Abdul Karim Telgi: କିଏ ଏହି ଅବଦୁଲ କରିମ ତେଲଗୀ? ଯିଏ ୩,୦୦,୦୦,୦୦, ୦୦, ୦୦୦ କୋଟି ଟଙ୍କାର ଷ୍ଟାମ୍ପ ପେପର ସ୍କାମରେ ମୃତ୍ୟୁ ପରେ ହେଲେ ନିର୍ଦ୍ଦୋଷରେ ଖଲାସ
Advertisement
Article Detail0/zeeodisha/odisha1814428

Abdul Karim Telgi: କିଏ ଏହି ଅବଦୁଲ କରିମ ତେଲଗୀ? ଯିଏ ୩,୦୦,୦୦,୦୦, ୦୦, ୦୦୦ କୋଟି ଟଙ୍କାର ଷ୍ଟାମ୍ପ ପେପର ସ୍କାମରେ ମୃତ୍ୟୁ ପରେ ହେଲେ ନିର୍ଦ୍ଦୋଷରେ ଖଲାସ

Abdul Karim Telgi Stamp Paper Scam: ୧୯୯୦ ଦଶକରୁ  ୨୦୦୦ ମସିହା ମଧ୍ୟରେ ହୋଇଥିବା ବହୁଚର୍ଚ୍ଚିତ ଷ୍ଟାମ୍ପ ପେପର ଦୁର୍ନୀତି ପାଇଁ ଚର୍ଚ୍ଚାକୁ ଆସିଥିଲେ ଅବଦୁଲ କରିମ ତେଲଗି।

Abdul Karim Telgi: କିଏ ଏହି ଅବଦୁଲ କରିମ ତେଲଗୀ? ଯିଏ ୩,୦୦,୦୦,୦୦, ୦୦, ୦୦୦ କୋଟି ଟଙ୍କାର ଷ୍ଟାମ୍ପ ପେପର ସ୍କାମରେ ମୃତ୍ୟୁ ପରେ ହେଲେ ନିର୍ଦ୍ଦୋଷରେ ଖଲାସ

Abdul Karim Telgi Scam Amount: ଖୁବ୍ ଶୀଘ୍ର ଅବଦୁଲ୍ କରିମ୍ ତେଲଗିଙ୍କ ମହଘୋଟାଲା ସମ୍ପର୍କିତ କାହାଣୀ OTT ମାଧ୍ୟମରେ ପ୍ରଦର୍ଶିତ ହେବ। ହର୍ଷଦ ଚୋପ୍ରା ଅବଦୁଲ୍ କରିମ୍ ତେଲଗି କାହାଣୀ ନେଇ ଆସୁଛନ୍ତି। ଏହା ପୂର୍ବରୁ ସେ ହର୍ଷଦ ମେହେତାଙ୍କ ସ୍କାମ ସହ ଜଡ଼ିତ ଏକ ୱେବ୍ ସିରିଜ୍ କରି ସାରିଛନ୍ତି। ଅବଦୁଲ କରିମ ତେଲଗିଙ୍କ ସ୍କାମ ହର୍ଷଦ ମେହେଟ୍ଟାଙ୍କ ସ୍କାମ ଠାରୁ ପ୍ରାୟ ୬ ଗୁଣ ବଡ଼।  ଅବଦୁଲ୍ କରିମ୍ ତେଲଗି କରିଥିବା ଘୋଟାଲା ଏତେ ବଡ଼ ଯେ ତାଙ୍କ ଦ୍ୱାରା ବଜାରରେ ବିକ୍ରି ହୋଇଥିବା ସମସ୍ତ ନକଲି ଷ୍ଟାମ୍ପ କାଗଜପତ୍ରକୁ ସରକାର ଆଇନଗତ ମାନ୍ୟତା ଦେଇ ଦେଇଥିଲେ। ମହା କରିବାକୁ ପଡୁଥିବାରୁ ଏହା ଆକଳନ କରାଯାଇପାରିବ। ମହାଘୋଟଲା ମାଷ୍ଟର ମାଇଣ୍ଡ କୁହାଯାଇଥିବା ଅବଦୁଲ କରିମ ତେଲଗିଙ୍କ ଜୀବନ ସହ ଜଡିତ ୧୦ ଗୁରୁତ୍ୱପୂର୍ଣ୍ଣ କଥା ବିଷୟରେ ଜାଣନ୍ତୁ।

  • ଅବଦୁଲ କରିମ ତେଲଗିଙ୍କ (Abdul Karim Telgi) ପିତା ଜଣେ ରେଳବାଇ କର୍ମଚାରୀ ଥିଲେ। ପିତାଙ୍କ ମୃତ୍ୟୁ ପରେ ପରିବାରର ଦାୟିତ୍ୱ ଅବଦୁଲ ଉପରକୁ ଆସିଯାଇଥିଲା। ଏହା ପରେ ସେ ତାଙ୍କ ପରିବାରକୁ ସହାୟତା କରିବା ପାଇଁ ରେଳ ଷ୍ଟେସନ ବାହାରେ ଏକ ଠେଲା ଲଗାଇ ଫଳ ପନିପରିବା ବିକ୍ରି କରିବା ଆରମ୍ଭ କରିଥିଲେ।
  • ଘର ପରିବାର ଚଳାଇବା ସହ କୌଣସି ପ୍ରକାରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ପାରିଥିଲା ଅବଦୁଲ କରିମ ତେଲଗୀ। ହେଲେ ଅଧିକ ଅର୍ଥ ରୋଜଗାର କରିବା ଆଶାରେ ସେ ସାଉଦି ଆରବ ଚାଲି ଯାଇଥିଲା। ସେଠାକୁ ଚାଲି ଯିବା ପରେ ତେଲଗି ଟଙ୍କା ରୋଜଗାର କରିବାରେ ଅଭ୍ୟସ୍ତ ହୋଇଗଲେ। ଏହା ପରେ ସେ ସାଉଦି ଆରବରୁ ମାୟାନଗରୀ ମୁମ୍ବାଇ ଚାଲି ଆସିଥିଲେ।
  • ୧୯୮୦ ଦଶକରେ ମୁମ୍ବାଇରେ ରହିବା ସମୟରେ ଅବଦୁଲ କରିମ ତେଲଗି ଲୋକଙ୍କ ପାଇଁ ନକଲି ପାସପୋର୍ଟ ତିଆରି କରିବା ଆରମ୍ଭ କରିଥିଲେ। ଏହି ମାମଲାରେ ୧୯୯୧ ମସିହାରେ ମୁମ୍ବାଇ ପୋଲିସ ତାଙ୍କୁ ଗିରଫ କରିଥିଲା। ଏହି ମାମଲାରେ ଜେଲ ଯିବା ପରେ ହିଁ ଜାଲ୍ ଷ୍ଟାମ୍ପ ପେପର ବିକ୍ରୟ କରିବାର ଯୋଜନା ତାଙ୍କ ମନକୁ ଆସିଥିଲା। 
  • ଅବଦୁଲ କରିମ ତେଲଗି ଜେଲ ଯିବା ପରେ ଜଣେ କଏଦୀ କହିଛନ୍ତି ଯେ ହର୍ଷଦ ମେହେତାଙ୍କ ସେୟାର ମାର୍କେଟ ସ୍କାମ (Harshad Mehta Share Market Scam) କାରଣରୁ ବଜାରରେ ଷ୍ଟାମ୍ପ ପେପର (Stamp Paper Scam) ଅଭାବ ରହିଛି। ତେଲଗି ଏହା ମଧ୍ୟ ଜାଣିବାକୁ ପାଇଥିଲେ ଯେ ଲୋକେ ପୁରୁଣା ଅଂଶଧନ ସ୍ଥାନାନ୍ତର ପ୍ରମାଣପତ୍ରରୁ ଷ୍ଟାମ୍ପ ପେପର ବାହାର କରି ଏହାକୁ ବ୍ୟବହାର କରୁଛନ୍ତି।
  • ଏହା ପରେ ଅବଦୁଲ କରିମ ତେଲଗି ୧୯୯୨ ମସିହାରୁ ୨୦୦୨ ପର୍ଯ୍ୟନ୍ତ ଏହି ଷ୍ଟାମ ପେପର ଘୋଟାଲା (Abdul Karim Telgi Stamp Paper Scam) କରିଥିଲେ। ମହାରାଷ୍ଟ୍ରରେ ଷ୍ଟାମ୍ପ ପେପର ଘୋଟାଲାରେ ତେଲଗି ବିରୋଧରେ ୧୨ ମାମଲା ରୁଜୁ ହୋଇଥିଲା। ଅନ୍ୟ ରାଜ୍ୟରେ ତାଙ୍କ ବିରୋଧରେ ଆହୁରି ୧୫ ମାମଲା ରୁଜୁ ହୋଇଥିଲା। ଗତ ୨୦୦୧ ବର୍ଷରେ ତେଲଗୀଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା। ଜେରା ବେଳେ ତେଲଗୀ ଅନେକ ପୋଲିସ ଅଧିକାରୀ ଏବଂ ରାଜନେତାଙ୍କ ନାମ ନେଇଥିଲେ।
  • ତେଲଗିଙ୍କ ଷ୍ଟାମ୍ପ ପେପର ଘୋଟାଲାରେ ଜଣେ ସହକାରୀ ପୋଲିସ ଇନ୍ସପେକ୍ଟର ଦିଲୀପ କାମାଥଙ୍କ ନାମ ସାମ୍ନାକୁ ଆସିଥିଲା। ଯେତେବେଳେ ଏହି ଘଟଣାର ତଦନ୍ତ ଆରମ୍ଭ ହେଲା, ସେତେବେଳେ ଜଣାପଡିଲା ଯେ ତାଙ୍କ ଦରମା ହେଉଛି ୯୦୦୦ ଟଙ୍କା। ଅନୁସନ୍ଧାନ ସମୟରେ ତାଙ୍କ ପାଖରୁ ୧୦୦ କୋଟି ଟଙ୍କା ସମ୍ପତ୍ତି ମିଳିଥିଲା। ସେହିଭଳି କ୍ରାଇମ ବ୍ରାଞ୍ଚ ଇନ୍ସପେକ୍ଟର ବଶିଷ୍ଠ ଅନ୍ଦାଲେଙ୍କ ପାଖରୁ ୧୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ମିଳିଥିଲା।
  • ଷ୍ଟାମ୍ପ ପେପର ଦୁର୍ନୀତି ମାମଲାରେ ଯେତେବେଳେ ଅବଦୁଲ କରିମ ତେଲଗି ଜେଲ ଗଲା, ସେତେବେଳେ ତାଙ୍କର ବିଳାସ ବ୍ୟସନ ଜୀବନ ମଧ୍ୟ ଶେଷ ହୋଇନଥିଲା। ପୂର୍ବତନ ଡିଜି (ଜେଲ) ଡି.ରୂପା ଅଭିଯୋଗ କରିଛନ୍ତି ଯେ ସେ କାରାଗାରରେ ରହିଥିବା ସମୟରେ ସମସ୍ତ ବିଳାସପୂର୍ଣ୍ଣ ସୁବିଧା ପାଇଥିଲେ।
  • ଗତ ୨୦୦୭ ବର୍ଷରେ କୋର୍ଟ ଅବଦୁଲ କରିମ ତେଲଗିଙ୍କୁ ୩୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ ଏବଂ ୨୦୨ କୋଟି ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ତାଙ୍କର ବାକି ସାଥୀଙ୍କୁ ୬-୬ ବର୍ଷ ଦଣ୍ଡାଦେଶ ମିଳିଥିଲା। ଗତ ୨୦୧୮ ବର୍ଷରେ ମହାରାଷ୍ଟ୍ର ନାଶିକ ସେସନ କୋର୍ଟ ପ୍ରମାଣ ଅଭାବରୁ ଅବଦୁଲ କରିମ ତେଲଗିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ।
  • ଗତ ୨୦୧୭ ବର୍ଷରେ ଅବଦୁଲ କରିମ ତେଲଗିଙ୍କ ବାଙ୍ଗାଲୋର ସ୍ଥିତ ଏକ ସରକାରୀ ଡାକ୍ତରଖାନାରେ ମୃତ୍ୟୁ (Abdul Karim Telgi Death) ହୋଇଥିଲା। ତେଲଗିଙ୍କ ମୃତ୍ୟୁର କାରଣ ହେଉଛି ଏକାଧିକ ଶରୀରର ଏକାଧିତ ଅଙ୍ଗ କାମ ନ କରିବା। ଯେତେବେଳେ ତେଲଗୀଙ୍କୁ ଗିରଫ କରାଯାଇଥିଲା, ସେତେବେଳେ ସେ ମଧୁମେହ ଏବଂ ଏଚ୍.ଆଇ.ଭି ପୀଡ଼ିତ ଥିଲେ।  ଗିରଫ ହେବା ପରେ ତେଲଗିଙ୍କୁ ଏଚ୍‌ଆଇଭି ଇଞ୍ଜେକ୍ସନ ଦିଆଯାଇଥିବା ଅଭିଯୋଗ ହୋଇଥିଲା।
  • ଅବଦୁଲ କରିମ ତେଲଗିଙ୍କ ପ୍ରେମ ସମ୍ପର୍କ ମୁମ୍ବାଇର ପ୍ରସିଦ୍ଧ ବାର ଡ୍ୟାନର୍ସ ତରୁନ୍ନମ୍ ଖାନଙ୍କ ସହ ରହିଥିଲା। କୁହାଯାଏ ଯେ ଅବଦୁଲ କରିମ ତେଲଗୀ ଗୋଟିଏ ରାତିରେ ତାରନ୍ନମ୍ ଙ୍କ ନୃତ୍ୟରେ ୯୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ।