Road Accident: ତିର୍ଥଯାତ୍ରୀ ବସକୁ ପିଟିଲା ଯାତ୍ରୀବାହୀ ବସ୍, ଘଟଣାସ୍ଥଳରେ ୬ ମୃତ , ଏକାଧିକ ଆହତ
Advertisement
Article Detail0/zeeodisha/odisha1802052

Road Accident: ତିର୍ଥଯାତ୍ରୀ ବସକୁ ପିଟିଲା ଯାତ୍ରୀବାହୀ ବସ୍, ଘଟଣାସ୍ଥଳରେ ୬ ମୃତ , ଏକାଧିକ ଆହତ

Road Accident: ଘଟିଲା ଭୟଙ୍କର ସଡକ ଦୁର୍ଘଟଣା। ତିର୍ଥଯାତ୍ରୀ ବସକୁ ପିଟିଲା ଯାତ୍ରୀବାହୀ ବସ୍ । ଦୁଇଟି ବସ୍ ମୁହାଁମୁହିଁ ଧକ୍କା ହେବା କାରଣରୁ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି। ୨୧ଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Road Accident: ରାସ୍ତାରେ ଛକି ବସିଥିଲା ଯମ।  ଭୟଙ୍କର ସଡକ ଦୁର୍ଘଟଣାରେ(Road Accident) ଗଲା ୬ ଜୀବନ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି। ମର୍ମନ୍ତୁଦ ସଡ଼କୁ ଦୁର୍ଘଟଣାରେ (Road Accident)୬ ଜଣଙ୍କର (6 Killed) ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ଆହତ(21 Injured) ହୋଇଛନ୍ତି। ତିର୍ଥଯାତ୍ରୀ ବସକୁ ପିଟିଲା ଯାତ୍ରୀବାହୀ ବସ୍  ।  ଦୁଇଟି ବସ୍ ମୁହାଁମୁହିଁ ଧକ୍କା ହେବା କାରଣରୁ ଏହି ଦୁର୍ଘଟଣା ଘଟିଛି । ୨୧ଙ୍କ ମଧ୍ୟରୁ  କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ମହାରାଷ୍ଟ୍ର ବୁଲଧାନା ଜିଲ୍ଲାର (Road Accident in Buldhana District) ମଲକପୁର ଅଞ୍ଚଳରେ(Malkapur area)ଏହି ଦୁର୍ଘଟଣା ଘଟିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ 

 

Also Read: Horoscope Today 30 July 2023: ଏହି ରାଶିର ବ୍ୟକ୍ତିଙ୍କୁ ବ୍ୟବସାୟରେ ଆୟ ଉତ୍ତମ ହେବା ସହ ମିଳିବ ସୁସମ୍ବାଦ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର?

Also Read: July 30,2023 Odia Panji: ପାଞ୍ଜି ଅନୁସାରେ ଜାଣନ୍ତୁ, ଆଜିର ଶୁଭ ଓ ଅଶୁଭ ସମୟ

ସୂଚନା ଅନୁସାରେ, ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଏକ ତିର୍ଥଯାତ୍ରୀ ବସ୍ ବିଳମ୍ବିତ ରାତିରେ ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲାକୁ ଫେରୁଥିଲା। ରାତି ଅଧିକ ହୋଇଥିବାରୁ ବସଟି ଦ୍ରୃତଗତିରେ ଯାଉଥିଲା । ସେହି ସମୟରେ ଆଉ ଏକ ଯାତ୍ରୀବାହୀ ବସ୍ ସାମ୍ନା ପଟୁ ଆସି ତିର୍ଥଯାତ୍ରୀ ବସକୁ ପିଟିଥିଲା। ଫଳରେ ବଡ ଧରଣରେ ଦୁର୍ଘଟଣା ଘଟିଥିଲା। ପରେ କିଛି ସ୍ଥାନୀୟ ଲୋକେ ଦୁର୍ଘଟଣା ନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  ସେପଟେ, ଖବର ପାଇ ଉଦ୍ଧାରକାରୀ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲା । କିନ୍ତୁ ବିଳମ୍ବିତ ରାତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । 

ବସ କଟାଯାଇ ଯାତ୍ରୀଙ୍କୁ ବାହାରକୁ କଢା ଯାଇଥିଲା।  ଏହି ଭୟଙ୍କର ଦୁର୍ଘଟଣାରେ ତିର୍ଥଯାତ୍ରୀ ବସ୍ ଡ୍ରାଇଭରଙ୍କ ସମେତ ୬ ଜଣଙ୍କ ମୃତ୍ୟୁ  ହୋଇଥିବା ବେଳେ ୨୧ ଜଣ ଯାତ୍ରୀ ଆହତ ହୋଇଛନ୍ତି।  ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲକୁ ପଠାଯାଇଛି । ସେପଟେ କିଛି ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଇଛି ।  ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ଦୁର୍ଘଟଣା ଘଟାଇଥିବା ଘରୋଇ ବସ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ଥିବା ଜଣାପଡିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି। 

ସେପଟେ ଏହି ଦୁର୍ଘଟଣାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ୍ ସିନ୍ଦେ (Maharashtra Chief Minister Eknath Shinde) ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଏହାସହ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ, ଏହି ଦୁର୍ଘଟଣାକୁ ନେଇ ଶୋକପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi)।