7th Pay Commission: କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ମହଙ୍ଗା ଭତ୍ତା ପରେ TAରେ ହେଲା ବମ୍ପର ବୃଦ୍ଧି, ଆକାଉଣ୍ଟରେ ଆସିବ ୧.୫ ଲକ୍ଷ ଟଙ୍କା!
Advertisement

7th Pay Commission: କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ମହଙ୍ଗା ଭତ୍ତା ପରେ TAରେ ହେଲା ବମ୍ପର ବୃଦ୍ଧି, ଆକାଉଣ୍ଟରେ ଆସିବ ୧.୫ ଲକ୍ଷ ଟଙ୍କା!

7th Pay Commission: ସରକାରୀ କର୍ମଚାରୀମାନ (Government Employees) ଙ୍କୁ ସେମାନଙ୍କର ଯାତ୍ରା (Travel) ପାଇଁ ଭତ୍ତା ଦିଆଯାଏ । ଏହା ବେତନର ଏକ ଅଂଶ ହୋଇଥାଏ ଓ ଡିଏ ବୃଦ୍ଧି ସହିତ ଏଥିରେ ମଧ୍ୟ ସଂଶୋଧନ କରାଯାଇଥାଏ । DA ରେ ବୃଦ୍ଧିର ପ୍ରଭାବ TA ରେ ଦେଖାଯାଇଥାଏ । ନିକଟ ଅତୀତରେ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଯାହା ପରେ ମୋଟ ମହଙ୍ଗା ଭତ୍ତା ୪୨ ପ୍ରତିଶତକୁ ବୃଦ୍ଧି ପାଇଛି । ମହଙ୍ଗା ଭତ୍ତା ବୃଦ୍ଧି ଯୋଗୁଁ କର୍ମଚାରୀଙ୍କ TA ରେ ବୃଦ୍ଧି ଘଟିଥାଏ ।​ 

7th Pay Commission: କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ମହଙ୍ଗା ଭତ୍ତା ପରେ TAରେ ହେଲା ବମ୍ପର ବୃଦ୍ଧି, ଆକାଉଣ୍ଟରେ ଆସିବ ୧.୫ ଲକ୍ଷ ଟଙ୍କା!

7th Pay Commission: କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees) ଙ୍କ ପାଇଁ ଏକ ବଡ଼ ଖୁସି ଖବର ଅଛି । ନିକଟ ଅତୀତରେ କେନ୍ଦ୍ର ମୋଦି ସରକାର (Modi Govt) କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି (Dearness Allowance Hike) କରିଥିଲେ । ଏହି ମହଙ୍ଗା ଭତ୍ତା ବୃଦ୍ଧି (DA Hike) ପରେ କର୍ମଚାରୀମାନେ ୪୨ ପ୍ରତିଶତ ହାରରେ ଡିଏ ପାଇଛନ୍ତି । ଏପ୍ରିଲ ମାସରେ କର୍ମଚାରୀଙ୍କ ଆକାଉଣ୍ଟରେ ମୋଟା ଅଙ୍କର ଟଙ୍କା ଆସିବାକୁ ଯାଉଛି । ମହଙ୍ଗା ଭତ୍ତା (DA) ସହିତ କର୍ମଚାରୀଙ୍କ Travel Allowance ବା TA ରେ ମଧ୍ୟ ବମ୍ପର ବୃଦ୍ଧି ଘଟିଛି । ଆସନ୍ତୁ ଜାଣିବା ଆପଣଙ୍କୁ ବର୍ତ୍ତମାନ କେତେ ଲାଭ ମିଳିବାକୁ ଯାଉଛି...

ଲେଭଲ୍ ୧୪ କର୍ମଚାରୀଙ୍କ ବିଷୟରେ କହିବାକୁ ଗଲେ, କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଜିପି ହେଉଛି ୧୦,୦୦୦ ଟଙ୍କା । ଏହା ସହିତ ବେସିକ୍ ଦରମା ୧,୪୪,୨୦୦ରୁ ଆରମ୍ଭ ହେବ । ଏଥି ସହିତ ଏଥିରେ ଥିବା DA ଓ TA ଟଙ୍କା ସହିତ ପ୍ରାୟ ୭୦,୭୮୮ ଟଙ୍କା ହେବ । ସେପଟେ ଯଦି ପୁରୁଣା ମହଙ୍ଗା ଭତ୍ତା ସହିତ ତୁଳନା କରାଯାଏ, ତେବେ ଏହା ଅନୁଯାୟୀ, ଆପଣ ପ୍ରାୟ ୬୦୫୬ ଟଙ୍କା ଅଧିକ ପାଇବେ । ଅନ୍ୟପକ୍ଷରେ ଯଦି ଆମେ ୩ ମାସର ବକେୟା ବିଷୟରେ ଆଲୋଚନା କରିବା, ତେବେ ସମଗ୍ର ରାଶି ୧୮,୧୬୮ ଟଙ୍କା ହେବ ।

fallback

ଟ୍ରାଭଲ୍ ଆଲାଉନ୍ସ (Travel Allowance) ବିଷୟରେ କହିବାକୁ ଗଲେ ଏହାକୁ ୩ ଭାଗରେ ବିଭକ୍ତ କରାଯାଇଛି । ଏହା ସହର ଓ ଛୋଟ ସହର ଅନୁଯାୟୀ ଭାଗ କରାଯାଇଛି । ପ୍ରଥମ କ୍ୟାଟେଗରୀ- Higher Transport Allowance ସହର ପାଇଁ ଓ ଅନ୍ୟ ସହରଗୁଡିକ ଅନ୍ୟାନ୍ୟ ବର୍ଗରେ ରଖାଯାଇଛି । ଆପଣଙ୍କୁ କହି ରଖୁଛୁ ଯେ, କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ର ଗଣନା ପ୍ରତ୍ୟେକ ମାସ ଶ୍ରମ ବ୍ୟୁରୋ ଦ୍ୱାରା କରାଯାଇଥାଏ । ଶ୍ରମ ବ୍ୟୁରୋ ଶ୍ରମ ମନ୍ତ୍ରଣାଳୟର ଏକ ଅଂଶ ଅଟେ । ଗତ ବର୍ଷ ଜୁଲାଇ ୨୦୨୨ରେ ୪ ପ୍ରତିଶତ ମହଙ୍ଗା ଭତ୍ତା (DA) ବୃଦ୍ଧି କରାଯାଇଥିଲା । ଏବେ ପୁଣି ଥରେ ୪ ପ୍ରତିଶତ ବୃଦ୍ଧି କରାଯାଇଛି । ଜାନୁୟାରୀ ୩୧, ୨୦୨୩ରେ ପ୍ରକାଶିତ CPI-IW ତଥ୍ୟରୁ ମହଙ୍ଗା ଭତ୍ତାରେ ୪.୨୩ ପ୍ରତିଶତ ବୃଦ୍ଧି ହେବ ବୋଲି ନିଷ୍ପତ୍ତି ନିଆଯାଇଛି । କିନ୍ତୁ, ଏହାକୁ ରାଉଣ୍ଡ ଫିଗର୍ କରାଯାଇଛି, ତେଣୁ ଏହା ୪ ପ୍ରତିଶତରେ କରାଯାଇଛି ।

ଅଧିକ ପଢ଼ନ୍ତୁ-BCCIର ବଡ଼ ନିଷ୍ପତ୍ତି, IPL 2023 ମଧ୍ୟରେ ଟିମ୍ ଇଣ୍ଡିଆର ଖେଳାଳିଙ୍କ ପାଇଁ ଜାରି କଲେ ଏହି ଆଦେଶ

ଅଧିକ ପଢ଼ନ୍ତୁ-ବାତିଲ ହେବ ଆଇପିଏଲ୍ ୨୦୨୩!

ଅଧିକ ପଢ଼ନ୍ତୁ-ଅର୍ଥ ମନ୍ତ୍ରଣାଳୟର ଆଦେଶ ପରେ କେନ୍ଦ୍ର କର୍ମଚାରୀଙ୍କ ଲାଗିଲା ଲଟେରୀ, ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ଆସିଲା ବଡ଼ ଅପଡେଟ୍

ଶ୍ରମ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଗ୍ରାହକ ମୂଲ୍ୟ ସୂଚକାଙ୍କ (CPI-IW) ଆଧାରରେ ଡିଏ ଗଣନା କରାଯାଏ । ଦେଶରେ ମୁଦ୍ରାସ୍ଫୀତି କିପରି ବୃଦ୍ଧି ପାଉଛି? ସେହି ଅନୁଯାୟୀ, କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଥାଏ । ବର୍ତ୍ତମାନ ଜାନୁୟାରୀ ମାସରେ ସରକାର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ, ସରକାରଙ୍କ ଦ୍ୱାରା ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ଏହା ଜାନୁଆରୀ ଓ ଜୁଲାଇରେ କାର୍ଯ୍ୟକାରୀ ହୋଇଥାଏ । ତେବେ ଏହି ଘୋଷଣା ପ୍ରତିବର୍ଷ ବିଳମ୍ବରେ ହୋଇଥାଏ । ଯେପରି ଜାନୁଆରୀ ପାଇଁ ମହଙ୍ଗା ଭତ୍ତା ନିଷ୍ପତ୍ତି ମାର୍ଚ୍ଚରେ ନିଆଯାଇଛି । ସେହିଭଳି ଜୁଲାଇ ପାଇଁ ନିଷ୍ପତ୍ତି ସେପ୍ଟେମ୍ବର-ଅକ୍ଟୋବରରେ ନିଆଯାଇଥାଏ ।