DA Hike : ସରକାରୀ କର୍ମଚାରୀଙ୍କ ପାଇଁ ଡବଲ ଖୁସି ! ରାଜ୍ୟ ସରକାର ପୁଣି ଥରେ ବଢାଇଲେ ମହଙ୍ଗା ଭତ୍ତା
Advertisement
Article Detail0/zeeodisha/odisha1704517

DA Hike : ସରକାରୀ କର୍ମଚାରୀଙ୍କ ପାଇଁ ଡବଲ ଖୁସି ! ରାଜ୍ୟ ସରକାର ପୁଣି ଥରେ ବଢାଇଲେ ମହଙ୍ଗା ଭତ୍ତା

DA Hike: ନିକଟରେ କେନ୍ଦ୍ର ସରକାର (Central Government) କେନ୍ଦ୍ରୀୟ କର୍ମଚାରୀଙ୍କ (Central Government Employee) ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ। ଏହା ପରେ ଅନେକ ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କୁ ଉପହାର ଦେଇ ମହଙ୍ଗା ଭତ୍ତା (DA Hike) ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। 

DA Hike : ସରକାରୀ କର୍ମଚାରୀଙ୍କ ପାଇଁ ଡବଲ ଖୁସି ! ରାଜ୍ୟ ସରକାର ପୁଣି ଥରେ ବଢାଇଲେ ମହଙ୍ଗା ଭତ୍ତା

DA Hike:  ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାର (Central Government) କେନ୍ଦ୍ରୀୟ କର୍ମଚାରୀଙ୍କ (Central Government Employee) ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ। ଏହା ପରେ ଅନେକ ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କୁ ଉପହାର ଦେଇ ମହଙ୍ଗା ଭତ୍ତା (DA Hike) ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ତାମିଲନାଡୁର ମୂଖ୍ୟମନ୍ତ୍ରୀ (Tamilnadu) ଏମ.କେ ଷ୍ଟାଲିନ ସରକାର ଗତ ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ତାମିଲନାଡୁ ସରକାର ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ (DA Hike) ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଏପ୍ରିଲ ୧, ୨୦୨୩ରୁ ଲାଗୁ ହେବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ବୁଧବାର ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଏହି ପଦକ୍ଷେପ ବାର୍ଷିକ ୨୩୬୬.୮୨ କୋଟି ଟଙ୍କା ଅତିରିକ୍ତ ବୋଝ ଉପରେ ପଡ଼ିବ। ସରକାରଙ୍କ ଏହି ନିଷ୍ପତ୍ତିରେ ୧୬ ଲକ୍ଷ ସରକାରୀ କର୍ମଚାରୀ, ଶିକ୍ଷକ, ପେନସନଭୋଗୀ ଏବଂ ପରିବାର ପେନସନଭୋଗୀ ଉପକୃତ ହେବେ।

ଆଗକୁ ମଧ୍ୟ ଆହୁରି ବଢିପାରେ ଭତ୍ତା ପରିମାଣ
ବିବୃତ୍ତିରେ କୁହାଯାଇଛି ଯେ ଡିଏକୁ ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଭବିଷ୍ୟତରେ କେନ୍ଦ୍ର ସରକାର ଯେତେବେଳେ ଏଭଳି ପଦକ୍ଷେପ ନେବେ ସେତେବେଳେ ରାଜ୍ୟ ସରକାର ମଧ୍ୟ ସେହି ଅନୁଯାୟୀ ଡିଏ ବୃଦ୍ଧି କରିବେ ବୋଲି ବିବୃତ୍ତିରେ କୁହାଯାଇଛି।

ଶୁକ୍ରବାର (24 ମାର୍ଚ୍ଚ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ମହଙ୍ଗା ଭତ୍ତା ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି କରାଯାଇଛି। ମହଙ୍ଗା ଭତ୍ତାର ଏହି ବୃଦ୍ଧି ଜାନୁଆରୀ ୨୦୨୩ ଠାରୁ ପ୍ରଯୁଜ୍ୟ ହେବ।

ସୂଚନାଯୋଗ୍ୟ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଅଛି । ଯଦି ସବୁକିଛି ଠିକ ଅଛି, ତେବେ ଜୁଲାଇରେ ସେମାନେ ଏକାଠି ଦୁଇଟି ଉପହାର ପାଇପାରିବେ । ଜୁଲାଇରେ ପ୍ରଥମ ଉପହାର ମହଙ୍ଗା ଭତ୍ତାର ବୃଦ୍ଧି (DA Hike) ଓ ଦ୍ୱିତୀୟଟି ଫିଟମେଣ୍ଟ ଫ୍ୟାକ୍ଟରର ବୃଦ୍ଧି (Fitment Factor Increase) ହୋଇପାରେ । କେନ୍ଦ୍ରୀୟ କର୍ମଚାରୀଙ୍କ (Central Government Employees) ଚାହିଦାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଜୁଲାଇରେ ଫିଟମେଣ୍ଟ ଫ୍ୟାକ୍ଟର ବୃଦ୍ଧି ଘୋଷଣା କରିପାରନ୍ତି । ଉଲ୍ଲେଖନୀୟ ବିଷୟ ହେଉଛି, କେନ୍ଦ୍ରୀୟ କର୍ମଚାରୀମାନେ ଦୀର୍ଘ ଦିନ ଧରି ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି କରିବାକୁ ଦାବି କରିଆସୁଛନ୍ତି । ବାସ୍ତବରେ, ଫିଟମେଣ୍ଟ ଫ୍ୟାକ୍ଟର୍ ଅନ୍ତର୍ଗତ ବେସିକ ସାଲାରି ବୃଦ୍ଧି ପାଇଥାଏ ।

ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି ପାଇଁ ଦାବି 
ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀଙ୍କୁ (7th Pay Commission) ୨.୫୭ ପ୍ରତିଶତ ହାରରେ ଫିଟମେଣ୍ଟ ଫ୍ୟାକ୍ଟର୍ ଦିଆଯାଉଛି । ଏହାକୁ ୩.୬୮ ଗୁଣକୁ ବୃଦ୍ଧି କରିବାର ଦାବି ହେଉଛି । ୨.୫୭ ରୁ ୩.୬୮ ପର୍ଯ୍ୟନ୍ତ ଫିଟମେଣ୍ଟ ଫ୍ୟାକ୍ଟରର (Fitment Factor) ବୃଦ୍ଧି ହେଲେ ସର୍ବନିମ୍ନ ବେସିକ ସାଲାରି ୧୮,୦୦୦ ରୁ ୨୬,୦୦୦ ଟଙ୍କାକୁ ବୃଦ୍ଧି ପାଇବ । ଯଦି କେନ୍ଦ୍ର ସରକାର ଏହି ଦାବି ମାନି ନିଅନ୍ତି , ତେବେ କେନ୍ଦ୍ରୀୟ କର୍ମଚାରୀଙ୍କ ସର୍ବନିମ୍ନ ବେତନରେ ଅନେକ ବୃଦ୍ଧି ଘଟିବ ।

ସର୍ବନିମ୍ନ ବେସିକ ସାଲାରି ୨.୫୭ ରୁ ୩.୬୮ କୁ ବୃଦ୍ଧି କରିବାକୁ ଦାବି 
ଉଲ୍ଲେଖନୀୟ କଥା ହେଉଛି, ଶେଷ ଥର ପାଇଁ ୨୦୧୬ ମସିହାରେ ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି କରାଯାଇଥିଲା । ସେହି ବର୍ଷ ସପ୍ତମ ବେତନ ଆୟୋଗ ମଧ୍ୟ କାର୍ଯ୍ୟକାରୀ କରାଯାଇଥିଲା । ସେହି ସମୟରେ କର୍ମଚାରୀଙ୍କ ସର୍ବନିମ୍ନ ଦରମା ୬୦୦୦ ରୁ ୧୮,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କର ଯାଇଥିଲା । ଯେତେବେଳେ ଉଚ୍ଚତମ ସ୍ତର ୯୦,୦୦୦ ରୁ ୨.୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ସରକାର ପୁଣିଥରେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ବୃଦ୍ଧି କରିପାରିନ୍ତି ।

ସର୍ବନିମ୍ନ ବେସିକ ସାଲାରି ୧୮୦୦୦ ରୁ ୨୬୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ଦାବି
ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଫିଟମେଣ୍ଟ ଫ୍ୟାକ୍ଟର୍ ବେସିକ ସାଲାରି ନିର୍ଣ୍ଣୟ କରେ । ଏଥର ଯଦି ଫିଟମେଣ୍ଟ ଫ୍ୟାକ୍ଟରରେ ସମ୍ଭାବ୍ୟ ବୃଦ୍ଧି ହୁଏ, ତେବେ ସର୍ବନିମ୍ନ ବେସିକ ସାଲାରି ୧୮୦୦୦ ରୁ ୨୬୦୦୦ ଟଙ୍କାକୁ ବୃଦ୍ଧି ପାଇବ ।

Also Read: Rajiv Gandhi's death anniversary: ଆଧୁନିକ ଭାରତର ନିର୍ମାତା ଥିଲେ ରାଜୀବ ଗାନ୍ଧୀ; ଜବାହର ନବୋଦୟ ବିଦ୍ୟାଳୟରୁ କମ୍ପ୍ୟୁଟର ବିପ୍ଳବ ପର୍ଯ୍ୟନ୍ତ.., ଜାଣନ୍ତୁ ସବୁକିଛି