Vande Bharat Express: ଟଙ୍କା ଖର୍ଚ୍ଚ ନକରି.. ବନ୍ଦେ ଭାରତ ଟ୍ରେନର ମଜା !
Advertisement
Article Detail0/zeeodisha/odisha1755456

Vande Bharat Express: ଟଙ୍କା ଖର୍ଚ୍ଚ ନକରି.. ବନ୍ଦେ ଭାରତ ଟ୍ରେନର ମଜା !

ଭାରତୀୟ ରେଳବାଇର ସବୁଠାରୁ ପ୍ରିମିୟମ୍ ଟ୍ରେନ୍ (Premium Train) ବନ୍ଦେ ଭାରତ ଏକ୍ସପ୍ରେସ ସହିତ ଏପରି କିଛି ଘଟିଛି, ଯେଉଁଥିପାଇଁ ଅଧିକାରୀଙ୍କୁ ନାକେଦମ୍ ହେବାକୁ ପଡ଼ିଛି। ଜଣେ ଯୁବକ ବିନା ଟିକେଟ (Ticket)ରେ ଟ୍ରେନରେ ଚଢ଼ି ଯାଇଥିଲା। ଆଉ ଟିଟିଆଇ (TTI) ଡରରେ ଟ୍ରେନର ଶୌଚାଳୟରେ ଲୁଚି ରହିଥିଲା କଲେ । ତାଙ୍କୁ ବାହାରକୁ ଆଣିବା ପାଇ

Vande Bharat Express: ଟଙ୍କା ଖର୍ଚ୍ଚ ନକରି.. ବନ୍ଦେ ଭାରତ ଟ୍ରେନର ମଜା !

Vande Bharat Express: ଭାରତୀୟ ରେଳବାଇର ସବୁଠାରୁ ପ୍ରିମିୟମ୍ ଟ୍ରେନ୍ (Premium Train) ବନ୍ଦେ ଭାରତ ଏକ୍ସପ୍ରେସ ସହିତ ଏପରି କିଛି ଘଟିଛି, ଯେଉଁଥିପାଇଁ ଅଧିକାରୀଙ୍କୁ ନାକେଦମ୍ ହେବାକୁ ପଡ଼ିଛି। ଜଣେ ଯୁବକ ବିନା ଟିକେଟ (Ticket)ରେ ଟ୍ରେନରେ ଚଢ଼ି ଯାଇଥିଲା। ଆଉ ଟିଟିଆଇ (TTI) ଡରରେ ଟ୍ରେନର ଶୌଚାଳୟରେ ଲୁଚି ରହିଥିଲା କଲେ । ତାଙ୍କୁ ବାହାରକୁ ଆଣିବା ପାଇଁ ରେଳ ଅଧିକାରୀଙ୍କୁ ବହୁ ସଂଘର୍ଷ କରିବାକୁ ପଡିଥିଲା। ବାହାରକୁ ଆଣିବା ପାଇଁ ଅଧିକାରୀମାନେ ତାକୁ ବହୁତ ବୁଝାଇଥିଲେ ଓ ନିବେଦନ କରିଥିଲେ ମଧ୍ୟ, ସେ ଆସିବାକୁ ପ୍ରସ୍ତୁତ ନଥିଲା, ଏହା ପରେ ଅଧିକାରୀମାନଙ୍କୁ ଟ୍ରେନ ଶୌଚାଳୟର କବାଟକୁ ଭାଙ୍ଗିବାକୁ ପଡିଥିଲା।

ଯେତେବେଳେ ଏହି ଯୁବକ ବନ୍ଦେ ଭାରତ ଏକ୍ସପ୍ରେସର ୱାଶରୁମ୍ (Washroom) ଭିତରକୁ ପଶିଗଲେ, ସେ ନାଲି ଚେକ୍ ଥିବା ଟି-ସାର୍ଟ (T Shirt) ପିନ୍ଧିଥିଲେ ଓ ଯୁବକ ଜଣକ ବହୁତ ଡରି ଯାଇଥିଲେ । ୱାଶରୁମରୁ ବାହାରକୁ ଆଣିବା ପରେ ରେଳ ସୁରକ୍ଷା ବଳ (Railway Police)ର ଅଧିକାରୀମାନେ ଯୁବକଙ୍କୁ ପଚରାଉଚରା କରିଥିଲେ। ରେଳ ଅଧିକାରୀଙ୍କ ଅନୁଯାୟୀ, ପ୍ରଥମେ ଯୁବକ ଜଣକ ନିଜକୁ ମହାରାଷ୍ଟ୍ର (Maharashtra)ର ବାସିନ୍ଦା ବୋଲି କହିଥିଲେ। ଯୁବକ ଜଣକ ହିନ୍ଦୀରେ କଥା ହେଉଥିଲେ। ଏହା ପରେ ସେ କହିଥିଲେ ଯେ ସେ କାସାରାଗୋଡର ବାସିନ୍ଦା। ବାସ୍ତବରେ, ରବିବାର (Sunday) ଦିନ ଜଣେ ଯୁବକ କେରଳର କାସାରାଗୋଡରୁ ଟ୍ରେନରେ ଚଢ଼ି ଟ୍ରେନର ଶୌଚାଳୟରେ ନିଜକୁ  ଲକ୍ କରି ଦେଇଥିଲେ। ଏହି ବ୍ୟକ୍ତି ଶୌଚାଳୟରୁ ବାହାରକୁ ଆସିବାକୁ ପ୍ରସ୍ତୁତ ନଥିଲେ। ତାଙ୍କର ଏପରି କାର୍ଯ୍ୟକଳାପ ଅନ୍ୟ ଯାତ୍ରୀ ଓ ରେଳ ଅଧିକାରୀମାନଙ୍କୁ ନାକେଦମ୍ କରିଦେଇଥିଲା । ରେଳ ଅଧିକାରୀ କହିଛନ୍ତି ଯେ ଟ୍ରେନ୍ ଶର୍ନୁର ରେଳ ଷ୍ଟେସନରେ ପହଞ୍ଚିବା ପରେ ତାଙ୍କୁ ଶୌଚାଳୟର କବାଟ ଭାଙ୍ଗି ଟାଣି ଟାଣି  ବାହାରକୁ ଅଣାଯାଇଥିଲା।

ବାହାରକରିବା ପରେ ପଚରାଉଚରା 
ସୂଚନାନୁସାରେ, ଯେତେବେଳେଯୁବକ ଜଣକୁ ବାହାରକୁ ଅଣାଯାଇଥିଲା, ସେ ବହୁତ ଡରି ଯାଇଥିଲା ଓ ତାଙ୍କୁ ରେଳବାଇ ପୋଲିସ ଅଧିକାରୀମାନେ ଲଗାତାର ପଚରାଉଚରା କରିଥିଲେ । ଏହି ବ୍ୟକ୍ତି ପ୍ରଥମେ ଦାବି କରିଥିଲେ ଯେ ସେ ମହାରାଷ୍ଟ୍ରର ଓ ହିନ୍ଦୀରେ କହୁଥିଲେ କିନ୍ତୁ ପରେ ସେ କହିଥିଲେ, ସେ କାସରଗୋଡରୁ ଆସିଛନ୍ତି। ଏଭଳି ସ୍ଥିତିରେ ରେଳ ଅଧିକାରୀମାନେ ତାଙ୍କ ପରିଚୟ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହାଁନ୍ତି।

ବ୍ୟକ୍ତି ଜଣକ ଟ୍ରେନରେ ଚଢିବାର କାରଣ କହିଥିଲେ

ଏହି ବିଷୟରେ ସୂଚନା ଦେଇ ରେଳ ଅଧିକାରୀ କହିଛନ୍ତି ଯେ, ଅଜ୍ଞାତ ବ୍ୟକ୍ତି ଜଣକ ବିନା ଟିକେଟରେ ଯାତ୍ରା କରୁଥିଲେ । ବ୍ୟକ୍ତି ଜଣକ କହିଛନ୍ତି, କେହି ତାଙ୍କ ପିଛା କରୁଥିଲେ ଓ ନିଜକୁ ବଞ୍ଚାଇବା ପାଇଁ ସେ ବନ୍ଦେ ଭାରତ ଶୌଚାଳୟ ଭିତରକୁ ପଶି  ନିଜକୁ ବନ୍ଦ କରିଦେଇ ଥିଲେ । ଏଭଳି ପରିସ୍ଥିତିରେ ଯେତେବେଳେ ଟ୍ରେନ କନ୍ନୁର ଓ କୋଜିକୋଡେ ଷ୍ଟେସନରେ ଅଟକି ରହିଥିଲା, ସେତେବେଳେ ଆରପିଏଫ ଓ ଅନ୍ୟ ଅଧିକାରୀଙ୍କ କହିବା ସତ୍ତ୍ବେ ମଧ୍ୟ ସେ ଶୌଚାଳୟରୁ ବାହାରି ନଥିଲେ, ପରେ ଅଧିକାରୀମାନେ ତାଙ୍କୁ ଶୋର୍ନୁର ରେଳ ଷ୍ଟେସନର କବାଟ ଭାଙ୍ଗି ବାଧ୍ୟ କରି ବାହାରକୁ ନେଇ ଯାଇଥିଲେ।

ଆପଣଙ୍କୁ କହିରଖୁଛୁ ଆସନ୍ତାକାଲି ଅର୍ଥାତ ୨୭  ଜୁନ୍ ରେ, ଭାରତୀୟ ରେଳ ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକାସାଙ୍ଗରେ ପାଞ୍ଚଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇବେ । ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ରାଜଧାନୀ ଭୋପଲରୁ ରାନୀ କମଳାପତି-ଜବଲପୁର ବନ୍ଦେ ଭାରତ ଏକ୍ସପ୍ରେସ, ଖଜୁରାହୋ-ଭୋପାଲ-ଇନ୍ଦୋର ବନ୍ଦେ ଭାରତ ଏକ୍ସପ୍ରେସ, ମାଡଗାଓଁ-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ। -ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ ଓ ହାଟିଆ-ପାଟନା ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇବେ ।

ସୂଚନାଯୋଗ୍ୟ, ବନ୍ଦେ ଭାରତ ଟ୍ରେନ କେଉଁ ନା କେଉଁ କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଆସୁଛି । କେଉଁଠି ସାମାନ୍ୟ ଧକ୍କାରେ ଗାଡିର ଆଗ ପାର୍ଶ୍ୱ ସମ୍ପୂର୍ଣ୍ଣ ନଷ୍ଟ ହେଉଛି ତ ଅନ୍ୟ କେଉଁଠି କାଳବୈଶାଖି ପ୍ରଭାବରୁ ଗାଡି କ୍ଷତିଗ୍ରସ୍ତ ହେଉଛି । ତେବେ ଏହା ଏପରି ଘଟଣା ଯାହା କିଛି ଭିନ୍ନ ଢଙ୍ଗରେ ଚର୍ଚ୍ଚା ସୃଷ୍ଟି କରିଛି । କିଛି ବ୍ୟକ୍ତି ଏହି ଘଟଣାକୁ ନେଇ ମଜା ଉଡାଉଥିବା ଦେଖିବାକୁ ମିଳିଛି ।

Also read- କ୍ୱାଲିଟି କାଉନସିଲ ଅଫ ଇଣ୍ଡିଆ ଏବଂ ଓଡ଼ିଶା ସରକାରଙ୍କ ଦ୍ବାରା ଭୁବନେଶ୍ୱରରେ ଆରମ୍ଭ ହେଲା ‘ଓଡ଼ିଶା ଗୁଣବତ୍ତା ସଂକଳ୍ପ’