Ludhiana Gas Leak : ଗ୍ୟାସ୍ ଲିକ୍ ଯୋଗୁଁ ଅକାଳରେ ଚାଲିଗଲା ୯ ଶ୍ରମିକଙ୍କ ଜୀବନ, ଏକାଧିକ ଗୁରୁତର
Advertisement
Article Detail0/zeeodisha/odisha1674328

Ludhiana Gas Leak : ଗ୍ୟାସ୍ ଲିକ୍ ଯୋଗୁଁ ଅକାଳରେ ଚାଲିଗଲା ୯ ଶ୍ରମିକଙ୍କ ଜୀବନ, ଏକାଧିକ ଗୁରୁତର

Gas Leak News In Odia: ଅଶୁଭ ରବିବାର ! ଗ୍ୟାସ୍ ଲିକ୍ (Gas Leak) ଯୋଗୁଁ ଅକାଳରେ ଚାଲିଗଲା ୯ ଜୀବନ ,ଏକାଧିକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଆଜି (ରବିବାର) ସକାଳେ ପଞ୍ଜାବର ଲୁଧିଆନାରେ (Ludhiana Gas Leak)ଏକ ବଡ ଦୁର୍ଘଟଣା ଘଟିଛି (9 Dead After Gas Leak At Factory)। ଜିଆସପୁର ଅଞ୍ଚଳରେ ବିଷାକ୍ତ ଗ୍ୟାସ୍ ଲିକ୍ ହେବାରୁ ଘଟଣାସ୍ଥଳରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା (9 Dead After Gas Leak At Factory)ବେଳେ ୧୧ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Gas Leak News In Odia: ଅଶୁଭ ରବିବାର ! ଗ୍ୟାସ୍ ଲିକ୍ (Gas Leak) ଯୋଗୁଁ ଅକାଳରେ ଚାଲିଗଲା  ୯ ଜୀବନ ,ଏକାଧିକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।  ଆଜି (ରବିବାର) ସକାଳେ ପଞ୍ଜାବର ଲୁଧିଆନାରେ (Ludhiana Gas Leak)ଏକ ବଡ ଦୁର୍ଘଟଣା ଘଟିଛି (9 Dead After Gas Leak At Factory)। ଜିଆସପୁର ଅଞ୍ଚଳରେ ବିଷାକ୍ତ ଗ୍ୟାସ୍ ଲିକ୍ ହେବାରୁ ଘଟଣାସ୍ଥଳରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା (9 Dead After Gas Leak At Factory)ବେଳେ ୧୧ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।  ଗୁରୁତରଙ୍କୁ  ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ଅବସ୍ଥା ସଙ୍କାଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବ ବୋଲି ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନେଇ ପୁରା ଅଞ୍ଚଳକୁ ସିଲ୍ କରିଛି ପ୍ରଶାସନ। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଧିକ ଛାନଭିନ୍ ଜାରି ରଖିଛି। 

ସୂଚନା ଅନୁସାରେ,ପଞ୍ଜାବର ଲୁଧିଆନାର (Punjabs Ludhiana)ଜିଆସପୁର ଅଞ୍ଚଳରେ ଥିବା ଗୋୟଲ ମିଲକ୍ ପ୍ଲାଣ୍ଟରୁ କିଛି ବିଶାକ୍ତ ଗ୍ୟାସ୍ ଲିକ୍ (Ludhiana Gas Leak) ହୋଇଥିଲା ।  ଏହାର ସଂସ୍ପର୍ଶରେ ଆସିବା ଯୋଗୁଁ ଫ୍ୟାକ୍ଟ୍ରିରେ (Factory) କାମ କରୁଥିବା ୧୨ରୁ ଅଧିକ କର୍ମଚାରୀ ଅଚେତ ହୋଇପଡିଥିଲେ। ଏପରିକି ଘଟଣାସ୍ଥଳରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା । ଏନେଇ କମ୍ପାନୀ କର୍ତ୍ତୃପକ୍ଷ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା । ସ୍ଥିତି ଅସମ୍ଭାଳ ଦେଖି ପୋଲିସ ଏନଡିଆରଏଫ(NDRF) ଓ ଜିଲ୍ଲା ପ୍ରଶାସନକୁ ଖବର ଦେଇଥିଲା । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିଲେ। ଏବେବି ମିଲକ୍ ପ୍ଲାଣ୍ଟରେ କିଛି କର୍ମଚାରୀ ଫସି ରହିଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବିଶାନ୍ତ ଗ୍ୟାସ୍ ବ୍ୟାପିବା ଯୋଗୁଁ ସ୍ଥାନୀୟ ଅଞ୍ଚଳକୁ ସିଲ୍ କରାଯାଇଛି । ତେବେ, ଗ୍ୟାସ୍ ଲିକର କାରଣ ଅସ୍ପଷ୍ଟ ଥିବା ବେଳେ କେଉଁ ପରିସ୍ଥିତିରେ ଏସବୁ ହେଲେ ସେନେଇ ତଦନ୍ତ ଆରମ୍ଭ ହୋଇଛି।  ସେପଟେ, ଏହି ଘଟଣାନେଇ ଦୁଃଖ ପ୍ରକାଶ କରିଛନ୍ତି ପଞ୍ଜାମ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ(Punjab Chief Minister Bhagwant Mann ) ।  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ , ପୋଲିସ୍ ପ୍ରଶାସନ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ପ୍ରଭାବିତମାନଙ୍କୁ ସମସ୍ତ ସହାୟତା ପ୍ରଦାନ କରାଯିବ। ଏବଂ ପୁରା ଘଟଣା ଉପରେ ନଜର ରଖାଯାଇଛି ।

 

Also Read: IAS: ଆଇଏଏସ୍ ଅଧିକାରୀ ଉଦିତ୍ ପ୍ରକାଶ ରାୟଙ୍କୁ ଝଟକା, ତାଙ୍କ ବିରୋଧରେ ଜାରି ହେଲା ଏମିତି ନୋଟିସ୍

Also Read: Sambalpur News: ସମ୍ବଲପୁର ହିଂସା ପୂର୍ବରୁ ସତର୍କ କରାଇଥିଲେ ଗୁଇନ୍ଦା ବିଭାଗ, ସାମ୍ନାକୁ ଆସିଲା ଏସପିଙ୍କୁ ଲେଖାଯାଥିବା ଚିଠି

ନିକଟରେ, ଗୁଜୁରାଟରେ ମଧ୍ୟ ଏଭଳି ବଡ ଧରଣର ଗ୍ୟାସ ଲିକ୍ ହୋଇଥିଲା । ଯେଉଁଥିରେ ୪ ଜଣ ପ୍ରାଣ ହରାଇଥିଲେ।  ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ସଚିନର ବିଶ୍ୱ ଫ୍ରେମ୍ ଟାଇଙ୍ଗ ଏଣ୍ଡ ପ୍ରିଣ୍ଟିଂ ମିଲ୍ ନିକଟରେ ଟ୍ୟାଙ୍କରରୁ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇ ଲୋକଙ୍କ ଜୀବନ ଯାଇଛି ।ସୂଚନା ଅନୁସାରେ, ପ୍ରିଣ୍ଟିଂ ମିଲ୍ ନିକଟ ନାଳରେ ଏକ ଅଜଣା ଟ୍ୟାଙ୍କର ବିଷାକ୍ତ କେମିକାଲ୍ ଢାଳୁଥିଲେ । ସେହି ସମୟରେ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଥିଲା । ନିକଟରେ ଥିବା ପ୍ରିଣ୍ଟିଂ ମିଲର କର୍ମଚାରୀ ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସି ନିଶ୍ୱାସ ନେଇ ପାରିନଥିଲେ । ଏନେଇ ସୂଚନା ପାଇବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ବ କରିଛି । ଆହାତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହା ପୂର୍ବରୁ ଗୁଜାରଟର ଅହମଦାବାଦରେ ଏକ କପଡ଼ା ଫ୍ୟାକ୍ଟ୍ରିରେ କେମିକାଲ ବର୍ଜ୍ୟ ଟ୍ୟାଙ୍କ ସଫା କରାଯାଉଥିବା ବେଳେ ୪ ଜଣ ଶ୍ରମିକ ପ୍ରାଣ ହରାଇଥିଲେ । ଏହି ଦୁର୍ଘଟଣା ଅହମଦାବାଦର ଢୋଲକା ସ୍ଥିତ ଚିରିପାଲ ବିଶାଲ ଫେବ୍ରିକ ୟୁନିଟରେ ଘଟିଥିଲା ।