Mumbai Marathon: ମାରାଥନରେ ଦୌଡିଲେ ୮୦ ବର୍ଷୀୟା ବୃଦ୍ଧା, ଲୋକେ କଲେ କିଛି ଏପରି ତାରିଫ
Advertisement
Article Detail0/zeeodisha/odisha1535812

Mumbai Marathon: ମାରାଥନରେ ଦୌଡିଲେ ୮୦ ବର୍ଷୀୟା ବୃଦ୍ଧା, ଲୋକେ କଲେ କିଛି ଏପରି ତାରିଫ

ପରିଣତ ବୟସରେ ବି ସେ ପୂରା ଫିଟ୍ । ସାଧାରଣତଃ ବୟସ ବଢିଲେ ଚାଲିବା ବୁଲିବା ମୁସ୍କିଲ ହୋଇପଡେ । କିନ୍ତୁ ତାଙ୍କ ଆଗରେ ହାର ମାନିଛି ବୟସ ।

ସାକେଂତିକ ଫୋଟେ(ସୋସିଆଲ ମିଡିଆ)

Mumbai Marathon: ୮୦ ବର୍ଷୀୟା ବୃଦ୍ଧା ହାତରେ ଦେଶର ଗର୍ବ ଗୌରବର ପ୍ରତୀକ ତ୍ରିରଙ୍ଗା, ଦେହରେ ଭାରତୀୟ ନାରୀଙ୍କ ଶୋଭା, ଆଭାର ପରିଚୟ ଶାଢ଼ୀ, ମୟାନଗରରୀ ରାଜ ରାସ୍ତାରେ ମାରାଥନ ଦୌଡ଼ ଲଗାଇ ପ୍ରେରଣାର ଏକ ଅନନ୍ୟ ଉଦାହରଣ ପାଲଟିଛନ୍ତି । ଫିଟନେସ ପ୍ରତି ତାଙ୍କ ପ୍ରତିବଦ୍ଧତା ସହ ଉଦ୍ୟମ ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।

ଗେରୁଆ ରଙ୍ଗର ଶାଢୀ, ପାଚିଲା କେଶ, ଗୋଡରେ ଜୋତା ଆଉ ହାତରେ ତ୍ରିରଙ୍ଗା । ପରିଣତ ବୟସରେ ବି ସେ ପୂରା ଫିଟ୍ । ସାଧାରଣତଃ ବୟସ ବଢିଲେ ଚାଲିବା ବୁଲିବା ମୁସ୍କିଲ ହୋଇପଡେ । କିନ୍ତୁ ତାଙ୍କ ଆଗରେ ହାର ମାନିଛି ବୟସ ।

ପ୍ରକୃତରେ ଘଟଣାଟି ଏପରି ଅଟେ । ରବିବାର ଦିନ ଟାଟା ପକ୍ଷରୁ ମୁମ୍ୱାଇଠାରେ  ଏକ ବିରାଟ ମାରାଥନ ଅନୁଷ୍ଠିତ ହୋଇଥିଲା । ଆଖାପାଖର ବହୁ ଲୋକ ଏଥିରେ ସାମିଲ ହୋଇଥିଲେ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ମାନେ ଏଥିରେ ଯୋଗ ଦେଇଥିଲେ । କିନ୍ତୁ ଏଥିରେ ଆର୍କଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ଜଣେ ୮୦ ବର୍ଷୀୟା ବୃଦ୍ଧା । ସେ ଖାଲି ଏଥିରେ ସାମିଲ ହୋଇଥିଲେ ତାହା ନୁହେଁ ,ବଂର ୪ କିଲୋମିଟର ଯାଏଁ ଦୌଡି ମଧ୍ୟ ଥିଲେ, ଯାହା ସେଠାରେ ଥିବା ଲୋକଙ୍କୁ ଚକିତ କରିଥିଲା ।

ବଡ଼ ନାତୁଣୀ ଡିମ୍ପଲ ମେହେତା ଫର୍ଣ୍ଣାଣ୍ତିଜଙ୍କ ଏହି ୮୦ ବର୍ଷୀୟା ବୃଦ୍ଧା ଜେଜେ ମାଆଙ୍କ ନାମ ଭାରତୀ ଅଟେ । ଡିମ୍ପଲ ତାଙ୍କ ଜେଜେ ମାଆଙ୍କ ଏହି ମାରାଥନ ସମୟର ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ବୃଦ୍ଧା ଜଣଙ୍କ ଭିଡିଓରେ ବେଶ ଖୁସି ଓ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ନାତୁଣୀ ଡିମ୍ପଲ ଏହି ଭିଡିଓ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି ଯେ- “ ରବିବାର ଟାଟା ପକ୍ଷରୁ ଅନୁଷ୍ଠିତ ଏହି ମାରାଥମର ମୋ ନାନୀଙ୍କ ଇଚ୍ଛା ଶକ୍ତି ଓ ଧର୍ଯ୍ଯ ଦେଖି ମୁଁ ବେଶ ପ୍ରଭାବିତ ହୋଇଛି “ ଏହା ପ୍ରେରଣାଦାୟୀ ନୁହେଁ କି ?

ଦିନକ ପୂର୍ବରୁ ସେୟାର ହୋଇଥିବା ଏହି ଭିଡିଓକୁ ଲୋକେ ବେଶ ପ୍ରସଂଶା କରିଛନ୍ତି ।  ପ୍ରାୟ ୨୮୬ ଜଣରୁ ଅଧିକ ଇନଷ୍ଚା ୟୁଜର ଏହି ଭିଡିଓଟିକୁ ଲାଇକ୍ କରିଥିବା ବେଳେ, ଏଥିରେ ଅନେକ ୟୁଜର୍ସ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି  । ଜଣେ ୟୁଜର୍ସ ଏହି ଭିଡିଓ ବର୍ତ୍ତମାନର ଯୁବପିଢୀ ପାଇଁ ଏହା ପ୍ରେରଣାଦାୟୀ ବୋଲି କହିଥିବା ବେଳେ ଅନ୍ୟ ଜଣେ ୟୁଜର ଏହା ପ୍ରେରଣାଦାୟୀ ଓ ତାଙ୍କୁ ଦୌଡିବାର ଦେଖି ଖୁସି ଲାଗୁଥିବା କହିଛନ୍ତି । ଅନ୍ୟ ଜଣେ ବୟସ କେବଳ ମାତ୍ର ଏକ ନମ୍ୱର ବୋଲି ସେ କମେଣ୍ଟ କରିଛନ୍ତି ।

ବୟସର ଉପାନ୍ତରେ ଜଣେ ବୃଦ୍ଧା ଏପରି ମାରାଥନରେ ଭାଗ ନେବାର ଉଦାହରଣ ଖୁବ କମ୍ ଦେଖିବାକୁ ମିଳିଥାଏ । ତାଙ୍କର ଏଭଲି ଇଚ୍ଛା ଶକ୍ତି ବର୍ତ୍ତମାନର ଯୁବପିଢୀଙ୍କୁ ବେଶ ପ୍ରେରିତ କରିବ ନିଶ୍ଚୟ ।