Accident News: ସକାଳୁ ସକାଳୁ ବଡ଼ ଅଘଟଣ, ରେଲୱ ଟ୍ରାକ୍ ଉପରକୁ ଚଢିଗଲା ଘରୋଇ ଯାତ୍ରୀବାହୀ ବସ୍
Advertisement
Article Detail0/zeeodisha/odisha1770509

Accident News: ସକାଳୁ ସକାଳୁ ବଡ଼ ଅଘଟଣ, ରେଲୱ ଟ୍ରାକ୍ ଉପରକୁ ଚଢିଗଲା ଘରୋଇ ଯାତ୍ରୀବାହୀ ବସ୍

Accident News: ନଡ଼ିଆରାଣୀ ନାମକ ଏକ ଘରୋଇ ବସଟି ସମ୍ବଲପୁର ଲକ୍ଷ୍ମୀ ଡୁଙ୍ଗୁରୀ ଅଭିମୁଖେ ଯାଉଥିବା ସମୟରେ କୌଣସି କାରଣବଶତଃ ଭାରସାମ୍ୟ ହରାଇ ଟ୍ରେନ୍ ଟ୍ରାକ ଉପରକୁ ଚଢିଯାଇଥିଲା । ଫଳରେ ବସର ସମୁଖ ଭାଗ ସମୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଏଥିରେ ଥିବା ଯାତ୍ରୀ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । 

ସୌ(ସୋସିଆଲ ମିଡିଆ)

Accident News: ଶନିବାର ଦିନ ସକାଳୁ ସକାଳୁ ସମ୍ବଲପୁର ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା (Accident) । ରେଲୱ ଟ୍ରାକକୁ (railway track) ଚଢିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି ଏକ ଯାତ୍ରୀବାହୀ ବସ । ଫଳରେ ଏଥିରେ ଥିବା ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ବସ ହେଲପରଙ୍କ ଗୋଡ଼ ଛିଣ୍ତିଯାଇଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ବସଟି୍ ଟ୍ରାକ ଉପରେ ଥିବାରୁ ଏହି ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସୂଚନାଯାଗ୍ୟ, ନଡ଼ିଆରାଣୀ ନାମକ ଏକ ଘରୋଇ ବସଟି ସମ୍ବଲପୁର ଲକ୍ଷ୍ମୀ ଡୁଙ୍ଗୁରୀ ଅଭିମୁଖେ ଯାଉଥିବା ସମୟରେ କୌଣସି କାରଣବଶତଃ ଭାରସାମ୍ୟ ହରାଇ ଟ୍ରେନ୍ ଟ୍ରାକ ଉପରକୁ ଚଢିଯାଇଥିଲା । ଫଳରେ ବସର ସମୁଖ ଭାଗ ସମୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଏଥିରେ ଥିବା ଯାତ୍ରୀ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନଥିବା ବେଳେ ହେଲପରଙ୍କ ଗୋଡ଼ ଛିଣ୍ତିଯାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତଯାଇଥିବା ବେଳେ ଟ୍ରାକର ଅତି ପାଖରେ ବସଟି ରହିଥିବାରୁ ବର୍ତ୍ତମାନ ଏହି ରୁଟରେ ସମସ୍ତ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି । ସେହି ଟ୍ରାକ୍ ଦେଇ ଆସୁଥିବା ଏକ ଟ୍ରେନଟି ପ୍ରାୟ ୮୦୦ ମିଟର ଦୂରରେ ଅଟକି ରହିଛି । ଘଟଣାସ୍ଥଳରେ, ସ୍ଥାନୀୟ ଲୋକେ ବସ ଭିତରୁ ଯାତ୍ରୀ ଉଦ୍ଧାର କରିଥିଲେ । ତେବେ ବସକୁ ଟ୍ରେନ୍ ଟ୍ରାକ୍ ପାଖରୁ ବାହାର କରିବା ନେଇ ଉଦ୍ୟମ ଜାରି ରହିଛି । ତେବେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏହି ବସରେ କେତେ ଜଣ ଯାତ୍ରୀ ରହିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।

ଏହା ବି ପଢନ୍ତୁ-Odisha News: ଡ଼େଙ୍ଗୁ ପରେ ରାଜ୍ୟରେ ଆଖିଧରା ସଂକ୍ରମଣ ଆତଙ୍କ, ହଟସ୍ପଟ୍ ପାଲଟିଛି ଏହି ସ୍ଥାନ

ଏହା ବି ପଢନ୍ତୁ-Odisha Train Accident: ରାତାରାତି କୋର୍ଟରେ ହାଜର ହେଲେ ବାହାନଗା ରେଳ ଦୁର୍ଘଟଣାର ଏହି ତିନି 'ଭିଲେନ୍'

ପ୍ରକାଶ ଥାଉ କି, ଶୁକ୍ରବାର ଦିନ ତେଲେଙ୍ଗାନାର ୟାଦାଦ୍ରି ଭୁବନଗିରି ଜିଲ୍ଲାରେ ଓଡିଶା ଦେଇ ହାୱଡ଼ାରୁ ସିକନ୍ଦରାବାଦ ଯାଉଥିବା ଫଲକନୁମା ଏକ୍ସପ୍ରେସର ୩ଟି ବଗି ଜଳି ଯାଇଥିଲା । ଏହି ଦୁର୍ଘଟଣାରେ କାହାରି କୌଣସି କ୍ଷତି ହୋଇନଥିବା ଜଣାପଡିଛି । ନିଆଁ ଲାଗିଥିବା ଜଣାପଡ଼ିବା ପରେ ଟ୍ରେନ୍ କୁ ତୁରନ୍ତ ଅଟକା ଯାଇ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବ ଉଦ୍ଧାର କରାଯାଇଥିଲା । ନିକଟରେ କେନ୍ଦୁଝର ଜିଲ୍ଲାରେ ବରଯାତ୍ରୀ ଯିବା ସମୟରେ ଘଟିଥିଲା ଏକ ଭୟଙ୍କର ସଡ଼କ ଦୁର୍ଘଟଣା (Road Accident) । ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଥିଲେ । ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ଏକ ବରଯାତ୍ରୀ ଦଳ ୨୦ ନମ୍ବର ଜାତୀୟ ରାଜପଥରେ ବାଜା ବଜାଇ ରୋଷଣ ନେଇ ଆସୁଥିଲେ । ବରଯାତ୍ରୀ ଷଠିଘର ନିକଟରେ ପହଁଞ୍ଚିବା ସମୟରେ ଏକ ଟ୍ରକଟି ଦୁତ୍ର ଗତିରେ ଆସି ବରଯାତ୍ରୀଙ୍କ (wedding procession) ଉପରକୁ ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା । ଗୁରୁତରଙ୍କ ମଧ୍ଯରୁ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୬ ଜଣ ଆହତଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣା (Accident) ପରେ ଉତ୍ତ୍ୟକ୍ତ ଲୋକେ ରାଜମୁଣ୍ତା- ପାଣିକୋଇଲି ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ବୁଝାସୁଝା କରିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିଥିଲା । ଏହି ଦୁର୍ଘଟଣା ପରେ ବର ବାହା ନ ହୋଇ ଫେରିଯାଇଥିବା ଜଣାପଡ଼ିଛି ।