍ଟାଶିର (Manoj Muntashir) ଟ୍ୱିଟ୍ କରି କହିଛନ୍ତି ଯେ, ରାମକଥା ଠାରୁ ପ୍ରଥମ ଶିକ୍ଷା ହେଉଛି ପ୍ରତ୍ୟେକ ଭାବନାକୁ ସମ୍ମାନ ଦେବା । ଠିକ୍ କିମ୍ବା ଭୁଲ ତାହା ସମୟ କହିବ । ମୁଁ ‘ଆଦିପୁରୁଷ’ରେ ୪୦୦୦ ରୁ ଅଧିକ ଡାଇଲଗ୍ ଲେଖଛି । ସେଥି ମଧ୍ୟରୁ ୫ଟି ଲାଇନ ଲୋକଙ୍କୁ ପସନ୍ଦ ଆସିଲା ନାହିଁ । ଯେଉଁଠି ପାଇଁ ଆଜି ମୁଁ ସୋସିଆଲ ମିଡିଆରେ ଟ୍ରୋଲର ଶୀକାର ହେଉଛି । ଏବଂ ମୋ ପାଇଁ ଲୋକେ ଅଶ୍ଲୀଳ ଶଦ୍ଧ ବ୍ୟବହାର ମଧ୍ୟ କରୁଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମୁଁ ଏବଂ ନିର୍ମାତା ଫିଲ୍ମର ଡାଇଲଗ ଗୁଡିକରେ ପରିବର୍ତ୍ତନ ନେଇ କଥା ହୋଇଛୁ । ଖୁବଶିଘ୍ର ଡାଇଲଗ୍ ଗୁଡିକରେ ପରିବର୍ତ୍ତନ କରାଯିବ । 

ଚଳିତ ମାସ ୧୬ ତାରିଖରେ ରିଲିଜ୍ ହୋଇଥିଲା ଫିଲ୍ମ ‘ଆଦିପୁରୁଷ’ (Adipurush)। ପ୍ରଥମ ଦିନରେ ଫିଲ୍ମଟି ୧୪୦ କୋଟି ରୋଜଗାର କରିଛି ବୋଲି କୁହାଯାଉଛି । କିନ୍ତୁ, ଏହି ଚଳଚ୍ଚିତ୍ରରେ ଯେଉଁପରି ରାମକଥା ପ୍ରଦର୍ଶନ କରାଯାଇଛି ଓ ଯେମିତି ପ୍ରଭୁ ରାମ-ହନୁମାନ ଓ ରାବଣଙ୍କ ଚରିତ୍ରକୁ ଦର୍ଶାଯାଇଛି, ତାହାକୁ ଦେଖି ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ସୋସିଆଲ ମିଡିଆ (social media)ରେ ଫିଲ୍ମର ସମୀକ୍ଷା ଓ ଚଳଚ୍ଚିତ୍ର ଉପରେ ସାଧାରଣ ଦର୍ଶକଙ୍କ ପ୍ରତିକ୍ରିୟା ଦେଖିବା ପରେ ଅନେକ ଲୋକ ସେମାନଙ୍କର ଆଡଭାନ୍ସ ବୁକ୍ ହୋଇଥିବା ଟିକେଟ୍ ବାତିଲ୍ କରିଛନ୍ତି । ସେମାନେ ସୋସିଆଲ ମିଡିଆରେ ବାତିଲ କରିଥିବା ଥିବା ଟିକେଟ୍ ସେୟାର (share) କରୁଛନ୍ତି । କେବଳ ଏତିକି ନୁହେଁ, ସୋସିଆଲ ମିଡିଆରେ ଆଦିପୁରୁଷ, ବଏକଟ ଆଦିପୁରୁଷ ( #BoycottAdipurush ) ଓ ଡିଜାଷ୍ଟର ଆଦିପୁରୁଷ ( #Disasteradipurus ) ହ୍ୟାସ ଟ୍ୟାଗ୍ ଟ୍ରେଣ୍ଡ କରୁଛି। 

Also Read: Kendujhar News: ବାଃ ବାଃ ରେ ପ୍ରେମିକ! ପ୍ରେମିକା ଗର୍ଭବତୀ ହେବାରୁ ମାଡିବସି ଖୁଆଇ ଦେଲା ଗର୍ଭପାତ ଔଷଧ , ଆଉ ତା' ପରେ...

Also Read: Cuttack News: ଅଜଣା ଯୁବତୀଙ୍କ ସହ ଚାର୍ଟିଂ କରି ସର୍ବସ୍ବାନ୍ତ ହେଲେ ବୃଦ୍ଧ, ଆକାଉଣ୍ଟରୁ ବାଏଁ ବାଏଁ ଉଡି଼ଗଲା ୨୦ ଲକ୍ଷରୁ ଅଧିକ ଟଙ୍କା

ବର୍ତ୍ତମାନ ଏହି ମାମଲା ଶୁକ୍ରବାର ଦିନ କୋର୍ଟରେ ପହଞ୍ଚିଛି। ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଛି। ଫିଲ୍ମ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା କଲା ରୁଜୁ କରିଛି ହିନ୍ଦୁ ସେନା । ଭଗବାନ ଶ୍ରରାମ ଓ ଦେଶର ସଂସ୍କୃତିକୁ ପରିହାସ କରାଯାଇଥିବା ଅଭିଯୋଗ ହୋଇଛି । ଭଗବାନ ରାମ ଏବଂ ଆମ ସଂସ୍କୃତିକୁ ଏଥିରେ ଉପହାସ କରାଯାଇଥିବାରୁ ହିନ୍ଦୁମାନଙ୍କ ଭାବାବେଗକୁ ଏହା ଆଘାତ କରିଛି । ହିନ୍ଦୁ ଭଗବାନ ରାମ, ରାବଣ, ସୀତା ଏବଂ ହନୁମାନଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ଆପତ୍ତିଜନକ ଦୃଶ୍ୟ ଠିକ୍ ନୁହେଁ । ସିନେମାରେ ‌ଚରିତ୍ରଗୁଡ଼ିକୁ ଯେଭଳି ପ୍ରଦର୍ଶିତ କରାଯାଇଛି ତାହା ରାମାୟଣରେ ବର୍ଣ୍ଣିତ ଚରିତ୍ରର ବିରୋଧାଭାଷ କରୁଥିବା ସାଧାରଣ ଦର୍ଶକମାନେ ଅଭିଯୋଗ କରୁଥିବା ଦେଖାଯାଉଛି । ଲିଡ୍ ରୋଲରେ ସାଉଥ ଷ୍ଟାର ପ୍ରଭାସ, କ୍ରିତି ସାନନ ଓ ସେଫ୍ ଅଲ୍ଲୀ ଖାନଙ୍କୁ ଦେଖିବାକୁ ମିଳିଛି । ୬୦୦ କୋଟିରୁ ଅଧିକ ଟଙ୍କାରେ ନିର୍ମାଣ ହୋଇଥିବା ଏହି ଫିଲ୍ମ ଭାରତର ସବୁଠୁ ହାଇବଜେଟ୍ ସିନେମା ବୋଲି କୁହାଯାଉଛି।