School closed​: ରାଜ୍ୟରେ ବର୍ଷା ବିତ୍ପାତ , ଆଜି ୯ ଜିଲ୍ଲାର ସ୍କୁଲ ଛୁଟି
Advertisement
Article Detail0/zeeodisha/odisha1807893

School closed​: ରାଜ୍ୟରେ ବର୍ଷା ବିତ୍ପାତ , ଆଜି ୯ ଜିଲ୍ଲାର ସ୍କୁଲ ଛୁଟି

School closed​: ଲଗାଣ ବର୍ଷାରେ ଟୁଇନ୍ ସିଟି ଭାସୁଥିବା ବେଳେ ଅନ୍ୟ ଜିଲ୍ଲାରେ ମଧ୍ୟ ବନ୍ୟା ପରିସ୍ଥିତି ଉପୁଜିଛି । ଫଳରେ ପରିସ୍ଥିତି ସଙ୍ଗୀନ୍ ରହିଛି । କିଛି ସ୍ଥାନରେ ଲୋକଙ୍କ ଘରେ ପାଣି ପଶି ଯାଇଥିବା ବେଳେ ଗମନାଗମନ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଏନେଇ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ କହିଛି ପ୍ରଶାସନ । ବର୍ଷା ବିତ୍ପାତ (heavy rain)ଯୋଗୁଁ, ଆଜି ୯ଟି ଜିଲ୍ଲାରେ ସରକାରୀ ଓ ବେସରକାରୀ ସ୍କୁଲ ସହ ଅଙ୍ଗନବାଡିକୁ ଗୁଡିକୁ ଛୁଟି ଘୋଷଣା କରାଯାଇଛି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

School closed​: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା (Heavy rain) । ଲଘୁଚାପ ଜନିତ ବର୍ଷା ଯୋଗଁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି । ଏପରି ବାଦଲ ଫଟା ବର୍ଷା ଦୁଇ ଦିନ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ (IMD)ପକ୍ଷରୁ ଆକଳନ କରାଯାଇଛି । ତେବେ, ଲଗାଣ ବର୍ଷାରେ ଟୁଇନ୍ ସିଟି ଭାସୁଥିବା ବେଳେ ଅନ୍ୟ ଜିଲ୍ଲାରେ ମଧ୍ୟ ବନ୍ୟା ପରିସ୍ଥିତି (odisha flood) ଉପୁଜିଛି । ଫଳରେ ପରିସ୍ଥିତି ସଙ୍ଗୀନ୍ ରହିଛି । କିଛି ସ୍ଥାନରେ ଲୋକଙ୍କ ଘରେ ପାଣି ପଶି ଯାଇଥିବା ବେଳେ ଗମନାଗମନ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଏନେଇ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ କହିଛି ପ୍ରଶାସନ । ବର୍ଷା ବିତ୍ପାତ (heavy rain)ଯୋଗୁଁ, ଆଜି ୯ଟି ଜିଲ୍ଲାରେ (9 District Schools closed due to heavy) ସରକାରୀ ଓ ବେସରକାରୀ ସ୍କୁଲ ସହ ଅଙ୍ଗନବାଡିକୁ ଗୁଡିକୁ ଛୁଟି ଘୋଷଣା କରାଯାଇଛି । ତେବେ ସେହି ଜିଲ୍ଲା ଗୁଡିକ ହେଲା, ସୁବର୍ଣ୍ଣପୁର, କେନ୍ଦୁଝର, ରାୟଗଡ଼ା, ବଲାଙ୍ଗିର, ଝାରସୁଗୁଡ଼ା, ମୟୂରଭଞ୍ଜ, ସୁନ୍ଦରଗଡ଼,  ଅନୁଗୁଳ ଓ ବରଗଡ଼ ଜିଲ୍ଲାର ସ୍କୁଲ ଗୁଡିକ ବନ୍ଦ ରହିବ ବୋଲି ସମ୍ପୃକ୍ତ ଜିଲ୍ଲାପାଳ ମାନଙ୍କ ପକ୍ଷରୁ ଘୋଷଣା କରାଯାଇଛି ।  ସେହିପରି ଲଗାଣ ବର୍ଷା ଯୋଗୁଁ ଗତକାଲି( ବୁଧବାର) ମଧ୍ୟ ୫ଟି ସ୍କୁଲକୁ ଛୁଟି ଘୋଷଣା କରାଯାଇଥିଲା।  ନୂଆପଡ଼ା, କଳାହାଣ୍ଡି, କେନ୍ଦୁଝର, ବଲାଙ୍ଗୀର ଓ ସୁବର୍ଣ୍ଣପୁରର ସବୁ ସରକାରୀ ଓ ବେସରକାରୀ ସ୍କୁଲ ସହ  ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକ ମଧ୍ୟ ବନ୍ଦ ରହିଥିଲା। 

Also Read:  Grah Gochar In August 2023: ଆଜିଠୁ ଏହି ୪ ରାଶିରେ ଲାଗିଲା ଲଟେରୀ, ମାଟି ଧରିଲେ ହେବ ସୁନା!

Also Read: Horoscope Today Aug 3 2023: ଏହି ୪ ରାଶି ବ୍ୟକ୍ତିଙ୍କର ରହିଛି ଧନପ୍ରାପ୍ତିର ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଆଜିର ଦିନ?

ରାଜ୍ୟରେ ଆସିପାରେ ବନ୍ୟା, କାରଣ ବିଭିନ୍ନ ନଦୀରେ ଜଳସ୍ତର ବିପଦ ସଂଙ୍କେତ ଅତିକ୍ରମ କରିସାରିଛି। ବଂଶଧାରା, ବୈତରଣୀ ନଦୀରେ ଜଳ ସ୍ତର ବିପଦ ସଙ୍କେତ ଅତିକ୍ରମ କରୁଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନଦୀର ଉପର ମୁଣ୍ଡରେ ଲଗାତାର ଏବଂ ପ୍ରବଳ ବର୍ଷା ହେବା କାରଣକୁ ବଂଶଧାରା ଏବଂ ବୈତରଣୀ ନଦୀ ଫୁଲିବା ନଦୀର ନିମ୍ନ ଭାଗରେ ଅବସ୍ଥିତ ଅଞ୍ଚଳ ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।  ଅନ୍ୟପକ୍ଷରେ ଲଗାତାର ବର୍ଷା ହେତୁ (Continuous Rain in Odisha) ବୈତରଣୀ ନଦୀର ଜଳ ସ୍ତର (Baitarani River Water Level) ମଧ୍ୟ ବୃଦ୍ଧି ପାଇ ରାଜଘାଟ (Rajghat Area Odisha) ଠାରେ ବିପଦ ସଙ୍କେତ ଅତିକ୍ରମ କରିଛି। ୩୬.୩୬ ମିଟର ବିପଦ ସଙ୍କେତ ଅତିକ୍ରମ କରି ନଦୀର (Baitarani River) ଜଳ ସ୍ତର ଏବେ ୩୯.୧୪ ମିଟର ରହିଛି। ଉଭୟ ବଂଶଧାରା ଏବଂ ବୈତରଣୀ ନଦୀରେ ଜଳ ସ୍ତର ବିପଦ ସଙ୍କେତ ଅତିକ୍ରମ (Water Level Crossed Danger Mark in Bansadhara and Baitarani River) କରୁଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। 

ଗଜପତି ଜିଲ୍ଲାରେ ବଂଶଧାରା ନଦୀର ଜଳ ସ୍ତର ବୁଧବାର ବିପଦ ସଙ୍କେତ ଅତିକ୍ରମ କରିସାରିଛି।  ସୂଚନା ଅନୁସାରେ ଗଜପତି ଜିଲ୍ଲାର (Gajapati District) କାଶୀନଗର (Kashinagar Area Gajapati) ଠାରେ ବଂଶଧାରା ନଦୀର ଜଳ ସ୍ତର (Bansadhara River Water Level) ୫୪.୯୦ ମିଟର ରହିଛି। ଯାହା ବିପଦ ସଂଙ୍କେତ ୫୪.୬୦ ମିଟର ଅତିକ୍ରମ କରିସାରିଛି। ନଦୀର ନିମ୍ନ ଅଞ୍ଚଳରେ ଜଳବନ୍ଦୀ ହେବାର ସମ୍ଭାବନାକୁ ନେଇ ସ୍ଥାନୀୟ ଲୋକ ଭୟଭୀତ ଅଛନ୍ତି। ପରିସ୍ଥିତିର ଜବାବରେ ଜିଲ୍ଲା ପ୍ରଶାସନ (Gajapati District Administration ) ଲୋକଙ୍କୁ ସତର୍କ ରହିବା ପାଇଁ କହିଦେଇଛି।