7th Pay Commission DA Hike: ଉଭୟ ଦରମା ଓ ପେନସନରେ ହେବ ବମ୍ପର ବୃଦ୍ଧି! କେନ୍ଦ୍ର କର୍ମଚାରୀଙ୍କୁ ମିଳିବାକୁ ଯାଉଛି ଗୁଡ୍ ନ୍ୟୁଜ୍, ଜାଣନ୍ତୁ କେତେ ବଢ଼ିବ ଟଙ୍କା
Advertisement

7th Pay Commission DA Hike: ଉଭୟ ଦରମା ଓ ପେନସନରେ ହେବ ବମ୍ପର ବୃଦ୍ଧି! କେନ୍ଦ୍ର କର୍ମଚାରୀଙ୍କୁ ମିଳିବାକୁ ଯାଉଛି ଗୁଡ୍ ନ୍ୟୁଜ୍, ଜାଣନ୍ତୁ କେତେ ବଢ଼ିବ ଟଙ୍କା

7th Pay Commission DA Hike: ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଦିଆଯାଉଥିବାବେଳେ ପେନସନଭୋଗୀଙ୍କୁ ମହଙ୍ଗା ରିଲିଫ୍ ପ୍ରଦାନ କରାଯାଇଥାଏ । କର୍ମଚାରୀମାନଙ୍କୁ ବେସିକ୍ ବେତନ ଆଧାରରେ ଡିଏ ଦିଆଯାଇଥିବାବେଳେ ବେସିକ୍ ପେନସନ୍ ଆଧାରରେ ମହଙ୍ଗା ରିଲିଫ୍ ପ୍ରଦାନ କରାଯାଇଥାଏ ।

7th Pay Commission DA Hike: ଉଭୟ ଦରମା ଓ ପେନସନରେ ହେବ ବମ୍ପର ବୃଦ୍ଧି! କେନ୍ଦ୍ର କର୍ମଚାରୀଙ୍କୁ ମିଳିବାକୁ ଯାଉଛି ଗୁଡ୍ ନ୍ୟୁଜ୍, ଜାଣନ୍ତୁ କେତେ ବଢ଼ିବ ଟଙ୍କା

7th Pay Commission DA Hike: ଆଗାମୀ ଦିନରେ କେନ୍ଦ୍ର ସରକାରୀ କର୍ମଚାରୀମାନ (Central Government Employees) ଙ୍କୁ ବଡ଼ ଖୁସି ଖବର ମିଳିପାରେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜୁଲାଇ ୧ ତାରିଖରୁ ଆରମ୍ଭ ହେଉଥିବା ଅବଧି ପାଇଁ କେନ୍ଦ୍ର ସରକାର (Central Government) ଖୁବ୍ ଶୀଘ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା ଡିଏ (Dearness Allowance) କୁ ୩-୪ ପ୍ରତିଶତ ବୃଦ୍ଧି କରିପାରନ୍ତି । ମାର୍ଚ୍ଚ ୨୦୨୩ରେ ଆର୍‌ବିଆଇର ୬ ପ୍ରତିଶତ ସର୍ବୋଚ୍ଚ ସୀମାଠାରୁ ଖୁଚୁରା ମୁଦ୍ରାସ୍ଫୀତି ୫.୬୬ ପ୍ରତିଶତକୁ ଖସି ଆସିଛି, କିନ୍ତୁ ଏହା ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ର ୪ ପ୍ରତିଶତ ଲକ୍ଷ୍ୟଠାରୁ ବହୁ ଦୂରରେ ଅଛି । ତେଣୁ ମୁଦ୍ରାସ୍ଫୀତି ରହିଛି । ବଢୁଥିବା ଦରଦାମକୁ ଦୃଷ୍ଟିରେ ରଖି ସରକାର କର୍ମଚାରୀ ଓ ପେନସନଭୋଗୀଙ୍କୁ ମହଙ୍ଗା ଭତ୍ତା (DA) ଓ ମହଙ୍ଗା ରିଲିଫ୍ (DR) ପ୍ରଦାନ କରନ୍ତି ।

ଏହା ପୂର୍ବରୁ ଗତ ମାସରେ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି (DA Hike) କରାଯାଇଥିଲା, ଯାହା ଜାନୁଆରୀ ୧, ୨୦୨୩ରୁ କାର୍ଯ୍ୟକାରୀ ହୋଇଛି । ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି (DA Hike) ପରେ କେନ୍ଦ୍ର ସରକାରୀ କର୍ମଚାରୀ  (Central Government Employees) ଙ୍କ ମହଙ୍ଗା ଭତ୍ତା ବା ଡିଏ (DA) ୪୨ ପ୍ରତିଶତକୁ ବୃଦ୍ଧି ପାଇଛି । ସେପ୍ଟେମ୍ବର ୨୦୨୨ରେ ମହଙ୍ଗା ଭତ୍ତା (DA) କୁ ୪ ପ୍ରତିଶତ ବୃଦ୍ଧି କରାଯାଇଥିଲା, ଯାହା ଜୁଲାଇ ୨୦୨୨ରୁ କାର୍ଯ୍ୟକାରୀ ହୋଇଛି ।

ରିପୋର୍ଟ ଅନୁଯାୟୀ, ସପ୍ତମ ବେତନ ଆୟୋଗ (7th Pay Commission) ପାଇଁ ବର୍ତ୍ତମାନ ମହଙ୍ଗା ଭତ୍ତା (DA) ରେ ୩-୪ ପ୍ରତିଶତ ବୃଦ୍ଧି ହେବାର ଆଶା କରାଯାଉଛି, ଯାହା ଜୁଲାଇରୁ କାର୍ଯ୍ୟକାରୀ ହେବ । ସର୍ବଶେଷ ତଥ୍ୟ ଅନୁଯାୟୀ, ୪୭.୫୮ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ୬୯.୭୬ ଲକ୍ଷ ପେନସନଭୋଗୀ ଅଛନ୍ତି । ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଅଧୀନରେ ଥିବା ଶ୍ରମ ବ୍ୟୁରୋ ଦ୍ୱାରା ପ୍ରକାଶିତ ସିପିଆଇ-ଆଇଡବ୍ଲୁ ତଥ୍ୟ ଅନୁଯାୟୀ ସରକାର ମହଙ୍ଗା ଭତ୍ତା ହାର ସ୍ଥିର କରନ୍ତି ।

ଜାନୁଆରୀ ଓ ଜୁଲାଇରେ ବର୍ଷକୁ ଦୁଇ ଥର ମହଙ୍ଗା ଭତ୍ତା (DA) ଓ ମହଙ୍ଗା ରିଲିଫ୍ (DR) ସଂଶୋଧିତ ହୁଏ । ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଦିଆଯାଉଥିବାବେଳେ ପେନସନଭୋଗୀଙ୍କୁ ମହଙ୍ଗା ରିଲିଫ୍ ପ୍ରଦାନ କରାଯାଇଥାଏ । କର୍ମଚାରୀମାନଙ୍କୁ ବେସିକ୍ ବେତନ ଆଧାରରେ ଡିଏ ଦିଆଯାଇଥିବାବେଳେ ବେସିକ୍ ପେନସନ୍ ଆଧାରରେ ମହଙ୍ଗା ରିଲିଫ୍ ପ୍ରଦାନ କରାଯାଇଥାଏ ।

ଅଧିକ ପଢ଼ନ୍ତୁ-ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର: ବଢ଼ିଯାଇଛି ପେନସନ ରାଶି, ପ୍ରତି ମାସରେ ମିଳିବ ଅତିରିକ୍ତ ୨୩,୩୦୦ ଟଙ୍କା!

ଅଧିକ ପଢ଼ନ୍ତୁ-୩ଟି ରାଶିର ଲୋକ ହୋଇଯାଆନ୍ତି ସତର୍କ; କିଛି ଦିନ ପରେ ଶନି-ଚନ୍ଦ୍ର ସୃଷ୍ଟି କରିବେ ବିଷ ଯୋଗ, ବର୍ଷିବ କେବଳ ସଂକଟ ହିଁ ସଂକଟ

ଅଧିକ ପଢ଼ନ୍ତୁ-ବୁଦ୍ଧ ପୂର୍ଣ୍ଣିମାରେ ଲାଗିବ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ; ୩ଟି ରାଶିର ଖୋଲିଯିବ ଭାଗ୍ୟ, ନୂତନ ଚାକିରି-ପଦୋନ୍ନତି ସହ ମିଳିବ ପ୍ରବଳ ଟଙ୍କା

ଶ୍ରମ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଗ୍ରାହକ ମୂଲ୍ୟ ସୂଚକାଙ୍କ (CPI-IW) ଆଧାରରେ ଡିଏ ଗଣନା କରାଯାଏ । ଦେଶରେ ମୁଦ୍ରାସ୍ଫୀତି କିପରି ବୃଦ୍ଧି ପାଉଛି? ସେହି ଅନୁଯାୟୀ, କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଥାଏ । ବର୍ତ୍ତମାନ ଜାନୁୟାରୀ ମାସରେ ସରକାର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ, ସରକାରଙ୍କ ଦ୍ୱାରା ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ଏହା ଜାନୁଆରୀ ଓ ଜୁଲାଇରେ କାର୍ଯ୍ୟକାରୀ ହୋଇଥାଏ । ତେବେ ଏହି ଘୋଷଣା ପ୍ରତିବର୍ଷ ବିଳମ୍ବରେ ହୋଇଥାଏ । ଯେପରି ଜାନୁଆରୀ ପାଇଁ ମହଙ୍ଗା ଭତ୍ତା ନିଷ୍ପତ୍ତି ମାର୍ଚ୍ଚରେ ନିଆଯାଇଛି । ସେହିଭଳି ଜୁଲାଇ ପାଇଁ ନିଷ୍ପତ୍ତି ସେପ୍ଟେମ୍ବର-ଅକ୍ଟୋବରରେ ନିଆଯାଇଥାଏ ।